ETV Bharat / city

ପୁରୀରେ ଜିଲ୍ଲା ପରିଷଦ ବୈଠକ: ଜନପ୍ରତିନିଧି ଓ ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ସ୍ଥାପନ କରିବାକୁ ପରାମର୍ଶ

author img

By

Published : Oct 30, 2021, 8:35 PM IST

ଦୀର୍ଘ ଦିନ ପରେ ପୁରୀରେ ବସିଲା ଜିଲ୍ଲା ପରିଷଦ ବୈଠକ । ବୈଠକରେ ବନ୍ଦ ହୋଇ ପଡିଥିବା ପ୍ରକଳ୍ପଗୁଡ଼ିକୁ ସକ୍ରିୟ କରିବା ପାଇଁ ଆଲୋଚନା ହୋଇଛି । ଅଧିକ ପଢନ୍ତୁ...

ପୁରୀରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ
ପୁରୀରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ପୁରୀ: ଦୀର୍ଘଦିନ ପରେ ଅନୁଷ୍ଠିତ ହେଲା ପୁରୀ ଜିଲ୍ଲା ପରିଷଦର ବୈଠକ । କୋଭିଡ କଟକଣା ଯୋଗୁଁ ପ୍ରାୟ ୨ ବର୍ଷ ଧରି ବସିନଥିବା ବୈଠକରେ ଆଜି ଜିଲ୍ଲାର ସମସ୍ତ ଜନପ୍ରତିନିଧିଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଚଳିତ ଆର୍ଥିକ ବର୍ଷରେ ଜିଲ୍ଲା ପରିଷଦ ସଭ୍ୟମାନଙ୍କ ଦ୍ବାରା ଦିଆଯାଇଥିବା ପ୍ରକଳ୍ପର ଅନୁମୋଦନ ଓ ସଂଶୋଧନ କରାଯାଇଛି ।

ପୁରୀରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ଏହି ଅବସରରେ ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ, ସର୍ବଶିକ୍ଷା ଅଭିଯାନ, କୃଷି, ବିଦ୍ୟୁତ୍ ବିଭାଗର ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା । ଦୀର୍ଘ ବର୍ଷ ଧରି ବନ୍ଦ ହୋଇ ପଡିଥିବା ପ୍ରକଳ୍ପ ଗୁଡ଼ିକୁ ସକ୍ରିୟ କରିବା ପାଇଁ ବିଭାଗୀୟ ଅଧିକାରୀ ଓ ଜନ ପ୍ରତିନିଧିମାନେ ମିଳିତ ପ୍ରୟାସ କରିବା ପାଇଁ ମତ ପ୍ରକାଶ ପାଇଥିଲା । ଏହି ସପ୍ତମ ବୈଠକରେ ଜିଲ୍ଲାର ସମସ୍ତ ଜନପ୍ରତିନିଧି ଓ ଅଧିକାରୀମାନେ ବୈଠକରେ ସାମିଲ ହୋଇଥିଲେ । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ତୁଷାରକାନ୍ତି ବେହେରା, ସାଂସଦ ପିନାକୀ ମିଶ୍ର, ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଉମା ସାମନ୍ତରାୟ, ରୁଦ୍ର ପ୍ରତାପ ମହାରଥି ପ୍ରମୁଖ ଓ ଜିଲ୍ଲା ପରିଷଦର ସଦସ୍ୟମାନେ ଭାଗ ନେଇଥିଲେ।

ବୈଠକରେ ଚଳିତ ଆର୍ଥିକ ବର୍ଷରେ ଅଦ୍ୟାବଧି ମିଳିଥିବା ଅନୁଦାନ ଖର୍ଚ୍ଚ ଓ କାର୍ଯ୍ୟର ଅଗ୍ରଗତି ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ବୈଠକରେ ପଞ୍ଚମ ଅର୍ଥ କମିଶନଙ୍କ ସୁପାରିଶରେ ଦିଆଯାଇଥିବା ପ୍ରକଳ୍ପ ଗୁଡିକର ଅନୁମୋଦନ ଓ ସଂଶୋଧନ କରାଯାଇଥିଲା । ଜିଲ୍ଲାରେ କରାଯାଇଥିବା ରାସ୍ତା ନିର୍ମାଣ, ପାନୀୟ ଜଳ ଯୋଗାଣ, ସର୍ବ ଶିକ୍ଷା ଅଭିଯାନ, କୃଷି, ବିଦ୍ୟୁତ୍, ଯୋଗାଣ ବିଭାଗ ପ୍ରଭୃତିର ଅନୁଦାନ ଓ ଖର୍ଚ୍ଚର ଆଲୋଚନା ହୋଇଥିଲା । ଅଧିକାରୀମାନେ ପ୍ରକଳ୍ପ ସ୍ଥାନକୁ ଯାଇ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ତୁରନ୍ତ ପଦକ୍ଷେପ ନେବାକୁ ମତ ପ୍ରକାଶ କରିଥିଲେ ।

ଜନପ୍ରତିନିଧି ଓ ଅଧିକାରୀମାନଙ୍କ ମଧ୍ୟରେ ସମନ୍ବୟ ସ୍ଥାପନ କରି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି ‌‌। ତେବେ ବୈଠକରେ ପୁରୀ ବିଧାୟକ ଓ ସତ୍ୟବାଦୀ ବିଧାୟକ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ କଥା କଟାକଟି ହୋଇଥିଲା । ବୈଠକରେ ଜିଲ୍ଲାର ସମସ୍ତ ମନ୍ତ୍ରୀ, ସାଂସଦ, ବିଧାୟକ ଭାଗ ନେଇ ପରିଷଦର କାର୍ଯ୍ୟକ୍ରମ ଓ ପ୍ରକଳ୍ପ ଗୁଡ଼ିକୁ ତ୍ବରାନ୍ବିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପିପିଲିର ପୂର୍ବତନ ବିଧାୟକ ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଉଦ୍ଦେଶ୍ୟରେ ବୈଠକ ଆରମ୍ଭ ପୂର୍ବରୁ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.