ETV Bharat / city

ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗକୁ ନେଇ ମତାମତ ସଂଗ୍ରହ ଶେଷ

author img

By

Published : Oct 16, 2020, 9:07 PM IST

ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲାଯିବା ସଂପର୍କରେ ବିଚାର ବିମର୍ଶ ପ୍ରକ୍ରିୟା ଶେଷ ହୋଇଛି । ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗକୁ ନେଇ ମତାମତ ସଂଗ୍ରହ ଶେଷ ହୋଇଛି । ଅଧିକ ପଢନ୍ତୁ...

ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗକୁ ନେଇ ମତାମତ ସଂଗ୍ରହ ଶେଷ
ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗକୁ ନେଇ ମତାମତ ସଂଗ୍ରହ ଶେଷ

ପୁରୀ: ଶ୍ରୀମନ୍ଦିର ଖୋଲା ଯିବାକୁ ନେଇ 'ଷଷ୍ଠ' ଦିନର ବିଚାର ବିମର୍ଶ ଶେଷ ହୋଇଛି । ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗକୁ ନେଇ ମତାମତ ସଂଗ୍ରହ ଶେଷ ହୋଇଛି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର ଏବଂ ଜିଲ୍ଲାପାଳ ତଥା ଉପମୁଖ୍ୟ ପ୍ରଶାସକ ବଲବନ୍ତ୍ ସିଂ ପୁରୀ ସହରର ବ୍ୟବସାୟୀ ସଂଘ, ବସ ମାଲିକ ସଂଘ, ଟ୍ୟାକ୍ସି ମାଲିକ ସଂଘ, ଅଟୋ ରିକ୍ସା ମାଲିକ ସଂଘ, ହୋଟେଲ ମାଲିକ ସଂଘ, ଟାଉନ ବସ ମାଲିକ ସଂଘ, ଡିଷ୍ଟ ବୁଟୋର ବ୍ୟବସାୟୀ ସଂଘ, ଏବଂ ଧାର୍ମିକ ସେବା ସଂସ୍ଥା, ଅତତ ବ୍ୟତୀତ ପୁରୀ ସହରର ବିଶିଷ୍ଟ ତଥା ବରିଷ୍ଠ ବ୍ୟକ୍ତି ମାନଙ୍କୁ ମିଶାଇ ମୋଟ ୨୧ ଜଣଙ୍କୁ ଆଲୋଚନାରେ ଭାଗ ନେବାପାଇଁ ସାମିଲ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪ ଜଣ ଅନୁପସ୍ଥିତ ଥିଲେ । ମୋଟ ୧୭ ଜଣ ଆଲୋଚନାରେ ଭାଗ ନେଇ ସେମାନଙ୍କର ସୁଚିନ୍ତିତ ମତାମତ ଉପସ୍ଥାପନ କରିଛନ୍ତି ।

ତେବେ ଏହି ଆଲୋଚନା ବିଷୟବସ୍ତୁ ସରକାରଙ୍କୁ ପ୍ରଦାନ ପରେ ଶ୍ରୀମନ୍ଦିର ଖୋଲିବା ସମ୍ପର୍କରେ ରାଜ୍ୟ ସରକାର ଚୁଡାନ୍ତ ନିଷ୍ପତ୍ତି ନେବେ। ନାଗାର୍ଜୁନ ବେଶକୁ ଅନ ଲାଇନରେ ଲାଇଭ କରିବା ପ୍ରସ୍ତାବ ସଂପର୍କ ରେ କୌଣସି ନିଷ୍ପତ୍ତି ହୋଇ ନାହିଁ । ଶ୍ରୀମନ୍ଦିର ପରିଚଳନା କମିଟିରେ ଏନେଇ ଆଲୋଚନା ପରେ ଶ୍ରୀମନ୍ଦିର ପରମ୍ପରାକୁ ଦେଖି ଏ ନେଇ ଚୁଡାନ୍ତ ନିଷ୍ପତ୍ତି ହେବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି। ତେବେ ଅନଲାଇନ ଦର୍ଶନ ବ୍ୟବସ୍ଥା ହେଲେ ମହାପ୍ରଭୁଙ୍କ ଅନେକ ଗୁପ୍ତନୀତି ପ୍ରଭାବିତ ହେବା ଆଶଙ୍କାରେ ସେବାୟତ ମାନେ ଏହାକୁ ବିରୋଧ କରୁଛନ୍ତି ।

ତେବେ ଶ୍ରୀମନ୍ଦିର କୋଭିଡ ଗାଇଡ଼ଲାଇନ ଖୋଲିବ କି ନାହିଁ ସେ ନେଇ 6 ଦିନ ଧରି ଚାଲିଥିବା ମତାମତ ସଂଗ୍ରହ ପ୍ରକ୍ରିୟା ଆଜି ଶେଷ ହୋଇଛି। । ଏହି ଆଲୋଚନାରେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.