ETV Bharat / city

ସହର ପ୍ରମୁଖ ରାସ୍ତା ବିପର୍ଯ୍ୟସ୍ତ, ପୁରୀ ଐତିହ୍ୟ ସହର ଯୋଜନାକୁ ଆଖିଠାର - ପୁରୀବାସୀଙ୍କ ରାସ୍ତା ସମସ୍ୟା

ଐତିହ୍ୟ ନଗରୀ ହେବ ପୁରୀ ସହର । ଏଥିପାଇଁ ନିର୍ମାଣ କାର୍ଯ୍ୟ ବି ଆରମ୍ଭ ହୋଇଛି । ହେଲେ ସହରର ମୁଖ୍ୟ ରାସ୍ତା ଅବସ୍ଥା ଦେଖିଲେ ଐତିହ୍ୟ ନଗରୀର ବ୍ଲୁ ପ୍ରିଣ୍ଟ୍‌ ଉପରେ ପ୍ରଶ୍ନ ଉଠୁଛି । ଅଧିକ ପଢ଼ନ୍ତୁ

Puri town locals demands repair of puri towns main road along with other roads
ସହର ପ୍ରମୁଖ ରାସ୍ତା ବିପର୍ଯ୍ୟସ୍ତ, ପୁରୀ ଐତିହ୍ୟ ସହର ଯୋଜନାକୁ ଆଖିଠାର
author img

By

Published : Aug 4, 2022, 8:36 PM IST

ପୁରୀ: ଐତିହ୍ୟନଗରୀ ହେବ ଧାର୍ମିକ କ୍ଷେତ୍ର ପୁରୀ ସହର । ଏଥିପାଇଁ ପ୍ରସ୍ତୁତ ବ୍ଲୁ ପ୍ରିଣ୍ଟ ମୁତାବକ କାର୍ଯ୍ୟ ଆରମ୍ଭ ହୋଇଛି । ଖୁବଶୀଘ୍ର ପୁରୀକୁ ଐତିହ୍ୟ ନଗରୀ ରୂପରେଖ ଦେବାକୁ କହି ବାହା ବାହା ନେଉଛନ୍ତି ରାଜ୍ୟ ସରକାର ଓ ପ୍ରଶାସନ । ହେଲେ ବାସ୍ତବ ଚିତ୍ର ପୁରା ଓଲଟା । ପୁରୀ ସହରର ମୁଖ୍ୟ ରାସ୍ତା ଅବସ୍ଥା ଶୋଚନୀୟ । ସାହି ଓ ଗଳି କନ୍ଦିରେ ବି ସେହି ସମାନ ଅବସ୍ଥା । ଏହାକୁ ନେଇ ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ କଲେ ସୁଦ୍ଧା କିଛି ଲାଭ ହେଉନି । ସେପଟେ ଖୁବଶୀଘ୍ର ରାସ୍ତକାମ ଶେଷ ହେବ ବୋଲି ଆଶ୍ବସନା ଦେଉଛନ୍ତି ବିଭାଗୀୟ ଅଧିକାରୀ ।

ସହର ପ୍ରମୁଖ ରାସ୍ତା ବିପର୍ଯ୍ୟସ୍ତ, ପୁରୀ ଐତିହ୍ୟ ସହର ଯୋଜନାକୁ ଆଖିଠାର

ରଥଯାତ୍ରା ରାସ୍ତା ମରାମତି ଲକ୍ଷ୍ୟ ଥିଲା

ରଥଯାତ୍ରା ପୂର୍ବରୁ ସହରରେ ସମସ୍ତ ରାସ୍ତା ମରାମତି କାର୍ଯ୍ୟ ଶେଷ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଏଥିପ୍ରତି ପ୍ରଶାସନିକ ଅଧିକାରୀ କର୍ଣ୍ଣପାତ କରିବା ଉଚିତ୍‌ ମନେ କରିନଥିବା ଅଭିଯୋଗ ହୋଇଛି । ପୁରୀ ନବକଳେବର ରାସ୍ତା ଶୋଚନୀୟ ହୋଇ ପଡ଼ିଛି । କେଉଁଠି ପିଚୁ ଉଠି ଯାଇଛି ତ କେଉଁଠି ବଡ଼ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି । ପ୍ରତିଦିନ ଏହି ରାସ୍ତା ଦେଇ ଶହଶହ ଯାତ୍ରୀବାହୀ ବସ୍‌ ଓ ଅନ୍ୟ ଯାନବାହାନ ବିପଦପୂର୍ଣ୍ଣ ଭାବରେ ଯିବାଆସିବା କରୁଛନ୍ତି । ହେଲେ ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ନିଘା ନଥିବା ଅଭିଯୋଗ ହୋଇଛି ।

ସହର ସାହି ଭିତରେ ବି ରାସ୍ତା ସମସ୍ୟା

ଖାଲି ସହରର ମୁଖ୍ୟ ରାସ୍ତା ନୁହେଁ, ସହରରେ ଥିବା ବିଭିନ୍ନ ସାହି ଓ ୱାର୍ଡ ଭିତରେ ଥିବା ରାସ୍ତା ଅବସ୍ତା ମଧ୍ୟ ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଥିବାରୁ ବିଭିନ୍ନ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଛି । ରସ୍ତାକାମ ଠିକା ନେଇ ନିମ୍ନମାନର କାମ କରି ମାଲାମାଲ ହେଉଛନ୍ତି ଠିକାଦାର ଓ ଏପଟେ ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା । ଠିକାଦାର ମାନେ ରାସ୍ତା ମରାମତି କରୁଛନ୍ତି । ହେଲେ ଦିନ କେଇଟା ନଯାଉଣୁ ରାସ୍ତା ଉପରୁ କଂକ୍ରିଟ ଓ ଗୋଡି ଉଠିଯାଉଛି ।

ସରକାରୀ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା !

କିଛି ମୁଷ୍ଟିମେୟ ଠିକାଦାର ଓ ଅଧିକାରୀଙ୍କ ଭିତରେ ମଧୁଚନ୍ଦ୍ରିକାରୁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । ପୁରୀ-ବ୍ରହ୍ମଗିରିର ମୁଖ୍ୟ ରାସ୍ତା, ଜଟିଆ ବାବାଜୀ ଛକଠାରୁ ମାଟିତୋଟା ରାସ୍ତାର ଅବସ୍ଥା ନକହିବା ଭଲ । ଏହି ରାସ୍ତା ଦେଇ ସହଜରେ କୌଣସି ଯାତ୍ରୀବାହୀ ବସ୍‌ ଯିବା ଆସିବା କରି ସହଜ ହୋଇ ପାରୁନାହିଁ । ଏହାକୁ ନେଇ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି ।

ରାସ୍ତା ସମସ୍ୟା ସମାଧାନ ପାଇଁ ପ୍ରତିଶୃତି

ପୁରୀ ସହରରେ ଥିବା ରାସ୍ତା ସମସ୍ୟାକୁ ନେଇ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଅଜିତ୍ ପ୍ରସାଦ ମହାପାତ୍ର କହିଛନ୍ତି ଯେ, " ସ୍ବେରେଜ ବିଭାଗ ପକ୍ଷରୁ ରଥଯାତ୍ରା ସମୟରେ ନବକଳେବର ରାସ୍ତାରେ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ରାସ୍ତା ମରାମତି ହୋଇ ପାରିନଥିଲା । ଏବେ ପୁଣି ଅନେକ ସ୍ଥାନରେ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଖୁବଶୀଘ୍ର ସମସ୍ତ ରାସ୍ତାଘାଟର ମରାମତି କାର୍ଯ୍ୟ ଶେଷ ହୋଇଯିବ । ଏହାଛଡ଼ା ପୂର୍ବାପେକ୍ଷା ଏବେ ପୁରୀ ସହରର ରାସ୍ତା ଭଲ ଅଛି ।"

କେବେ ମିଳିବ ସମସ୍ୟାରୁ ମୁକ୍ତି ?

ପର୍ଯ୍ୟଟନ ଓ ଧାର୍ମିକ କ୍ଷେତ୍ର ହେଉଛି ପୁରୀ ସହର । ମହାପ୍ରଭୁ ଦର୍ଶନ ପାଇଁ ପ୍ରତିଦିନ ଏଠାକୁ ପ୍ରତ୍ୟେକ ଜିଲ୍ଲାରୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଏଭଳି ସ୍ଥିତିରେ ସେମାନଙ୍କ ସୁରକ୍ଷା ପ୍ରଶାସନର ପ୍ରାଥମିକତା ରହିବା ଆବଶ୍ୟକ । ହେଲେ ସହର ଖାଲଖମା ଭର୍ତ୍ତି ରାସ୍ତାକୁ ଦେଖିଲେ ଏଠାରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପ୍ରତି ପ୍ରଶ୍ନ ଉଠିବା ସ୍ବାଭାବିକ । ତେବେ ଏ ଦିଗରେ ପ୍ରଶାସନ କେବେ ଉଚିତ ପଦକ୍ଷେପ ନେବ ତାହାକୁ ଅପେକ୍ଷା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.