ETV Bharat / city

କଟକଣା ମଧ୍ୟରେ ପଶ୍ଚିମଦ୍ବାର ଦେଇ ମହାପ୍ରଭୁଙ୍କ ଦର୍ଶନ କରିବେ ପୁରୀବାସୀ

author img

By

Published : Oct 27, 2021, 4:42 PM IST

ଶ୍ରୀମନ୍ଦିରରେ ପଶ୍ଚିମଦ୍ବାର ଦେଇ ମହାପ୍ରଭୁଙ୍କ ଦର୍ଶନ କରିବେ ପୁରୀବାସୀ । ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତି ନିଆଯାଇଛି । ଅଧିକ ପଢନ୍ତୁ...

Puri temple darshan of puri city people
କଟକଣା ମଧ୍ୟରେ ପଶ୍ଚିମଦ୍ବାର ଦେଇ ମହାପ୍ରଭୁଙ୍କ ଦର୍ଶନ କରିବେ ପୁରୀବାସୀ

ପୁରୀ: ପଶ୍ଚିମଦ୍ବାର ଦେଇ ମହାପ୍ରଭୁଙ୍କ ଦର୍ଶନ କରିବେ ପୁରୀବାସୀ । ଏନେଇ ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତି ନିଆଯାଇଛି । ସମସ୍ତ କୋରୋନା କଟକଣା ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନଭେମ୍ବର 1 ରୁ ଏହି ନିୟମ ଲାଗୁ ହେବ।

ଶ୍ରୀମନ୍ଦିର ଦର୍ଶନ ପାଇଁ ପଶ୍ଚିମ ଦ୍ବାର ଦେଇ ପ୍ରବେଶ କରିବେ ପୁରୀ ସହରବାସୀ । ମହାପ୍ରସାଦ ମଧ୍ୟ ପୁରୀ ସହରବାସୀ ପଶ୍ଚିମ ଦ୍ବାର ଦେଇ ଆଣି ପାରିବେ। ତେବେ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଡବଲ ଡୋଜ ଟୀକା ସାର୍ଟିଫିକେଟ ଅବା RTPCR ନେଗେଟିଭ ରିପୋର୍ଟ ସହିତ ଆଧାର କାର୍ଡ ଦେଖାଇ ପ୍ରବେଶ କରିପାରିବେ।

ପୂର୍ବରୁ ପୁରୀ ସହରବାସୀ କେବଳ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ପ୍ରବେଶ କରୁଥିଲେ। ବାହାରୁ ଆସୁଥିବା ଭକ୍ତଙ୍କ ସହ ମିଶି ଲାଇନରେ ଯିବାର ନିୟମ ଥିବାରୁ ପ୍ରତିଦିନ ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ଆଣିବା ପାଇଁ ପୁରୀ ବାସିନ୍ଦାଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଥିଲା। ଏହାକୁ ନେଇ ପୁରୀ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା।

ବିଭିନ୍ନ ସଂଗଠନ ପକ୍ଷରୁ ଦାବି ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ଏହି ଦାବି ସମ୍ପର୍କରେ ବୈଠକ ଡ଼କାଯାଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର , ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଏ ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିରକୁ ପଶ୍ଚିମ ଦ୍ବାର ଦେଇ ନଭେମ୍ବର 1 ତାରିଖରୁ ପୁରୀ ସହରବାସୀ ପ୍ରବେଶ କରି ପାରିବେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.