ETV Bharat / city

ଦ୍ବିତୀୟ ଦିନରେ ସ୍ଵର୍ଗଦ୍ବାର ଉଚ୍ଛେଦ ପ୍ରକ୍ରିୟା, ସୁରୁଖୁରୁରେ ଚାଲିଛି ଦାହକାର୍ଯ୍ୟ - puri swargadwar

ଦ୍ବିତୀୟ ଦିନରେ ଜାରି ରହିଛି ସ୍ଵର୍ଗଦ୍ବାର ଉଚ୍ଛେଦ ପ୍ରକ୍ରିୟା । ଗୋଟିଏ ପଟେ ଉଚ୍ଛେଦ ଚାଲିଥିବା ବେଳେ ଅନ୍ୟପଟେ ଦାହକାର୍ଯ୍ୟ କରାଯାଉଛି । ଅଧିକ ଖବର ପଢନ୍ତୁ...

swargadwar renovation
ସ୍ଵର୍ଗଦ୍ବାର ଉଛେଦ ପ୍ରକ୍ରିୟା ଦ୍ବିତୀୟ ଦିନ,ସୁରୁଖୁରୁ ରେ ଚାଲିଛି ଶବଦାହ
author img

By

Published : Dec 11, 2019, 6:37 PM IST

ପୁରୀ: ସ୍ବର୍ଗଦ୍ବାରର ବିକାଶ ନେଇ ଉଚ୍ଛେଦ ପ୍ରକ୍ରିୟା ଦ୍ବିତୀୟ ଦିନରେ ଜାରି ରହିଛି । ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ଏହି ଉଚ୍ଛେଦ ଅଭିଯାନ । ଗୋଟିଏ ପଟେ ଉଚ୍ଛେଦ କରାଯାଉଥିବା ବେଳେ ଅନ୍ୟପଟେ ଦାହ କାର୍ଯ୍ୟ କରାଯାଉଛି ।

ସ୍ଵର୍ଗଦ୍ବାର ଉଛେଦ ପ୍ରକ୍ରିୟା ଦ୍ବିତୀୟ ଦିନ,ସୁରୁଖୁରୁ ରେ ଚାଲିଛି ଶବଦାହ

ତେବେ ସ୍ବର୍ଗଦ୍ବାରର ନବୀକରଣ ସରିବା ପରେ ଅନ୍ୟପଟେ କାର୍ଯ୍ୟ ଆରମ୍ଭ ହେଲେ ଲୋକେ ଦାହରେ ସମସ୍ୟା ସମ୍ମୁଖୀନ କରିବେନି । ତେବେ ନବୀକରଣ ପରେ ପୁରୀ ସ୍ବର୍ଗଦ୍ବାରର ରଙ୍ଗ ଓ ଚିତ୍ର ସମ୍ପୂର୍ଣ୍ଣ ବଦଳିଯିବ। ସୂଚନା ଥାଉକି, ତେଲାଙ୍ଗାନାର ମହାପ୍ରସ୍ତାନମ ଭଳି ପୁରୀ ସ୍ବର୍ଗଦ୍ବାରର ନବକଳେବର କରାଯିବ । ଏଥିପାଇଁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ବର୍ଗଦ୍ବାର ଭିତରେ ଥିବା ପୁରୁଣା ଗୃହ ଗୁଡିକ ଆଜି ଭଙ୍ଗାଯାଉଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ବାହିନୀ ମୁତୟନ କରାଯାଇଛି ।

ପୂର୍ବରୁ ସରକାରଙ୍କ ଘୋଷଣା ମୁତାବକ ପାଞ୍ଚ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାସହ ହଟିବ ବିଜୁବାବୁଙ୍କ ସମାଧି । ସ୍ବର୍ଗଦ୍ବାରରେ ଶବ ବାହକ ଓ ଦାହ ପାଇଁ ସମ୍ପୂର୍ଣ ଅତ୍ୟାଧୁନିକ ବ୍ୟବସ୍ଥା ରହିବ । ବାହକମାନଙ୍କ ସୁବିଧା ପାଇଁ ନିର୍ମାଣ ହେବ ବିଶ୍ରାମକକ୍ଷ । ଏହାସହ ସବୁଋତୁରେ କିଭଳି ସୁବିଧାରେ ଦାହ କାମହେବ ସେନେଇ ସବୁ ଅନୁକୁଳ ବ୍ୟବସ୍ଥା ନିର୍ମାଣ କରାଯିବ । ଏଠାରେ ବ୍ୟାପକ ବୃକ୍ଷରୋପଣ ସହ ଅସ୍ଥି ସଂଗ୍ରହ ଓ ସଂରକ୍ଷଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ସ୍ଵର୍ଗ ଦ୍ୱାର ଉଛେଦ ପ୍ରକ୍ରିୟା ଦ୍ୱିତୀୟ ଦିନ Body:ସ୍ୱର୍ଗ ଦ୍ୱାର ର ବିକାଶ ନେଇ ଉଛେଦ ପ୍ରକ୍ରିୟା ଦ୍ୱିତୀୟ ଦିନ ଜାରି ରହିଛି। ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ଗୋଟିଏ ପଟେ ଉଛେଦ କରାଯାଉ ଥିବା ବେଳେ ଅନ୍ୟ ପଟେ ଶବ ଦାହ କାର୍ଯ୍ୟ କରାଯାଉଛି। ତେବେ ଗୋଟିଏ ପଟେ ସ୍ୱର୍ଗ ଦ୍ୱାର ର ନବୀକରଣ ସରିବା ପରେ ଅନ୍ୟ ପଟେ କାର୍ଯ୍ୟ ଆରଂଭ ହେବ। ଫଳରେ ଲୋକ ମାନେ ଶବ ଦାହ ରେ ସମସ୍ୟା ସମୁଖିନ ହେବେନି।
ପୁରୀ ସ୍ୱର୍ଗଦ୍ୱାରର ରଙ୍ଗ ଓ ଚିତ୍ର ସମ୍ପୂର୍ଣ୍ଣ ବଦଳି ଯିବ ନବୀ କରଣ ପରେ। ତେଲେଙ୍ଗାନା ର ମହାପ୍ରସ୍ତାନମ ଭଳି ପୁରୀ ସ୍ୱର୍ଗ ଦ୍ୱାର ର ହେବ ନବକଳେବର । ଏଥିପାଇଁ ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ୱର୍ଗ ଦ୍ୱାର ଭିତରେ ଥିବା ପୁରୁଣା ଗୃହ ଗୁଡିକ ଆଜି ଭଙ୍ଗା ଯାଉଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ବାହିନୀ ମୁତୟନ କରାଯାଇଛି।
ପୂର୍ବରୁ ସରକାର ଙ୍କ ଘୋଷଣା ମୁତାବକ ଖର୍ଚ୍ଚ ହେବ ପଞ୍ଚ କୋଟି ଟଙ୍କା । ହଟିବ ବିଜୁ ଙ୍କ ସମାଧି । । ସ୍ୱର୍ଗ ଦ୍ୱାରରେ ଶବ ବାହକ ଓ ଶବ ଦାହ ପାଇଁ ସମ୍ପୂର୍ଣ ଅତ୍ୟାଧୁନୀକ ବ୍ୟବସ୍ଥା ରହିବ । ଶବ ବାହକମାନଙ୍କ ସୁବିଧା ପାଇଁ ନିର୍ମାଣ ହେବ ବିଶ୍ରାମକକ୍ଷ । ଏହି ଉନତିମୁଳକ କାମ ପାଇଁ ସ୍ୱର୍ଗ ଦ୍ୱାରରେ ଥିବା ବିଜୁ ବାବୁଙ୍କ ସମାଧି ମଧ୍ୟ ହଟିବ । ନିଷ୍ପତି ହୋଇଛି ସବୁ ଋତୁରେ କିଭଳି ସୁବିଧାରେ ଏଠାରେ ଶବଦାହ କାରିହେବ ସେ ନେଇ ସବୁ ଅନୁକୁଳ ବ୍ୟବସ୍ଥା ନିର୍ମାଣ କରାଯିବ ।ଏଠାରେ ବ୍ୟପକ ବୃକ୍ଷରୋପ ସହ ଅସ୍ତି ସଂଗ୍ରହ ଓ ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା କରାଯିବ ।। ।

ବାଇଟ, ବିନୟ ଦାଶ, ଏଡିଏମ , ପୁରୀ Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.