ETV Bharat / city

ମହାପ୍ରଭୁଙ୍କ ଦର୍ଶନ ପାଇଁ କୋଭିଡ ଗାଇଡଲାଇନ କଟକଣା କୋହଳ ଦାବି - କୋରୋନା ଗାଇଡଲାଇନ

ଶ୍ରୀମନ୍ଦିରରେ ଜାନୁଆରୀ 3 ରୁ ସର୍ବସାଧାରଣଙ୍କ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ଏହି ବ୍ୟବସ୍ଥାରେ କୋଭିଡ ଗାଇଡ଼ ଲାଇନରେ କିଛି କୋହଳ କରିବାକୁ ବରିଷ୍ଠ ସେବାୟତ ଓ ପୁରୀ ହୋଟେଲ ସଂଘ ମତ ଦେଇଛନ୍ତି। ଅଧିକ ପଢନ୍ତୁ...

puri sri mandir open covid19 guideline
ମହାପ୍ରଭୁଙ୍କ ଦର୍ଶନ ପାଇଁ କୋଭିଡ19 ଗାଇଡଲାଇନ କଟକଣା କୋହଳ ଦାବି
author img

By

Published : Dec 28, 2020, 7:14 PM IST

ପୁରୀ: ମହାପ୍ରଭୁଙ୍କ ଦର୍ଶନ ନେଇ ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ। ଆସନ୍ତା ଜାନୁଆରୀ 3 ରୁ ସର୍ବସାଧାରଣଙ୍କ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ତେବେ ଏହି ବ୍ୟବସ୍ଥାରେ କୋଭିଡ ଗାଇଡ଼ ଲାଇନରେ କିଛି କୋହଳ ବ୍ୟବସ୍ଥା କରିବାକୁ ବରିଷ୍ଠ ସେବାୟତ ଓ ପୁରୀ ହୋଟେଲ ଆସୋସିଏସନ ମତ ଦେଇଛନ୍ତି ।

ମହାପ୍ରଭୁଙ୍କ ଦର୍ଶନ ପାଇଁ କୋଭିଡ19 ଗାଇଡଲାଇନ କଟକଣା କୋହଳ ଦାବି

ଶ୍ରୀମନ୍ଦିରରେ ଆସନ୍ତା ଜାନୁୟାରୀ 3 ତାରିଖରୁ ସର୍ବସାଧାରଣ ଦର୍ଶନ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । କିନ୍ତୁ ମନ୍ଦିରରେ 65 ବର୍ଷ ବୟସରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ଅନୁମତି ଦିଆଯାଇନାହିଁ । ଏହାକୁ ଠିକ ନୁହେଁ ବୋଲି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ଯେଭଳି ସମସ୍ତେ କରିବେ ସେ ନେଇ ପୁରୀ ପ୍ରଶାସନ ପଦକ୍ଷେପ ନେବା ଆବଶ୍ୟକ । ସେହିପରି ମହାପ୍ରଭୁଙ୍କ ଦର୍ଶନ ନେଇ କୋଭିଡ ନେଗେଟିଭ ରିପୋର୍ଟ ପ୍ରସଙ୍ଗରେ ମଧ୍ୟ ସେ ମତ ଦେଇଛନ୍ତି। ରାଜ୍ୟ ବାହାରୁ ଅନେକ ଲୋକ ଗାଡିରେ ପୁରୀ ଆସିଲାବେଳକୁ 4 ରୁ 5 ଦିନ ହେଉଛି। ଥରେ କୋଭିଡ ରିପୋର୍ଟ ଆଣି ପୁଣି ପୁରୀରେ ଆଉ ଥରେ କୋଭିଡ ରିପୋର୍ଟ ଆଣିବା ବେଶ କଷ୍ଟକର। ଏଣୁ ପ୍ରଶାସନ ପୁରୀରେ କୋଭିଡ ଟେଷ୍ଟ କରାଇ ଭକ୍ତଙ୍କୁ ରିପୋର୍ଟ ଦେବାକୁ ବରିଷ୍ଠ ସେବାୟତ କହିଛନ୍ତି।

ସେପଟେ ମହାପ୍ରଭୁଙ୍କ ଦର୍ଶନ ଆସୁଥିବା ଯାତ୍ରୀଙ୍କୁ ଆଣ୍ଟିଜେନ ଟେଷ୍ଟ ସୁବିଧା ପ୍ରଶାସନ ଯୋଗାଇ ଦେବାକୁ ପୁରୀ ହୋଟେଲ ଆସୋସିଏସନର ସଭାପତି ରାଜ କିଶୋର ପାତ୍ର ମତ ଦେଇଛନ୍ତି। ଏହା ଦ୍ବାରା ଯାତ୍ରୀମାନେ ହଇରାଣ ହେବେ ନାହିଁ। ତେବେ ଜାନୁଆରୀ 3 ରୁ ସର୍ବସାଧାରଣଙ୍କ ଦର୍ଶନ ବ୍ୟବସ୍ଥା ନେଇ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.