ETV Bharat / city

ଛତିଶା ନିଯୋଗ ବୈଠକ: ଦଶହରାରେ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ, କାର୍ତ୍ତିକ ମାସରେ ଆସିବେନି ହବିଷ୍ୟାଳୀ

author img

By

Published : Oct 11, 2021, 5:25 PM IST

ଶ୍ରୀମନ୍ଦିର ନିଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହୋଇଛି ଛତିଶା ନିଯୋଗ ବୈଠକ । ଅଧିକ ପଢନ୍ତୁ...

Puri sri mandir chatisha nijog meeting
ସରିଲା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ,ଦଶହରାରେ ଶ୍ରୀମନ୍ଦିରେ ଭକ୍ତଙ୍କ ପାଇଁ ବନ୍ଦ

ପୁରୀ: ସରିଲା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । ନିଆଗଲା ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଶ୍ରୀମନ୍ଦିର ନିଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ସେବାୟତମାନେ ଛତିଶା ନିଯୋଗ ବୈଠକରେ ଯୋଗ ଦେଇଛନ୍ତି ।

ସୋମବାର ନୀତି ଓ ଅର୍ଥ ସବକମିଟିର ବୈଠକ ପରେ ବସିଥିଲା ଛତିଶା ନିଯୋଗ ବୈଠକ। ଅର୍ଥ ସବକମିଟି ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧୯୦ କୋଟି ୨୬ ଲକ୍ଷ ୫ ହଜାର ୩ ଶହ ୬ ଟଙ୍କାର ବଜେଟ ଆଗତ କରାଯାଇଛି। ଏବର୍ଷ ଖଣି, ସୈରାତ ଓ ରାଜସ୍ବ ଆଦାୟ ଅଧିକ ରହିଛି। ରାଜସ୍ବ ଆଦାୟ ଅର୍ଥ ରଥଯାତ୍ରା, ମହାପ୍ରଭୁଙ୍କ ନୀତିକାନ୍ତି, ସେବାୟତଙ୍କ ସ୍ବାସ୍ଥ୍ୟ, ଶିକ୍ଷା ଓ ସାମାଜିକ ଉନ୍ନୟନ ପାଇଁ ଖର୍ଚ୍ଚ କରାଯିବ। ଚଳିତ ମାସ ୧୬ ତାରିଖରୁ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ମହାଧାର୍ମିକ କାର୍ତ୍ତିକ ମାସ ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ଚଳିତ ମାସ ୧୫ ତାରିଖରେ ପଡୁଥିବା ଦଶହରାରେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ। ତେବେ ୨୦ ତାରିଖରେ ପଡୁଥିବା କୁମାର ପୂର୍ଣ୍ଣିମାରେ ଖୋଲା ରହିବ ମନ୍ଦିର । ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ସଂଶୋଧିତ ଏସଓପି ଜାରି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

କାର୍ତ୍ତିକ ମାସରେ ହବିଷ୍ୟାଳୀମାନେ ଶ୍ରୀମନ୍ଦିର ନଆସିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ତେବେ ଦର୍ଶନ ପାଇଁ କୌଣସି କଟକଣା ନାହିଁ। କାର୍ତ୍ତିକ ମାସ ଅର୍ଥାତ୍ ନଭେମ୍ବରରେ ତିନିଦିନ ଶ୍ରୀମନ୍ଦିର ଵନ୍ଦ ରହିବ । ନଭେମ୍ବର ୪ ତାରିଖରେ ଦୀପାବଳୀ, ୧୫ରେ ଏକାଦଶୀ ଓ ୧୯ରେ କାର୍ତ୍ତିକ ପୂର୍ଣ୍ଣମୀରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ଏହି ମାସ ୧୮ ତାରିଖରେ ଶ୍ରୀମନ୍ଦିର ଦୋଳବେଦୀ କୋଣ ନିକଟ ଐସାନ୍ୟ କୋଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଶ୍ରୀମନ୍ଦିର ଐତିହ୍ୟ କରିଡୋର ପ୍ରକଳ୍ପ ଅନ୍ତର୍ଗତ ଯାତ୍ରୀ ପରିକ୍ରମା ମାର୍ଗ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏଥିପାଇଁ ଏନଏମଏ ସମେତ ବିଭିନ୍ନ ବିଭାଗର ଅନୁମତି ମିଳି ସାରିଛି।

କୁମାରପୂର୍ଣ୍ଣମୀ ପରଠାରୁ ସେବାୟତମାନେ ପର୍ଯ୍ୟାୟ କ୍ରମେ ପାରମ୍ପରିକ ବେଶ ପୋଷାକ ପିନ୍ଧି ପୋଖରିଆ ଓ ଗର୍ଭଗୃହକୁ ପ୍ରବେଶ କରିବା ପାଇଁ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧ୍ୟକ୍ଷତାରେ ବସିଥିବା ଛତିଶା ନିଯୋଗ ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଏସପି ଓ ଛତିଶା ନିଯୋଗର ସମସ୍ତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.