ETV Bharat / city

ରଥରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ - ଶଙ୍କରାଚାର୍ଯ୍ୟ

ରଥରେ ଶଙ୍କରାଚାର୍ଯ୍ୟ । ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରୁଛନ୍ତି ଗୋବର୍ଦ୍ଧନ ପୀଠାଧିଶ ।

ରଥରେ ଶଙ୍କରାଚାର୍ଯ୍ୟ
ରଥରେ ଶଙ୍କରାଚାର୍ଯ୍ୟ
author img

By

Published : Jun 23, 2020, 10:38 AM IST

ପୁରୀ: ରଥରେ ଶଙ୍କରାଚାର୍ଯ୍ୟ । ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରୁଛନ୍ତି ଗୋବର୍ଦ୍ଧନ ପୀଠାଧିଶ । ପହଣ୍ଡି ନୀତି ଶେଷ ପରେ ରଥରେ ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ । ସେବକଙ୍କ ଗହଣରେ ଆସି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି ଶଙ୍କରାଚାର୍ଯ୍ୟ ।

ରଥରେ ଶଙ୍କରାଚାର୍ଯ୍ୟ

ସୂଚନାଥାଉକି, ଚଳିତବର୍ଷ ବିନା ଭକ୍ତରେ ଚାଲିଛି ରଥଯାତ୍ରା । ସିଧାପ୍ରସାରଣ ମାଧ୍ୟମରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ତେବେ ସମସ୍ତ ନୀତିକାନ୍ତି ପରେ ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଥିଲା । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ତାପରେ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ସମାପନ ହୋଇଥିଲା । ପରେ ମା’ ସୁଭଦ୍ରା ରଥାରୂଢ ହୋଇଥିଲେ । ଶେଷରେ ଜଗତର ନାଥ ଜଗନ୍ନାଥ ପହଣ୍ଡି ବିଜେ କରି ନନ୍ଦିଘୋଷରେ ବିରାଜିଛନ୍ତି ।

ତେବେ ଚତୁର୍ଦ୍ଧାମୂର୍ତ୍ତି ରଥରେ ବିରାଜିତ ହେବା ପରେ ଶଙ୍କରାଚାର୍ଯ୍ୟ ନିଜ ସେବକଙ୍କ ଗହଣରେ ଦର୍ଶନ କରୁଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.