ETV Bharat / city

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ତୀର୍ଥଭୂମି ଭୋଗଭୂମି ନ ହେଉ କହିଲେ ଶଙ୍କରାଚାର୍ଯ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ମାମଲାକୁ ବିବାଦ ଲାଗି ରହିଛି । ଏହାରି ଭିତରେ ପ୍ରକଳ୍ପ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ । ଅଧିକ ପଢନ୍ତୁ

author img

By

Published : May 25, 2022, 12:27 PM IST

Updated : May 25, 2022, 1:07 PM IST

ଶଙ୍କରାଚାର୍ଯ୍ୟ
ଶଙ୍କରାଚାର୍ଯ୍ୟ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ମାମଲାକୁ ବିବାଦ ଲାଗି ରହିଛି । ଏହାରି ଭିତରେ ପ୍ରକଳ୍ପ ନେଇ କ୍ଷୋଭ ପ୍ରକାଶ କଖିଛନ୍ତି ଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ । ବିକାଶ ନାମରେ ବିକୃତ କରାଯାଉଛି । ପ୍ରଶସ୍ତୀକରଣ ଯୋଗୁଁ ମନ୍ଦିରର ଆଦର୍ଶ ଅସ୍ତିତ୍ବ ନ ହଜିଯାଉ ତୀର୍ଥଭୂମି ଭୋଗ ଭୂମିରେ ପରିବର୍ତ୍ତନ ନହେଉ ସେ ଦିଗରେ ସରକାର ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ । ଆମେ ବିକାଶ ଚାହୁଁଛୁ ପରନ୍ତୁ ଅସ୍ତିତ୍ବ ବିଲୋପର ପକ୍ଷରେ ନଥିବା କହିଛନ୍ତି ଶଙ୍କରାଚାର୍ଯ୍ୟ ।

ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା

ସେ ଆହୁରି କହିଛନ୍ତି, ‘ସମୁଦ୍ର ତଟରେ ଥିବା ତପସ୍ଥଳୀ ଏବେ ଭୋଗସ୍ଥଳୀ ଓ ସୁରା ସୁନ୍ଦରୀ କେନ୍ଦ୍ର ପାଲଟିଗଲାଣି । ତାହା ଦ୍ବାରା ଦେବୀ ଦେବତା କୋପ କରିବେ, ଦେବାଦେବୀ ରାଗିଲେ ଓଡ଼ିଶା ସଙ୍କଟରେ ପଡିଯିବ । ଶାସନତନ୍ତ୍ରର ଏ ଦାୟିତ୍ବ ତୀର୍ଥସ୍ଥଳୀକୁ ଭୋଗସ୍ଥଳୀରେ ପରିଣତ ନ କରାଯାଉ । ଆମେ ବିକାଶକୁ ସମର୍ଥନ କରୁ ହେଲେ ବିକାଶ ନାମରେ ତୀର୍ଥସ୍ଥାନର ଅସ୍ତିତ୍ବ ଓ ଆଦର୍ଶ ବିଲୋପ ହେଉ ତାକୁ କଦାପି ସମର୍ଥନ କରିବୁ ନାହିଁ’ ବୋଲି କହିଛନ୍ତି ଜଗତଗୁରୁ ।

ପରମ୍ପରା ପ୍ରାପ୍ତ ମଠକୁ ପ୍ରଶସ୍ତ ନାମରେ ଭାଙ୍ଗି ଦିଆଗଲା ଏହା ଜାରି ରହିଛି । ଦେବାଦେବୀଙ୍କ ସ୍ଥାନଗୁଡିକୁ ବିଲୁପ୍ତ ହେବାରେ ଲାଗିଛି । ସରକାର ଏହା ନଭାବନ୍ତୁ ଲୋକ ତାଙ୍କୁ ସମର୍ଥନ କରୁଛନ୍ତି । ଯେଉଁ ରାଜନୀତି ଦଳକୁ ଓଡ଼ିଶାବାସୀ ଆସ୍ଥା ପୂର୍ବକ ଶାସନ କରିବାକୁ ବର୍ଷ ବର୍ଷ ହେଲା ଅବସର ଦେଇଛନ୍ତି, ତାହାକୁ ବଦଳାଇ ଦେଇପାରନ୍ତି । ଓଡ଼ିଶାବାସୀଙ୍କୁ ମୁଁ କହିବାକୁ ଚାହୁଁଛି, ଯେ ବିକାଶ ନାମରେ ଓଡ଼ିଶାର ଧାର୍ମିକ ରାଜଧାନୀ ପୁରୀର ଆଦର୍ଶକୁ ବିକୃତ ଓ ବିଲୁପ୍ତ କରିବାକୁ ପ୍ରୟାସ କରାଯାଉଛି । ଶଙ୍କରାଚାର୍ଯ୍ୟ ପୁରୀକୁ ଓଡ଼ିଶାର ଧାର୍ମିକ ରାଜଧାନୀ ବୋଲି ସମ୍ବୋଧନ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 25, 2022, 1:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.