ETV Bharat / city

ଦ୍ବିତୀୟ ପର୍ଯ୍ୟାୟରେ ସେବାୟତଙ୍କୁ ଦିଆଗଲା ହୋମିଓପାଥିକ ଔଷଧ - puri news

ଦ୍ବିତୀୟ ପର୍ଯ୍ୟାୟରେ ଶ୍ରୀମନ୍ଦିରର ସେବାୟତ ଓ ତାଙ୍କ ପରିବାରକୁ ହୋମିଓପାଥିକ ଔଷଧ ପ୍ରଦାନ କରାଯାଇଛି । ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢିବା ଉଦ୍ଦେଶ୍ୟରେ ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଥିବା ପୁରୀର ହୋମିଓପାଥିକ କ୍ଷତ୍ରିୟ ଅନୁସନ୍ଧାନ ସଂସ୍ଥା ପକ୍ଷରୁ ଏହି ହୋମିଓପ୍ୟାଥିକ ଔଷଧ ଯୋଗାଇ ଦିଆଯାଉଛି । ଅଧିକ ପଢନ୍ତୁ...

ଦ୍ବିତୀୟ ପର୍ଯ୍ୟାୟରେ ସେବାୟତଙ୍କୁ ମିଳିଲା ହୋମିଓପାଥିକ

author img

By

Published : Jul 17, 2020, 1:01 PM IST

ପୁରୀ: ଦ୍ବିତୀୟ ପର୍ଯ୍ୟାୟରେ ଶ୍ରୀମନ୍ଦିରର ସେବାୟତ ଓ ତାଙ୍କ ପରିବାରକୁ ହୋମିଓପାଥିକ ଔଷଧ ପ୍ରଦାନ କରାଯାଇଛି । ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢିବା ଉଦ୍ଦେଶ୍ୟରେ ଏହି ହୋମିଓପାଥିକ ଔଷଧ ସେବାୟତଙ୍କୁ ପ୍ରଦାନ କରାଯାଇଛି ।

ଦ୍ବିତୀୟ ପର୍ଯ୍ୟାୟରେ ସେବାୟତଙ୍କୁ ମିଳିଲା ହୋମିଓପାଥିକ
ଦ୍ବିତୀୟ ପର୍ଯ୍ୟାୟରେ ସେବାୟତଙ୍କୁ ମିଳିଲା ହୋମିଓପାଥିକ

ଆୟୁଷ ମନ୍ତ୍ରଣାଳୟ ଅଧୀନରେ ଥିବା ପୁରୀର ହୋମିଓପାଥିକ କ୍ଷତ୍ରିୟ ଅନୁସନ୍ଧାନ ସଂସ୍ଥା ପକ୍ଷରୁ ଏହି ଔଷଧ ଯୋଗାଇ ଦିଆଯାଉଛି । ପୂର୍ବରୁ ଏହି ସଂସ୍ଥା ପକ୍ଷରୁ ଜୁନ 9 ରୁ 13 ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟରେ ଏକ ସ୍ବତନ୍ତ୍ର କ୍ୟାମ୍ପ ଅନୁଷ୍ଠିତ କରାଯାଇ ଔଷଧ ବଣ୍ଟନ କରାଯାଇଥିଲା । ଏଥିରେ 5 ହଜାରରୁ ଅଧିକ ସେବାୟତ ଓ ତାଙ୍କ ପରିବାରକୁ ଔଷଧ ପ୍ରଦାନ କରାଯାଇଥିଲା ।

ତେବେ କୋରୋନା ସଂକ୍ରମଣ ରୋକିବା ତଥା କାଶ, ଥଣ୍ଡା ନହେବା ଏବଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଏହି ଔଷଧ ପ୍ରଦାନ କରାଯାଉଛି । ଆର୍ସେନିକ 30 ନାମକ ଏହି ହୋମିଓପାଥିକ ଔଷଧ ପ୍ରଦାନ କରାଯାଇଛି । ଆୟୁଷ ମନ୍ତ୍ରଣାଳୟ ଦ୍ବାରା ଏହି ଔଷଧର ଗବେଷଣା କରାଯିବା ପରେ ପ୍ରଦାନ ହେଉଛି । ତେବେ ସାଧାରଣ ଲୋକ ମଧ୍ୟ ପୁରୀର ଗୋପାଳ ବଲ୍ଲବ ରୋଡ଼ ଏବଂ ମରିଚି କୋଟ ଛକରେ ଥିବା ହୋମିଓପାଥିକ କ୍ଷତ୍ରିୟ ଅନୁସନ୍ଧାନ ଅନୁଷ୍ଠାନରୁ ମାଗଣାରେ ମେଡ଼ିସିନ ନେଇପାରିବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରକାଶ ଥାଉକି, ରାଜ୍ୟରେ ଦିନକୁ ଦିନ କୋରୋନା ସ୍ଥିତି ଗମ୍ଭୀର ହେଉଥିବା ବେଳେ ଶୁକ୍ରବାର ପୁରୀରେ 9 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା 383 ହୋଇଥିବା ବେଳେ ତନ୍ମଧ୍ୟରୁ 294 ଜଣ ସୁସ୍ଥ ଓ 2 ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଚଳିତବର୍ଷ କୋରୋନା ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ବହୁ କଟକଣା ସହ ବିନା ଭକ୍ତରେ ପୁରୀରେ ରଥଯାତ୍ରାର ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.