ETV Bharat / city

ସେବାୟତଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଶଙ୍କରାଚାର୍ଯ୍ୟଙ୍କ ମତ

ରାଜ୍ୟରେ ଥିବା ବିଭିନ୍ନ ମନ୍ଦିରର ସେବାୟତ ଓ ପୂଜକଙ୍କୁ ମାନବିକତା ଦୃଷ୍ଟି କୋଣରୁ ରାଜ୍ୟ ସରକାର ଆର୍ଥିକ ସହାୟତା ଦେବା ସହ ସମସ୍ତ ମନ୍ଦିର ଖୋଲିବାକୁ ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମତ ରଖିଛନ୍ତି ।

author img

By

Published : Nov 16, 2020, 1:37 PM IST

ସେବାୟତଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଶଙ୍କରାଚାର୍ଯ୍ୟଙ୍କ ମତ
ସେବାୟତଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଶଙ୍କରାଚାର୍ଯ୍ୟଙ୍କ ମତ

ପୁରୀ: କୋଭିଡ କଟକଣା ପାଇଁ ଶ୍ରୀମନ୍ଦିର ସମେତ ରାଜ୍ୟର ସମସ୍ତ ମନ୍ଦିର ଭକ୍ତ ପାଇଁ ବନ୍ଦ ରହିଛି । ଫଳରେ ସେବାୟତଙ୍କ ରୋଜଗାର ଉପରେ ପ୍ରଭାବ ପଡ଼ିଛି । ସେଥିପାଇଁ ରାଜ୍ୟରେ ଥିବା ବିଭିନ୍ନ ମନ୍ଦିରର ସେବାୟତ ଓ ପୂଜକଙ୍କୁ ମାନବିକତା ଦୃଷ୍ଟି କୋଣରୁ ରାଜ୍ୟ ସରକାର ଆର୍ଥିକ ସହାୟତା ଦେବା ସହ ସମସ୍ତ ମନ୍ଦିର ଖୋଲିବାକୁ ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମତ ରଖିଛନ୍ତି ।

ସେବାୟତମାନେ ପୂଜା କରି ଯାହା କିଛି ଅର୍ଥ ଆୟ କରଥାନ୍ତି, ସେଥିରେ ତାଙ୍କର ପରିବାର ଚଳିଥାଏ । ସେବାୟତଙ୍କର ଅନ୍ୟ କୌଣସି ଆୟ ପନ୍ଥା ନ ଥିବା ହେତୁ ତୁରନ୍ତ ମନ୍ଦିର ଭକ୍ତଙ୍କ ପାଇଁ ଖୋଲିବାକୁ ଦାବି ବିଭିନ୍ନ ମହଲରୁ ଦାବି ହୋଇ ଆସୁଛି ।

ଯେହେତୁ ସେବାୟତ ଓ ପୂଜକଙ୍କର ସେବା ପୂଜା ରୁ ଆୟ ଛଡା ଅନ୍ୟ କୌଣସି ପନ୍ଥା ନାହିଁ , ତେଣୁ ରାଜ୍ୟ ସରକାର ଆର୍ଥିକ ସାହାଯ୍ୟ ପ୍ରଦାନ କରିବା ଅତ୍ୟନ୍ତ ଆବଶ୍ୟକ ଥିବା ଜଗତଗୁରୁ ଶଙ୍କରାଚାର୍ଯ୍ୟ ମତ ରଖିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.