ପୁରୀ: ଭକ୍ତଙ୍କୁ ପୋଲିସର ଦୁର୍ବ୍ୟବହାର ଅଭିଯୋଗ । ବଙ୍ଗୀୟ ଭକ୍ତଙ୍କୁ ପୋଲିସ ମାଡ ମାରିବା ସହ ଭୁଲ ମଗେଇଥିବା ଅଭିଯୋଗ ହୋଇଛି । ସେପଟେ, ଶ୍ରୀମନ୍ଦିର ଭଳି ସ୍ଥାନରେ ପୋଲିସର ଏଭଳି ଆଚରଣ ସାଧାରଣରେ ଉଦବେଗ ପ୍ରକାଶ ।
ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାର ପ୍ରିୟବ୍ରତ ସାହୁ ତାଙ୍କ ପରିବାର ସହ ଆଜି ଶ୍ରୀମନ୍ଦିର ଦର୍ଶନରେ ଆସିଥିଲେ । ଦର୍ଶନ କରି ପଶ୍ଚିମ ଦ୍ବାରା ଦେଇ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ସମୟରେ ସାଥୀରେ ଆସିଥିବା ଜଣେ ବରିଷ୍ଠ ନାଗରିକଙ୍କୁ ପଶ୍ଚିମ ଦ୍ବାର ଗୁମୁଟ ତଳେ ବସାଇ ଅଟୋ ଡାକିବାକୁ ଯାଇଥିଲେ । ଅଟୋ ଡାକି ଗୁମୁଟ ତଳେ ବସିଥିବା ବୟସ୍କା ବୃଦ୍ଧାଙ୍କୁ ପୁନର୍ବାର ଆଣିବାକୁ ଯିବା ସମୟରେ ହଠାତ ପୋଲିସ ଆସି ଅଟକାଇ ଥିଲା ।
ସେପଟେ, ପ୍ରିୟବ୍ରତ ନିଜ ପରିବାର ଲୋକଙ୍କୁ ଆଣିବାକୁ ଭିତରକୁ ଯାଇଥିଲେ ବୋଲି ପୋଲିସକୁ କହିଥିଲେ । ବାରମ୍ବାର ନିବେଦନ ସତ୍ତ୍ବେ ପୋଲିସ ତାଙ୍କୁ ଦୁର୍ବ୍ୟବହାର କରି ମାଡ ମାରିଥିଲା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ