ETV Bharat / city

ଜାତୀୟ ରାଜପଥରେ ଚଲେଇଥିଲେ ଲୁଟ୍, 6 ଜଣଙ୍କୁ କାବୁ କଲା ପୋଲିସ

author img

By

Published : Apr 3, 2022, 8:22 PM IST

ପୁରୀ-ଭୁବନେଶ୍ବର ଜାତୀୟ ରାଜପଥରେ ଲୁଟ୍ କରୁଥିବା 6 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ଜାତୀୟ ରାଜପଥରେ ଚଲେଇଥିଲେ ଲୁଟ୍, 6 ଜଣଙ୍କୁ କାବୁ କଲା ପୋଲିସ
ଜାତୀୟ ରାଜପଥରେ ଚଲେଇଥିଲେ ଲୁଟ୍, 6 ଜଣଙ୍କୁ କାବୁ କଲା ପୋଲିସ

ପୁରୀ: ଜାତୀୟ ରାଜପଥ ଲୁଟେରାଙ୍କୁ ଗିରଫ କଲା ପୁରୀ ପୋଲିସ । 2 ବନ୍ଧୁକ, 20 ମୋବାଇଲ ସମେତ 2ଟି ବାଇକ ଜବତ । ପୁରୀ ଚନ୍ଦନପୁର ଥାନା ପୋଲିସ ଚଢାଉ କରି ୬ ଲୁଟେରାଙ୍କୁ ଗିରଫ କରିଥିବା ଜଣାପଡିଛି ।

ପୋଲିସ ଏମାନଙ୍କ ଠାରୁ ବିଭିନ୍ନ ପ୍ରକାର ଚୋରି ସାମଗ୍ରୀ ଜବତ କରିବା ସହ ୩୭୩୦ ଟଙ୍କା ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ନାରାୟଣ ମଲ୍ଲିକ, ବିଜୟ ମଲ୍ଲିକ, ସତ୍ୟମ ମହାପାତ୍ର, ରାଜେଶ ପଟ୍ଟନାୟକ, ପ୍ରଶାନ୍ତ ବେହେରା ଏବଂ ଜଗୁ ନାୟକ । ଏହି ଅଭିଯୁକ୍ତମାନେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଓ ଜଗନ୍ନାଥ ସଡକରେ ଯାତାୟତ କରୁଥିବା ପର୍ଯ୍ୟଟକ ଓ ଲୋକମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇବା ସହ ଜୋରଜବରଦସ୍ତ ସେମାନଙ୍କ ଠାରୁ ଟଙ୍କା, ମୋବାଇଲ ଛଡାଇ ନେଇଥାନ୍ତି ।

ତେବେ ଲୁଟର ଶିକାର ହେଉଥିବା ବ୍ୟକ୍ତିମାନେ ଥାନାରେ ଅଭିଯୋଗ କରିବା ପରେ ଚନ୍ଦନପୁର ଥାନା ପୋଲିସ ପକ୍ଷରୁ କଡା ନଜର ରଖାଯାଇଥିଲା । ତେବେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରି ଏହି 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏନେଇ ପୁରୀ ସଦର ଏସଡିପିଓ କିଶୋର ଚନ୍ଦ୍ର ମୁଣ୍ଡ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.