ETV Bharat / city

ଶ୍ରୀମନ୍ଦିର ଚୌହଦିରେ NMA ନିୟମ ଉଲଘଂନ; ASIର ନୋଟିସ - ପୁରୀ

ଶ୍ରୀମନ୍ଦିର ଚୌହଦିରେ ଏନଏମଏ ନିୟମ ଉଲଘଂନକୁ ନେଇ ଏଏସଆଇ ପକ୍ଷରୁ ନୋଟିସ ଜାରି ହୋଇଛି । ଶ୍ରୀମନ୍ଦିର ମେଘନାଦ ପାଚେରୀ ଠାରୁ ଶହେ ମିଟର ପରିଧି ମଧ୍ୟରେ କୌଣସି ନିର୍ମାଣ କାର୍ଯ୍ୟ କରିବା ସମ୍ପୂର୍ଣ୍ଣ ନିଷିଦ୍ଧ । ଅଧିକ ପଢନ୍ତୁ...

ASI Puri
ASI Puri
author img

By

Published : Oct 29, 2021, 10:31 PM IST

ପୁରୀ: ଶ୍ରୀମନ୍ଦିର ଚୌହଦିରେ ଏନଏମଏ ନିୟମ ଉଲଘଂନକୁ ନେଇ ଏଏସଆଇ ପକ୍ଷରୁ ନୋଟିସ ଜାରି ହୋଇଛି । ଶ୍ରୀମନ୍ଦିର ମେଘନାଦ ପାଚେରୀ ଠାରୁ ଶହେ ମିଟର ପରିଧି ମଧ୍ୟରେ କୌଣସି ନିର୍ମାଣ କାର୍ଯ୍ୟ କରିବା ସମ୍ପୂର୍ଣ୍ଣ ନିଷିଦ୍ଧ । ଏହାବାଦ ତିନିଶହ ମିଟର ଭିତରେ କୌଣସି ନିର୍ମାଣ କାର୍ଯ୍ୟ କରିବାକୁ ହେଲେ ନ୍ୟାସନାଲ ମୋନୁମେଣ୍ଟ ଅଥରିଟି (ଏନଏମଏ) ର ଅନୁମତି ନେବା ବାଧ୍ୟତାମୂଳକ ରହିଛି । ଜାତୀୟ କିର୍ତ୍ତିରାଜୀର ସୁରକ୍ଷା ପାଇଁ ଏନଏମଏ ପକ୍ଷରୁ ଏଭଳି ନିୟମ ଥିବା ବେଳେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଥିବା କିଛି ବ୍ୟକ୍ତି ଏହାକୁ ଉଲ୍ଲଘଂନ କରିଛନ୍ତି।

ଶ୍ରୀମନ୍ଦିର ଚୌହଦିରେ ଏନଏମଏ ନିୟମ ଉଲଘଂନ; ASI ର ନୋଟିସ

ଏନେଇ ଆଜି(ଶୁକ୍ରବାର) ଏଏସଆଇ ଓ ପିକେଡିଏ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯିବା ସହ ମାପଚୁପ କରାଯାଇଛି। ବେଆଇନ ନିର୍ମାଣ କରିଥିବା ବ୍ୟକ୍ତିବିଶେଷଙ୍କ ତୁରନ୍ତ ତାଙ୍କ ନିର୍ମାଣ କାର୍ଯ୍ୟ ଭାଙ୍ଗିବା ସହ ଆଗାମୀ ଦିନରେ ଏହି ନିୟମ ଉଲ୍ଲଂଘନ ନକରିବାକୁ ଏଏସଆଇ ପକ୍ଷରୁ ଚେତାବନୀ ଦିଆଯାଇଛି। ନଚେତ ଜେଲ ଦଣ୍ତ ସହ ଆଇନ ଅନୁଯାୟୀ ଆବଶ୍ୟକୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି। କେବଳ ଶ୍ରୀମନ୍ଦିର ନୁହେଁ ଐତିହ୍ୟ କିର୍ତ୍ତିରାଜୀ ରୂପେ ସ୍ଥାନ ପାଇଥିବା ଅଠରନଳାରେ ମଧ୍ୟ ଏହି ନିୟମ ଉଲ୍ଲଂଘନ ହୋଇଥିବା ଏଏସଆଇ ପକ୍ଷରୁ କୁହାଯାଇଛି। ଶ୍ରୀମନ୍ଦିର ଓ ଅଠରନଳା ଚତୁଃପାର୍ଶ୍ବରେ ନିୟମ ଉଲ୍ଲଂଘନ କରି ନିର୍ମାଣ କାର୍ଯ୍ୟ କରିଥିବା ୬ ଜଣ ବ୍ୟକ୍ତଙ୍କୁ ଏଏସଆଇ ପକ୍ଷରୁ ନୋଟିସ ହୋଇଛି।

ଗାଣୁଆ ଚଉରା ଛକର ହରେକୃଷ୍ଣ ଖୁଣ୍ଟିଆ, ମାଟିମଣ୍ତପ ସାହିର ଅମୁଲ୍ୟ ପୂଜାପଣ୍ତା, ନବକଳେବର ରୋଡର ବ୍ରଜ ଜେନା, ବାଲି ସାହିର କିଶୋର ମହାପାତ୍ର, ବାଣୁଆ ସାହିର ରଘୁନାଥ ପୃଷ୍ଟି, କୁମ୍ଭାରପଡା ଅଞ୍ଚଳର ସୂର୍ଯ୍ୟ ପାଣିଗ୍ରାହୀଙ୍କୁ ଏନଏମଏର ବିନା ଅନୁମତିରେ ନିର୍ମାଣ କାର୍ଯ୍ୟ କରିଥିବାରୁ ଏଏସଆଇ ପକ୍ଷରୁ ନୋଟିସ କରାଯାଇଛି। ତେବେ ନିୟମ ଉଲ୍ଲଂଘନକାରୀ ନିଜର ଭୁଲ ସ୍ବୀକାର କରିଥିବା ବେଳେ ଆଗାମୀ ଦିନରେ ଏଭଳି ଭୁଲ ପୁନରାବୃତ୍ତି ହେବ ନାହିଁ ବୋଲି ପ୍ରଶାସନକୁ ପ୍ରତିଶୃତି ଦେଇଛନ୍ତି। ଶ୍ରୀମନ୍ଦିର ଐତିହ୍ୟ କରିଡରର ବିକାଶ କାର୍ଯ୍ୟ ନେଇ ରାଜ୍ୟ ସରକାର କାର୍ଯ୍ୟ ଆରମ୍ଭ କରିସାରିଥିବା ବେଳେ ବିସ୍ଥାପିତ ମାନେ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ତେବେ ଶ୍ରୀମନ୍ଦିର ଚତୁଃପାର୍ଶ୍ବର ବାସିନ୍ଦା ମାନେ ଘର ନିର୍ମାଣ କୁ ନେଇ ଏନଏମଏର ଏଭଳି କଟକଣାକୁ ନେଇ ଏବେ ଅଡୁଆରେ ପଡିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.