ETV Bharat / city

ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ବିରୋଧରେ ପୁରୀ ନଗର ବିଜେଡିର ଏତଲା

ପୁରୀ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେଇଥିବା ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ଅଡୁଆ ବଢିବାରେ ଲାଗିଛି । ଏକାଧିକ ଏତଲା ପରେ ବୁଧବାର ପୁନର୍ବାର ନଗର ବିଜେଡି ପକ୍ଷରୁ ଆଉ ଏକ ଏତଲା ଟାଉନ ଥାନାରେ ଦିଆଯାଇଛି । ଅଧିକ ପଢନ୍ତୁ...

ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ବିରୋଧରେ ପୁରୀ ନଗର ବିଜେଡିର ଏତଲା
ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ବିରୋଧରେ ପୁରୀ ନଗର ବିଜେଡିର ଏତଲା
author img

By

Published : Nov 18, 2020, 11:59 PM IST

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେଇଥିବା ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ଅଡୁଆ ବଢିବାରେ ଲାଗିଛି । ଏକାଧିକ ଏତଲା ପରେ ବୁଧବାର ପୁନର୍ବାର ନଗର ବିଜେଡି ପକ୍ଷରୁ ଆଉ ଏକ ଏତଲା ଟାଉନ ଥାନାରେ ଦିଆଯାଇଛି ।

ପୁରୀ ନଗର ବିଜେଡି ପକ୍ଷରୁ ଏକ ପଦଯାତ୍ରା ହସ୍ପିଟାଲ ଛକରୁ ବାହାରି ଟାଉନ ଥାନା ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ବିକ୍ଷୋଭ ପ୍ରଦର୍ଶନ ସହ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ପୁରୀ ପ୍ରତି ସେ ଦେଇଥିବା ଅପମାନ ସୂଚକ ମନ୍ତବ୍ୟର ତୀବ୍ର ନିନ୍ଦା କରାଯାଇଛି । ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ନଗର ବିଜେଡି ।

ବିଜେପି ନେତ୍ରୀ ଲେଖାଶ୍ରୀଙ୍କ ବିରୋଧରେ ପୁରୀ ନଗର ବିଜେଡିର ଏତଲା

ତୁରନ୍ତ ଲେଖାଶ୍ରୀ କ୍ଷମା ପ୍ରାର୍ଥନା କରିବାକୁ ପୁରୀ ନଗର ବିଜେଡି ଦାବି କରିଛି । ସୂଚନା ଅନୁଯାୟୀ ପୁରୀ କଣାସରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଲେଖାଶ୍ରୀ ମତ ଦେଇ ଥିଲେ ଯେ ସମ୍ବିତ ପାତ୍ର ପୁରୀରୁ ବିଜେପି ସାଂସଦ ପ୍ରାର୍ଥୀ ହେବା ପରେ ସାରା ଦେଶବାସୀ ପୁରୀ ଓଡିଶାରେ ଅଛି ବୋଲି ଜାଣି ପାରିଲେ । ପୂର୍ବରୁ ପୁରୀ କୋଲକାତାରେ ଥିବା ନେଇ ଦେଶ ବାସୀଙ୍କର ଧରଣା ରହିଥିଲା । ଏହି ଉକ୍ତିଟି ଭାଇରାଲ ପରେ ବିଭିନ୍ନ ସଂଗଠନ ପକ୍ଷରୁ ଲେଖାଶ୍ରୀଙ୍କୁ କଡା ସମାଲୋଚନା କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.