ETV Bharat / city

ମଙ୍ଗଳା ନଦୀରେ ନୂଆ ମୁହାଣ, ବିପଦରେ ପୁରୀ ସହର - puri in danger because of mangala river

ପୁରୀରେ ସମୁଦ୍ରକୁ ସଂଯୋଗ କରୁଥିବା ମଙ୍ଗଳା ନଦୀ ମୁହାଣ ପୋତି ହୋଇଯାଇଥିବାରୁ ଅନ୍ୟ ଏକ ମୁହାଣ ଖୋଲିଛି । ଯାହାକି ଏବେ ପୁରୀ ସହର ପ୍ରତି ବିପଦ ସୃଷ୍ଟି କରିଛି।

ମଙ୍ଗଳା ନଦୀରେ ନୂଆ ମୁହାଣ, ବିପଦରେ ପୁରୀ ସହର
ମଙ୍ଗଳା ନଦୀରେ ନୂଆ ମୁହାଣ, ବିପଦରେ ପୁରୀ ସହର
author img

By

Published : Aug 28, 2020, 8:29 AM IST

ପୁରୀ: ଲଘୁଚାପ ବର୍ଷା ଯୋଗୁଁ ପୁରୀ ଉପକଣ୍ଠ ଦେଇ ଯାଇଥିବା ମଙ୍ଗଳା ନଦୀ ଫୁଲିବା ଆରମ୍ଭ କରିଛି। ମଙ୍ଗଳା ନଦୀର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଏଭଳି ସ୍ଥିତିରେ ସମୁଦ୍ରକୁ ସଂଯୋଗ କରୁଥିବା ମଙ୍ଗଳା ନଦୀ ମୁହାଣ ପୋତି ହୋଇଯାଇଥିବାରୁ ଅନ୍ୟ ଏକ ମୁହାଣ ଖୋଲିଛି। ଯାହାକି ଏବେ ପୁରୀ ସହର ପ୍ରତି ବିପଦ ସୃଷ୍ଟି କରିଛି।

ମଙ୍ଗଳା ନଦୀରେ ନୂଆ ମୁହାଣ, ବିପଦରେ ପୁରୀ ସହର

ପୁରୀ ସହରରେ ପଶି ଯାଇପାରେ ମଙ୍ଗଳା ନଦୀର ଜଳ। ପ୍ରବଳ ବର୍ଷା ଯୋଗୁଁ ପୁରୀ ଉପକଣ୍ଠରେ ଥିବା ମଙ୍ଗଳା ନଦୀ ଫୁଲିବାରେ ଲାଗିଛି। ତେବେ ମଙ୍ଗଳା ନଦୀ ସମୁଦ୍ର ସଂଯୋଗ କରୁଥିବା ମୁହାଣ ପୋତି ହୋଇଯାଇଥିବାରୁ ହୋଟେଲ ଷ୍ଟର୍ଲିନ ପାର୍ଶ୍ଵରେ ଆଉ ଏକ ମୁହାଣ ଖୋଲିବାରେ ଲାଗିଛି।

ଫଳରେ ନୂଆ ମୁହାଣ ଦେଇ ବନ୍ୟାଜଳ ବେଳାମାର୍ଗ ରାସ୍ତା ଦେଇ ପୁରୀ ସହରରେ ପ୍ରବେଶ କରିବାର ଆଶଙ୍କା ଦେଖାଦେଇଛି। ତେବେ ବେଳ ଥାଉଥାଉ ଜିଲ୍ଲା ପ୍ରଶାସନ ମଙ୍ଗଳା ନଦୀର ମୁଖ୍ୟ ମୁହାଣ ମୁହଁରୁ ବାଲି ଖୋଳି ଅବରୋଧ ମୁକ୍ତ ନ କଲେ ଅଗାମୀ ଦିନରେ ପୁରୀ ସହର ପ୍ରତି ବିପଦ ରହିଛି।

ମଝିରେ ମଝିରେ ମଙ୍ଗଳା ନଦୀ ମୁହାଣ ବାଲିରେ ପୋତି ହୋଇଗଲେ ପ୍ରଶାସନ ପକ୍ଷରୁ ମେସିନ ମାଧ୍ୟମରେ ଖୋଳାଯାଇଥାଏ । ତେବେ ଚଳିତ ବର୍ଷ ଏନେଇ ଜଳ ସେଚନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବା ହେତୁ ମଙ୍ଗଳା ନଦୀରେ ସୃଷ୍ଟ ନୂଆ ମୁହାଣ ଏବେ ପୁରୀ ସହର ପ୍ରତି ଭୟଙ୍କର ବିପଦ ସୃଷ୍ଟି କରିଥିବା କୁହାଯାଉଛି । ଯେଉଁଥିଲାଗି ତୁରନ୍ତ ଜିଲ୍ଲା ପ୍ରଶାସନ ଏହାର ପ୍ରତିକାର କରିବା ପାଇଁ ଦାବି ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.