ETV Bharat / city

ଜଗନ୍ନାଥ ବନ ପ୍ରକଳ୍ପର ସୁରକ୍ଷା ସରକାରଙ୍କ ଦାୟିତ୍ବ: ଗଜପତି - ଜଗନ୍ନାଥ ବନ ପ୍ରକଳ୍ପର ସୁରକ୍ଷା ନେଇ ଗଜପତିଙ୍କ ମତ

ପୁରୀ ରଥ ନିର୍ମାଣ ପାଇଁ ଆଗାମୀ ଦିନରେ ଦେଖା ଦେଇପାରେ କାଠର ସଂକଟ । ଜଗନ୍ନାଥ ବନ ପ୍ରକଳ୍ପର ସୁରକ୍ଷା ରାଜ୍ୟ ସରକାର କରିବା ପାଇଁ ଗଜପତି ଦେଲେ ଉପଦେଶ । ପରମ୍ପରା ଭଙ୍ଗ ହେବା ଉଚିତ ନୁହେଁ ବୋଲି ସେ ମତ ରଖିଛନ୍ତି । ଅଧିକ ପଢ଼ନ୍ତୁ

ଜଗନ୍ନାଥ ବନ ପ୍ରକଳ୍ପର ସୁରକ୍ଷା ସରକାରଙ୍କ ଦାୟୀତ୍ବ: ଗଜପତି

author img

By

Published : Jun 25, 2022, 9:45 PM IST

Updated : Jun 25, 2022, 10:25 PM IST

ପୁରୀ: ରଥ ନିର୍ମାଣ ପାଇଁ କାଠ ସଂକଟ ନେଇ ଆଶଙ୍କା । ରାଜ୍ୟ ସରକାର ଜଗନ୍ନାଥ ବନ ପ୍ରକଳ୍ପର ସୁରକ୍ଷା କରିବା ଉପରେ ଗୁରୁତ୍ବ ଦେଲେ ଗଜପତି । ପ୍ରତିବର୍ଷ ନୂଆ ରଥ ନିର୍ମାଣ ଆମ ପରମ୍ପରା । ଏହା ଭଙ୍ଗ ହେବା ଉଚିତ ନୁହେଁ ବୋଲି ଗଜପତି କହିଛନ୍ତି ।

ଜଗନ୍ନାଥ ବନ ପ୍ରକଳ୍ପର ସୁରକ୍ଷା ସରକାରଙ୍କ ଦାୟିତ୍ବ: ଗଜପତି

ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ଆଗାମୀ ଦିନରେ କାଠର ସଂକଟ ଦେଖା ଦେଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଏନେଇ ମତ ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ସମେତ ଅନ୍ୟ କିଛି ଜଙ୍ଗଲ ଡିଭିଜନକୁ ନେଇ ଏହି ବନ ପ୍ରକଳ୍ପ ଚାଲିଛି । ସ୍ଥାନୀୟ ଲୋକମାନେ ମଧ୍ୟ ଜଙ୍ଗଲ ସୁରକ୍ଷାରେ ଅଛନ୍ତି । ଏହି ଜଙ୍ଗଲରେ ଗଛ ସୁରକ୍ଷିତ ରହିବା ଦିଗରେ ରାଜ୍ୟ ସରକାର ଧ୍ୟାନ ଦେବା ଆବଶ୍ୟକ ବୋଲି ଗଜପତି କହିଛନ୍ତି । ଜଗନ୍ନାଥ ବନ ପ୍ରକଳ୍ପ ଯଦି ଚାଲେ ତାହେଲେ ଅଗାମୀ ଦିନରେ ରଥ ନିର୍ମାଣ ନେଇ କାଠ ସଙ୍କଟ ରହିବ ନାହିଁ ବୋଲି ସେ ମତ ରଖିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Jun 25, 2022, 10:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.