ETV Bharat / city

ମରିବୁ ପଛେ ଭିଟାମାଟି ଛାଡିବୁ ନାହିଁ, ପୁରୀ ବିସ୍ଥାପିତ ଦେଲେ ରଣହୁଙ୍କାର - ପୁରୀ ଜିଲ୍ଲାପାଳଙ୍କ ଅଫିସରେ ଧାରଣା ଦେଇଛନ୍ତି ପୁରୀ ବାସିନ୍ଦା

ପୁରୀ ଜିଲ୍ଲାପାଳଙ୍କ ଅଫିସରେ ଧାରଣା ଦେଇଛନ୍ତି ପୁରୀ ବାସିନ୍ଦା । ତେଣୁ ମରିବୁ ପଛେ ଭିଟାମାଟି ଛାଡିବୁ ନାହିଁ ବୋଲି ବିସ୍ଥାପିତ ରଣହୁଙ୍କାର ଦେଇଛନ୍ତି । ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା ପୁରୀ
author img

By

Published : Sep 21, 2019, 1:56 AM IST

ପୁରୀ: ସହରରେ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ଧାରଣା । ଶତାଧିକ ମହିଳା ଓ ପୁରୁଷ ଶ୍ରୀମନ୍ଦିର ସୁରକ୍ଷା ନେଇ ୭୫ମିଟର ଉଚ୍ଛେଦକୁ ନେଇ ଆରମ୍ଭ କରାଯାଇଥିବା ଡିଜିପିଏସ୍ ମାଧ୍ୟମରେ ସର୍ଭେକୁ ବିରୋଧ କରିବା ସହ ରାଜରାସ୍ତାକୁ ଓହ୍ଲାଇଛନ୍ତି ।

ମରିବୁ ପଛେ ଭିଟାମାଟି ଛାଡିବୁ ନାହିଁ,

ଏନେଇ ଆନ୍ଦୋଳନକାରୀ ଗାଣ୍ଡୁଆ ଚଉରା ଛକରେ ଧାରଣାରେ ବସି ପ୍ରତିବାଦ କରୁଥିବା ବେଳେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ସାମିଲ ହୋଇଥିଲେ । ପ୍ରଶାସନର ଏଭଳି ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରି ବିଧାୟକଙ୍କ ନେତୃତ୍ବରେ ସେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ଏପରିକି ବୁଲ ଡୋଜର ଆଗରେ ଜୀବନ ଦେବାକୁ ସେ ପ୍ରସ୍ତୁତ ଥିବା କହିଛନ୍ତି ।

ଗୋଟିଏ ପଟେ ମରିବୁ ପଛେ ଭିଟାମାଟି ଛାଡିବୁ ନାହିଁ ବୋଲି ବିସ୍ଥାପିତ ମହିଳା ଜିଲ୍ଲାପାଳଙ୍କୁ କହିଥିବା ବେଳେ ସେପଟେ ସହମତି ଭିତ୍ତିରେ ଆଲୋଚନା କରି କାର୍ଯ୍ୟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଶ୍ରୀମନ୍ଦିର ପଶ୍ଚିମ ପାର୍ଶ୍ବରେ ରହିଥିବା ଶତାଧିକ ମହିଳା ଓ ପୁରୁଷ ଓହ୍ଲାଇଛନ୍ତି ରାଜରାସ୍ତାକୁ ।

ଆଜି ଦୀର୍ଘ ସମୟଧରି ପୁରୀ ଜିଲ୍ଲାପାଳଙ୍କ ଅଫିସରେ ଧାରଣା ଦେଇଥିଲେ ପୁରୀରେ ନିଜ ସାତପୁରୁଷ ଭିଟାମାଟିରେ ରହିଥିବା ଲୋକେ । ଯେଉଁମାନେ କି ଫନି ବାତ୍ୟା ପରେ ଘର ସଜାଡି ଜୀବନ ଜିଉଁଛନ୍ତି । ଏଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ ପ୍ରଶାସନର ଅମାନବୀୟ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ । ତେଣୁ ମରିବୁ ପଛେ ଭିଟାମାଟି ଛାଡିବୁ ନାହିଁ ବୋଲି ବିସ୍ଥାପିତ ରଣହୁଙ୍କାର ଦେଇଛନ୍ତି ।

ସେପଟେ ସ୍ଥାୟୀ ବାସୀନ୍ଦାଙ୍କ ଘର ଉଚ୍ଛେଦ ନହେଉ । ବିସ୍ଥାପିତଙ୍କ ସହ ଆଲୋଚନା ପରେ ପ୍ରତିକ୍ରିୟା ଦେଇଛନ୍ତି ଜିଲ୍ଲାପାଳ । ସରକାରଙ୍କ କାର୍ଯ୍ୟ ଅବଶ୍ୟ କରାଯିବ। କିନ୍ତୁ ସେମାନଙ୍କ ସହ କେବଳ ଥରେ ନୁହେଁ ଆବଶ୍ୟକ ପଡିଲେ ଚାରି ଚାରି ଥର ଆଲୋଚନା କରି ସହମତି ଭିତ୍ତିରେ କାର୍ଯ୍ୟ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ଉଛେଦ ପ୍ରକ୍ରିୟା କୁ ନେଇ ଧାରଣାBody:ଡିଜିପିଏସ୍ ସର୍ଭେକୁ କଡା ବିରୋଧ। ଶତାଧିକ ମହିଳା ଓ ପୁରୁଷ ଶ୍ରୀମନ୍ଦିର ସୁରକ୍ଷା ନେଇ ୭୫ମିଟର ଉଚ୍ଛେଦକୁ ନେଇ ଆରମ୍ଭ କରାଯାଇଥିବା ଡିଜିପିଏସ୍ ମାଧ୍ୟମରେ ସର୍ଭେକୁ ବିରୋଧ କରିବା ସହ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଗାଣ୍ଡୁଆ ଚଉରା ଛକରେ ଧାରଣାରେ ବସି ପ୍ରତିବାଦ କରୁଥିବା ବେଳେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ସାମିଲ ହୋଇଥିଲେ। ପ୍ରଶାସନର ଏଭଳି ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ କରି ବିଧାୟକଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି। ବୁଲ ଡୋଜର ଆଗରେ ଜୀବନ ଦେବାକୁ ପ୍ରସ୍ତୁତ। ଗୋଟିଏ ପଟେ ମରିବୁ ପଛେ ଭିଟାମାଟି ଛାଡିବୁ ନାହିଁ ବୋଲି ବିସ୍ଥାପିତ ମହିଳା ଜିଲ୍ଲାପାଳଙ୍କୁ କହିଥିବା ବେଳେ ସେପଟେ ସହମତି ଭିତ୍ତିରେ ଆଲୋଚନା କରି କାର୍ଯ୍ଯ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।,,,,ଶ୍ରୀମନ୍ଦିର ପଶ୍ଚିମ ପାର୍ଶ୍ୱରେ ରହିଥିବା ଶତାଧିକ ମହିଳା ଓ ପୁରୁଷ ଓହ୍ଲାଇଛନ୍ତି ରାଜରାସ୍ତାକୁ। ଦୀର୍ଘ ସମୟଧରି ପୁରୀ ଜିଲାପାଳ ଙ୍କ ଅଫିସ ରେ ଧରଣା ଦେଇ ଥିଲେ।ସାତ ପୁରୁଷ ଧରି ରହିଥିବା ଲୋକ ଫନିବାତ୍ଯା ପରେ ଘର ସଜାଡି ଜୀବନ ଜିଉଁଛନ୍ତି। ଏହି ସମୟରେ ପ୍ରଶାସନର ଏଭଳି ଅମାନବୀୟ କାର୍ଯ୍ଯକୁ ବରଦାସ୍ତ କରାଯିବ ନାହିଁ। ମରିବୁ ପଛେ ଭିଟାମାଟି ଛାଡିବୁ ନାହିଁ ବୋଲି ବିସ୍ଥାପିତ ରଣହୁଙ୍କାର ଦେଇଛନ୍ତି। ସ୍ଥାୟୀ ବାସୀନ୍ଦାଙ୍କ ଘର ଉଚ୍ଛେଦ ନହେଉ। ସେପଟେ ବିସ୍ଥାପିତଙ୍କ ସହ ଆଲୋଚନା ପରେ ପ୍ରତିକ୍ରିୟା ଦେଇଛନ୍ତି ଜିଲ୍ଲାପାଳ। ସରକାରଙ୍କ କାର୍ଯ୍ଯ ଅବଶ୍ଯ କରାଯିବ। କିନ୍ତୁ ସେମାନଙ୍କ ସହ କେବଳ ଥରେ ନୁହେଁ ଆବଶ୍ୟକ ପଡିଲେ ଚାରିଚାରି ଥର ଆଲୋଚନା କରି ସହମତି ଭିତ୍ତିରେ କାର୍ଯ୍ଯ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।,,,

ବାଇଟ,, ବିସ୍ଥାପିତ ମହିଳା
ବାଇଟ୍- ବଲୱନ୍ତ ସିଂ, ଜିଲ୍ଲାପାଳConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Ftp ରେ ଏହି ଷ୍ଟୋରୀ ର ବାଇଟ ଯାଇଛି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.