ETV Bharat / city

ଔଷଧ ଦୋକାନୀଙ୍କୁ କୋଭିଡ ଯୋଦ୍ଧା ଘୋଷଣା କରିବାକୁ ଦାବି - ଔଷଧ ଦୋକାନୀଙ୍କର ଟୀକାକରଣ

ଔଷଧ ଦୋକାନୀଙ୍କ ଚାଲିଛି ଟୀକାକରଣ । ତେବେ ଔଷଧ ଦୋକାନୀଙ୍କୁ କୋଭିଡ ଯୋଦ୍ଧା ଭାବେ ସରକାର ଘୋଷଣା କରନ୍ତୁ ବୋଲି ପୁରୀ ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ ଦାବି କରିଛି। ଅଧିକ ପଢ଼ନ୍ତୁ...

puri drugist and chemist association,  demands to declare chemists as covid warrior, chemists as covid warrior, ଔଷଧ ଦୋକାନୀଙ୍କୁ କୋଭିଡ ଯୋଦ୍ଧା ଘୋଷଣା, ଔଷଧ ଦୋକାନୀଙ୍କର  ଟୀକାକରଣ, ପୁରୀ କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ ଦାବି
ଔଷଧ ଦୋକାନୀଙ୍କୁ କୋଭିଡ ଯୋଦ୍ଧା ଘୋଷଣା କରିବାକୁ ଦାବି
author img

By

Published : Jun 19, 2021, 10:02 PM IST

ପୁରୀ: ସାରା ଦେଶରେ ଚାଲିଛି କୋଭିଡ ଟୀକାକରଣ । ଏହି କ୍ରମରେ ଓଡି଼ଶା ସରକାର ସ୍ବତନ୍ତ୍ର ଭାବେ ବିଚାର କରି ଓଡିଶାର ଔଷଧ ଦୋକାନୀ ଓ ସେମାନଙ୍କ କର୍ମଚାରୀ ସମେତ ପରିବାର ଲୋକଙ୍କୁ କୋଭିଡ ଟୀକାକରଣ ଜାରି ରଖିଛନ୍ତି। ତେବେ ଔଷଧ ଦୋକାନୀଙ୍କୁ କୋଭିଡ ଯୋଦ୍ଧା ଘୋଷଣା କରିବାକୁ ଦାବି ହୋଇଛି ।

ଔଷଧ ଦୋକାନୀଙ୍କୁ କୋଭିଡ ଯୋଦ୍ଧା ଘୋଷଣା କରିବାକୁ ଦାବି

ଔଷଧ ଦୋକାନୀ ମାନେ ସିଧାସଳଖ ଲୋକଙ୍କ ସହ ତଥା ରୋଗୀ ସମ୍ପର୍କୀୟଙ୍କ ସଂସ୍ପର୍ଶରେ ଆସୁଛନ୍ତି ସେମାନଙ୍କ ସୁରକ୍ଷା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି। ପୁରୀ ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ ଏବଂ ପୁରୀ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ପୁରୀ ଜିଲ୍ଲାର ଔଷଧ ଦୋକାନୀ, କର୍ମଚାରୀଙ୍କୁ କୋଭିଡ଼ ଟୀକା ପ୍ରଦାନ କରାଯାଇଛି।

ତେବେ ଔଷଧ ଦୋକାନୀଙ୍କୁ କୋଭିଡ ଯୋଦ୍ଧା ଭାବେ ସରକାର ଘୋଷଣା କରନ୍ତୁ ବୋଲି ପୁରୀ ଜିଲ୍ଲା କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ ଦାବି କରିଛି। ତେବେ ଔଷଧ ଦୋକାନୀ ଓ ତାଙ୍କ ପରିବାରର ସୁରକ୍ଷା ପାଇଁ ଅଗ୍ରାଧୀକାର ଭିତ୍ତିରେ କୋଭିଡ ଟୀକାକରଣ କରାଯାଉ ଥିବା ହେତୁ ରାଜ୍ୟ ସରକାର ଏବଂ ପୁରୀ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି ପୁରୀ ଜିଲ୍ଲା କେମିଷ୍ଟ ଡ୍ରଗିଷ୍ଟ ଆସୋସିଏସନ ।

ପୁରୀରୁ ଶକ୍ତି ପ୍ରଶାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.