ETV Bharat / city

3 ଦଫା ଦାବୀ ନେଇ ପୁରୀ ଜିଲ୍ଲା ବିଜେପିର ବିକ୍ଷୋଭ

author img

By

Published : Dec 29, 2020, 1:55 PM IST

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଡ଼ପ କରି ପ୍ରତିବାଦରେ ପୁରୀ ଜିଲ୍ଲା ବିଜେପି ତରଫରୁ ପିପିଲି ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯାଇଛି। ଅଧିକ ପଢନ୍ତୁ...

3 ଦଫା ଦାବୀ ନେଇ ପୁରୀ ଜିଲ୍ଲା ବିଜେପିର ବିକ୍ଷୋଭ
3 ଦଫା ଦାବୀ ନେଇ ପୁରୀ ଜିଲ୍ଲା ବିଜେପିର ବିକ୍ଷୋଭ

ପୁରୀ: ଜିଲ୍ଲା ପିପିଲି ବ୍ଲକ ସମ୍ମୁଖରେ ବିଜେପି ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଡ଼ପ କରି ରାଜ୍ୟ ସରକାର ବିଜୁ ପକ୍କାଘର ନାମରେ ଫଳକ ଲଗାଇବା ପ୍ରତିବାଦରେ ପୁରୀ ଜିଲ୍ଲା ବିଜେପି ତରଫରୁ ପିପିଲି ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ କରିଛନ୍ତି।

ଏଥିସହିତ ଫନି ସହାୟତା ପ୍ରଦାନରେ ଟାଳଟୁଳ ନୀତି, ଓ କ୍ଷତିଗ୍ରସ୍ତ ହୋଇଥିବା ସାତଶଂଖସ୍ଥିତ ଉତ୍ତରାୟଣୀ ଶୀତଳ ଭଣ୍ଡାରର ପୁନରୁଦ୍ଧାର ନହେବା ଏବଂ ମନରେଗା ଯୋଜନାରେ ହୋଇଥିବା ଅନିୟମିତତା ବିରୋଧରେ ବିଜେପି ତରଫରୁ ପିପିଲି ତହସିଲଦାର ଓ ବିଡ଼ିଓଙ୍କୁ ଚେତାବନୀ ଦିଆଯାଇଛି ।

ଯଦି ସ୍ଥାନୀୟ ପ୍ରଶାସନ ଏ ଦିଗରେ ସ୍ବଚ୍ଛତା ନଆଣନ୍ତି ତେବେ ଆଗାମୀ ଦିନରେ ପ୍ରଶାସନକୁ ପ୍ରତ୍ୟେକ ଗାଁ ଗଣ୍ଡାରେ ବିରୋଧ କରାଯିବ ବୋଲି କହିଛନ୍ତି ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ। ଏଥିସହିତ ବିଜୁ ପକ୍କାଘର ପୋଷ୍ଟରକୁ ବିଜେପି କର୍ମୀମାନେ ନିଆଁ ଲଗାଇ ଜାଳିବା ସହ ଆଗାମୀ ଦିନରେ ଏଭଳି ହୀନ କର୍ମରୁ ନିବୃତ ରହିବା ପାଇଁ ସ୍ଥାନୀୟ ପ୍ରଶାସନକୁ ଚେତାବନୀ ଦେଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.