ETV Bharat / city

କଂଗ୍ରେସ କନ୍ଦଳକୁ ନେଇ ପିସିସି ସଭାପତିଙ୍କ ଉଦବେଗ - puri congress

ଦଳର ଅଭ୍ୟାସରେ ପରିଣତ ହେଲାଣି କନ୍ଦଳ । ହ୍ରାସ ପାଇଥିବା ଶକ୍ତିକୁ ଏକଜୁଟ କଲାବେଳେ ପୁଣି ପଦାରେ ପଡ଼ିଛି ଅନ୍ତଃକନ୍ଦଳ । ପୁରୀରେ ବୈଠକ ଚାଲିଥିଲା ବେଳେ ମାରପିଟ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପିସିସି ସଭାପତି । ଅଧିକ ପଢନ୍ତୁ...

puri-congress-violence
puri-congress-violence
author img

By

Published : Feb 18, 2020, 9:53 AM IST

ପୁରୀ: ଥମୁନି କଂଗ୍ରେସର କନ୍ଦଳ । ଏବେ ଚର୍ଚ୍ଚା ପାଲଟିଛି ଦୁଇ ଗୋଷ୍ଠୀ ଭିତରେ ମରଣାନ୍ତକ ଆକ୍ରମଣ ଓ ଗଣ୍ଡଗୋଳ ଘଟଣା । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଘଟଣାର ତଦନ୍ତ ପରେ ଯଦି କଂଗ୍ରେସ କର୍ମୀ ଏହି ଗଣ୍ଡଗୋଳ କରିଥିବାର ପ୍ରମାଣ ମିଳେ ଉକ୍ତ କଂଗ୍ରେସ କର୍ମୀ ଓ ନେତାଙ୍କ ବିରୋଧରେ ଦଳ କଡା କାର୍ଯ୍ୟାନୁଷ୍ଠାନ ନେବ ବୋଲି ପିସିସି ସଭାପତି କହିଛନ୍ତି।

କଂଗ୍ରେସ କନ୍ଦଳକୁ ନେଇ ପିସିସି ସଭାପତିଙ୍କ ଉଦବେଗ

ସୋମବାର ଅପରାହ୍ନରେ ପୁରୀ ଜିଲା କଂଗ୍ରେସ କର୍ଯ୍ୟଳୟରେ ଜିଲ୍ଲାସ୍ତରୀୟ ସମ୍ମିଳନୀରେ ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟି ନେଇ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଯେଉଁଥିରେ 3 ଜଣ ଯୁବ କଂଗ୍ରେସ କର୍ମୀ ଗୁରୁତର ଆହତ ହୋଇଥିଲେ। ତେବେ ପୁରୀ ଜିଲ୍ଲା କଂଗ୍ରେସ ସଂଗଠନ ବୈଠକରେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା ପ୍ରଦୀପ ମାଝୀ, ପ୍ରସାଦ ହରିଚନ୍ଦନଙ୍କ ଭଳି ବରିଷ୍ଠ ନେତାଙ୍କ ଉପସ୍ଥିତରେ ଏଭଳି ଘଟଣା ସାରା ରାଜ୍ୟରେ ଚର୍ଚ୍ଚା ବିଷୟ ହୋଇଥିବା ବେଳେ କଂଗ୍ରେସର ଗୋଷ୍ଠୀ କନ୍ଦଳ ବିବାଦ ଏବେ ପୁଣି ସାମ୍ନାକୁ ଆସିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.