ETV Bharat / city

ଏଥର ହେବ ତ୍ରିମୁଖୀ ଲଢେ଼ଇ, ପିପିଲି ଉପ ନିର୍ବାଚନ ନେଇ କଂଗ୍ରେସର ପ୍ରସ୍ତୁତି - ପିପିଲି ଉପ ନିର୍ବାଚନ ନେଇ କଂଗ୍ରେସର ପ୍ରସ୍ତୁତି

ପିପିଲି ଉପ ନିର୍ବାଚନ ଏଥର ତ୍ରିମୁଖୀ ଲଢେ଼ଇ ହେବ । ତେବେ ଅନେକ ସମସ୍ୟା ଦେଇ ଗତି କରୁଥିବା ପିପିଲି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିକାଶକୁ ପ୍ରାଥମିକତା ଦେବ ବୋଲି କହିଛନ୍ତି ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜ। ଅଧିକ ପଢନ୍ତୁ...

ଏଥର ହେବ ତ୍ରିମୁଖୀ ଲଢେ଼ଇ, ପିପିଲି ଉପ ନିର୍ବାଚନ ନେଇ କଂଗ୍ରେସର ପ୍ରସ୍ତୁତି

author img

By

Published : Mar 19, 2021, 8:41 AM IST

ପୁରୀ: ପିପିଲି ଉପ ନିର୍ବାଚନ ଏଥର ତ୍ରିମୁଖୀ ଲଢେ଼ଇ ହେବ । ପିପିଲି ନିର୍ବାଚନ ମଣ୍ଡଳ ବାସୀ ଏବେ ବି ବିକାଶ ଠାରୁ ବହୁତ ଦୂରରେ । ମୌଳିକ ସୁବିଧା ବି ସ୍ବପ୍ନ ପାଲଟିଛି । କେହି ଅସୁସ୍ଥ ହେଲେ ଭୁବନେଶ୍ବର ଅବା ପୁରୀକୁ ଦୌଡ଼ିବାକୁ ପଡୁଛି। ଏଭଳି ଅନେକ ସମସ୍ୟା ଦେଇ ଗତି କରୁଥିବା ପିପିଲି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିକାଶକୁ ପ୍ରାଥମିକତା ଦେବ ବୋଲି କହିଛନ୍ତି ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜ।

ଏଥର ହେବ ତ୍ରିମୁଖୀ ଲଢେ଼ଇ, ପିପିଲି ଉପ ନିର୍ବାଚନ ନେଇ କଂଗ୍ରେସର ପ୍ରସ୍ତୁତି

ପିପିଲି ଉପନିର୍ବାଚନକୁ ଆଖି ଆଗରେ ରଖି ପୁରୀ କଂଗ୍ରେସ ଭବନରେ ଜିଲ୍ଲା କଂଗ୍ରେସର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ସଭାପତି ଶ୍ରୀମଙ୍ଗରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ବରିଷ୍ଠ ନେତା , କର୍ମୀ ଯୋଗ ଦେଇଥିଲେ।

ପିପିଲି ଉପନିର୍ବାଚନ ମୁଣ୍ଡ ଉପରେ ଥିବାରୁ ଏଠାରେ କିଭଳି ଦଳ ତୃଣ ମୂଳ ସ୍ତରରୁ ସୁଦୃଢ ହୋଇ ପାରିବ ସେ ଉପରେ ନେତା ଓ କର୍ମୀମାନେ ଆବଶ୍ୟକ ପରାମର୍ଶ ଦେଇଥିଲେ। ଏହି ଅବସରରେ ପିପିଲି ଉପ ନିର୍ବାଚନ ପାଇଁ କଂଗ୍ରେସ 108 ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛି।

ନିର୍ବାଚନ ମଣ୍ଡଳୀର 46 ଟି ପଞ୍ଚାୟତ ଥିବା ବେଳେ ପ୍ରତି ପଞ୍ଚାୟତରେ 2 ଜଣ ଲେଖାଏଁ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ସେହିପରି ପିପିଲି ଏନଏସି ରେ 16 ଟି ୱାର୍ଡ ରେ ଜଣେ ଲେଖାଏଁ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇ ଛନ୍ତି। ପିସିସି ସଭାପତି ଯାହାକୁ ବି ଟିକେଟ ଦେବେ ତାଙ୍କୁ ସମସ୍ତେ ସମର୍ଥନ ଜଣାଇବେ ବୋଲି ଏକ ସଂକଳ୍ପ ପାରିତ ହୋଇଛି। ଏହାକୁ ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.