ETV Bharat / city

ବାତ୍ୟା ଅସାନିକୁ ନେଇ ପୁରୀ ପ୍ରଶାସନର ପ୍ରସ୍ତୁତି ବୈଠକ

ବାତ୍ୟା ମୁକାବିଲାକୁ ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ

author img

By

Published : May 8, 2022, 10:28 AM IST

ବାତ୍ୟା ଅସାନିକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ

ପୁରୀ: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇସାରିଛି ଗଭୀର ଅବପାତ । ବାତ୍ୟାର ନାମ ରହିଛି ଅସାନି । ବାତ୍ୟା ଅସାନି ପୁରୀ ଠାରୁ ଦକ୍ଷିଣ ଦକ୍ଷିଣ-ପୂର୍ବ ଦିଗରେ 1020 କିଲୋମିଟର ଦୂରରେ ରହିଛି । ତେବେ ବାତ୍ୟା ମୁକାବିଲାକୁ ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବିଭିନ୍ନ ବ୍ଲକରେ ସଂପୃକ୍ତ ବିଡିଓ, ତହସିଲଦାର, ଥାନା ଅଧିକାରୀ ଏବଂ ବିଭାଗୀୟ ଅଧିକାରୀ ମାନେ ସେମାନଙ୍କ ବ୍ଲକ କାର୍ଯ୍ୟାଳୟରୁ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ ।

ଜିଲ୍ଲାରେ ଥିବା ୧୭୯ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ହୋଇ ରହିଛି । ସମସ୍ତ ଆଶ୍ରୟସ୍ଥଳୀରେ ପାଣି, ଆଲୋକ ବ୍ୟବସ୍ଥା ଏବଂ ଆବଶ୍ୟକ ପଡିଲେ ଅଧିକ ଆଶ୍ରୟସ୍ଥଳୀ ପ୍ରସ୍ତୁତ କରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ବର୍ତ୍ତମାନ ଜିଲ୍ଲାରେ ୬୩୫ କ୍ବିଣ୍ଟାଲ ଚୁଡା, ୧୬୪ କ୍ବିଣ୍ଟାଲ ଗୁଡ, ବିଭିନ୍ନ ଗୋଦାମରେ ୧୫ ହଜାର କ୍ବିଣ୍ଟାଲ ଚାଉଳ ମହଜୁଦ ରହିଛି । ପାନୀୟ ଜଳ, ଔଷଧ, ପଶୁ ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ହୋଇ ରହିଛି । ଆବଶ୍ୟକ ସ୍ଥଳେ ନିରବଚ୍ଛିନ୍ନ ଯୋଗାଯୋଗ ନିମନ୍ତେ ଅଗ୍ନିଶମ, ବିଦ୍ୟୁତ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଓ ଡାକ୍ତରୀ ଦଳ ପ୍ରସ୍ତୁତ ହୋଇ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ଜିଲ୍ଲାରେ ଜରୁରୀକାଳୀନ ସେବା ଯେପରି ଅବ୍ୟାହତ ରହିବ ସେନେଇ ସଜାଗ ରହିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି । ପ୍ରତି ବ୍ଲକରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିବ । ଆବଶ୍ୟକସ୍ଥଳେ ତଳିଆ ଅଞ୍ଚଳ, କଚ୍ଚାଘରୁ ଲୋକ ମାନଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତରିତ କରିବା ନିମନ୍ତେ ପ୍ରସ୍ତୁତ ରହିବା ଏବଂ କ୍ଷୟକ୍ଷତି ରିପୋର୍ଟ ସଠିକ ଭାବେ ପ୍ରଦାନ କରିବାକୁ ଅଧିକାରୀ ମାନଙ୍କୁ କୁହାଯାଇଛି ।

ଚିଲିକା ଓ ସମୁଦ୍ରରେ ମାଛ ମାରୁଥିବା ଡଙ୍ଗା ଗୁଡିକୁ ଆସନ୍ତା ୯ ତାରିଖ ସୁଦ୍ଧା ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ସଚେତନତା ସୃଷ୍ଟି ପାଇଁ ଅଧିକାରୀ ମାନଙ୍କୁ ପରାମର୍ଶ ଦିଆଯାଇଛି । ବାଲୁଖଣ୍ତ, ଅସ୍ତରଙ୍ଗ, ବ୍ରହ୍ମଗିରି ଓ କାକଟପୁରରେ ବନ ବିଭାଗ ପକ୍ଷରୁ ୮ଟି ଟିମ ମୁତୟନ କରାଯିବ । ସେହିଭଳି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଗଛ ପଡିବା ଦ୍ବାରା ରାସ୍ତା ଅବରୋଧ ହଟେଇବା ନିମନ୍ତେ ଜେସିବି ଓ ଟ୍ରାକ୍ଟର ମୁତୟନ କରାଯିବ । ୨୬୮୧୭ ହେକ୍ଟର ଜମିରୁ ୧୯୬୮୧ ହେକ୍ଟରରୁ ଧାନ ଅମଳ ସରିଥିବା ବେଳେ ୫୧୧୪୫ ହେକ୍ଟର ମଧ୍ୟରୁ ୩୧୫୩୦ ହେକ୍ଟରରୁ ଅଣଧାନ ଅମଳ କରାଯାଇଛି । ଅମଳ ଶସ୍ୟକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ଚାଷୀ ମାନଙ୍କୁ ପରାମର୍ଶ ଦିଆଯାଉଛି । ବିଦ୍ୟୁତ ବିଭାଗ ପକ୍ଷରୁ ଜରୁରୀକାଳୀନ ପାଇଁ ୨୦୦ ଜଣ ଅତିରିକ୍ତ କର୍ମଚାରୀଙ୍କୁ ମୁତୟନ କରାଯିବା ନେଇ କୁହାଯାଇଛି । ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.