ETV Bharat / city

କୋରୋନା ପ୍ରଭାବ: ସମସ୍ତ ନୀତିକାନ୍ତି ସହ ବିନା ଶ୍ରଦ୍ଧାଳୁରେ ହେବ ଚନ୍ଦନ ଯାତ୍ରା - ପୁରୀ ଚନ୍ଦନ ଯାତ୍ରା

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ନୀତିରେ କୌଣସି ଖିଲାପ ହେବ ନାହିଁ। ସମସ୍ତ ନୀତିକାନ୍ତି ଯଥାରୀତି ଅନୁଷ୍ଠିତ ହେବା ସହ ସେବକମାନେ ମଧ୍ୟ ସାମାଜିକ ଦୂରତା ରକ୍ଷ‌ା କରି ଚନ୍ଦନଯାତ୍ରା ପାଳନ କରିବେ । ଅଧିକ ପଢନ୍ତୁ....

puri chandan yatra
ବିନା ଭକ୍ତରେ ହେବ ଚନ୍ଦନ ଯାତ୍ରା
author img

By

Published : Apr 18, 2020, 10:22 AM IST

Updated : Apr 18, 2020, 11:58 AM IST

ପୁରୀ: କୋରୋନା ଯୋଗୁଁ ଅଟକିବ ନାହିଁ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରା। ପରମ୍ପରା ମୁତାବକ ଚନ୍ଦନଯାତ୍ରା ସଂପନ୍ନ ହେବ । ତେବେ ଏଥର ଅନ୍ୟ ବର୍ଷ ଭଳି ଗହଳିକୁ ବାରଣ କରାଯିବ। ଯାତ୍ରା ବେଳେ ସାମାଜିକ ଦୂରତା ତଥା କଡ଼ା କଟକଣା ମଧ୍ୟରେ ଯାତ୍ର‌ା ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି। ଏନେଇ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଚନ୍ଦନଯାତ୍ରା ସହିତ ସଂପୃକ୍ତ ସେବକମାନଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

puri chandan yatra
ସମସ୍ତ ନିତି କାନ୍ତି ସହ ବିନା ଭକ୍ତରେ ହେବ ଚନ୍ଦନ ଯାତ୍ରା

ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଥିବା ଚନ୍ଦନଯାତ୍ରା କିଭଳି ଶୃଙ୍ଖଳିତ ହେବ ସେ ସଂପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା। ଚନ୍ଦନ ଯାତ୍ରା ପୂର୍ବ ପରମ୍ପରା ମୁତାବକ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି । ଏହି ୨୧ ଦିନର ବାହାର ଚାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ସଅଳ ବାହାରି ବିଜେ କରିବେ। ସେବକମାନେ ମହାପ୍ରଭୁଙ୍କୁ ବିମାନରେ ଆଣିଲା ‌ବେଳେ ସାବଧାନତା ଅବଲମ୍ବନ କରିବେ। ମହାପ୍ରଭୁ ନରେନ୍ଦ୍ରରେ ଚାପକୁ ବିଜେ କରିବେ।

କୋରୋନା ପ୍ରଭାବ: ସମସ୍ତ ନୀତିକାନ୍ତି ସହ ବିନା ଭକ୍ତରେ ହେବ ଚନ୍ଦନ ଯାତ୍ରା

ତେବେ ଏଥର ଚାପ ଦେଖିବାକୁ ବାହାର ଭକ୍ତଙ୍କୁ ଅନୁମତି ମିଳିବ ନାହିଁ । ମହାପ୍ରଭୁ ଦିନରୁ ଚାପ ଖେଳ ସାରି ସନ୍ଧ୍ୟାରେ ଶ୍ରୀମନ୍ଦିରକୁ ବିଜେ କରିବେ । ନୀତିରେ କୌଣସି ଖିଲାପ ହେବ ନାହିଁ। ସମସ୍ତ ନୀତିକାନ୍ତି ଯଥାରୀତି ଅନୁଷ୍ଠିତ ହେବ। ସେବକମାନେ ମଧ୍ୟ ସାମାଜିକ ଦୂରତା ରକ୍ଷ‌ା କରିବେ। ତେବେ ଏଥର ଭକ୍ତ ବତ୍ସଳ ମହାପ୍ରଭୁ ବିନା ଭକ୍ତରେ ଚାପ ଖେଳିବେ। ନରେନ୍ଦ୍ର ପୁଷ୍କରିଣୀ କୋଳାହଳ ହେବ ନାହିଁ। ୨୧ ଦିନର ବାହାର ଚାପ ପରେ ୨୧ ଦିନ ଭିତର ଚାପ ମଧ୍ୟ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ।

puri chandan yatra
ବିନା ଭକ୍ତରେ ହେବ ଚନ୍ଦନ ଯାତ୍ରା

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Apr 18, 2020, 11:58 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.