ETV Bharat / city

ପୁରୀରେ ବିଚ ସ୍ୟାକ୍ସ ପ୍ରକଳ୍ପ ବାତିଲ - ପୁରୀ ବିଚରେ ମଦ

ପୁରୀ ବିଚରେ ମଦ କୁଟିଆ ପ୍ରକଳ୍ପ ବାତିଲ । ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ପ୍ରକଳ୍ପ ବାତିଲ କରାଗଲା ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ । ଅଧିକ ପଢନ୍ତୁ...

puri beach shacks cancel
ପୁରୀରେ ବିଚ ସ୍ୟାକ୍ସ ପ୍ରକଳ୍ପ ବାତିଲ
author img

By

Published : Jul 30, 2021, 7:10 PM IST

ପୁରୀ : ବିଚ ସ୍ୟାକ୍ସ ପ୍ରକଳ୍ପ ବାତିଲ । ଏନେଇ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ପ୍ରକଳ୍ପ ବାତିଲ କରାଗଲା ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ । ପୁରୀ ବିଚରେ ମଦକୁ ନେଇ ବିରୋଧ କରିଥିଲେ ବିଭିନ୍ନ ସାଂସ୍କୃତିକ ତଥା ସାମାଜିକ ସଂଗଠନ ।

ପୁରୀରେ ବିଚ ସ୍ୟାକ୍ସ ପ୍ରକଳ୍ପ ବାତିଲ

ଗୋଆ ଢାଞ୍ଚାରେ ପୁରୀ ସମୁଦ୍ର ବେଳାଭୂମିରେ ମଦ ବାର ଓ ରେଷ୍ଟୁରାଣ୍ଟ ତଥା ବିଚ୍ ସାକ୍ସ ଖୋଲିବାକୁ ନେଇ ପୁରୀ ଶଙ୍କରାଚାର୍ଯ୍ୟଙ୍କ ସମେତ ବିଭିନ୍ନ ସଂଗଠନ ତୀବ୍ର ବିରୋଧ କରିବା ପରେ ରାଜ୍ୟ ସରକାର ନିଜ ନିଷ୍ପତ୍ତିର ପୁନର୍ବିଚାର କରିଛନ୍ତି। ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ବେଳାଭୂମିରେ କୌଣସି ପ୍ରକାରର ବିଚ୍ ସାକ୍ସ ଖୋଲାଯିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତ। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି। ଏହି ନିଷ୍ପତ୍ତିକୁ ମଧ୍ୟ ବୁଦ୍ଧିଜୀବୀ ସ୍ବାଗତ କରିଛନ୍ତି।

ଶ୍ରୀକ୍ଷେତ୍ର ଏକ ଆଧ୍ୟାତ୍ମିକ କେନ୍ଦ୍ର ହୋଇଥିବା ବେଳେ ଏଠାରେ ପଶ୍ଚାତ୍ୟ ସଂସ୍କୃତିକୁ ପ୍ରଶ୍ରୟ ଦେବା ଠିକ ନୁହେଁ ବୋଲି ଜଗନ୍ନାଥ ପ୍ରେମୀ କହିଛନ୍ତି। ତେବେ ଏବେବି ପୁରୀ ବେଳାଭୂମି ସମେତ ପୁରୀରେ ଅନେକ ମଦ ଦୋକାନ ରହିଛି। ତେବେ ମହାପ୍ରଭୁଙ୍କ ଧାମକୁ ସମ୍ପୂର୍ଣ୍ଣ ମଦ ମୁକ୍ତ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ବୁଦ୍ଧିଜୀବୀ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.