ETV Bharat / city

ବାଲିଘାଟ ସୁଭଦ୍ରା ନଗର ହତ୍ୟାକାଣ୍ଡ ଘଟଣା: ଗିରଫ ହେଲା ମାତୃହନ୍ତା

author img

By

Published : Mar 17, 2022, 12:26 PM IST

Updated : Mar 17, 2022, 2:17 PM IST

ପୁରୀ ବାଲିଘାଟ ସୁଭଦ୍ରା ନଗର ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ପୁଅକୁ ଗିରଫ କରିଛି ପେଣ୍ଠକଟା ମେରାଇନ ପୋଲିସ । ଅଧିକ ପଢନ୍ତୁ

ବାଲିଘାଟ ସୁଭଦ୍ରା ନଗର ହତ୍ୟାକାଣ୍ଡ ଘଟଣା: ମା' କୁ ହତ୍ୟା କରିଥିବା ପୁଅ ଗିରଫ

ପୁରୀ: ନିଶାସକ୍ତ ଅବସ୍ଥାରେ ମାକୁ ହତ୍ୟା କଲା ପୁଅ । ବାଲିଘାଟ ସୁଭଦ୍ରା ନଗରରେ ଗତକାଲି ଘଟିଥିବା ଏହି ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ପୁଅକୁ ଗିରଫ କଲା ପେଣ୍ଠକଟା ମେରାଇନ ପୋଲିସ । ଅଭିଯୁକ୍ତ ଜଣକ 34 ବର୍ଷୀୟ ବିଷ୍ଣୁ ପ୍ରସାଦ ଦୀକ୍ଷିତ । ସାନ ଭାଇ ସୁବ୍ରତର ଏତାଲା ଆଧାରରେ ପୋଲିସ ଏକ ମାମଲା ରୁଜି କରି ତାଙ୍କୁ ଗିରଫ କରିଛି । ଅଭିଯୁକ୍ତ ବିରୁଦ୍ଧରେ 302 ଏବଂ 307 IPC ରେ ସଙ୍ଗୀନ ଦଫା ଲଗାଯାଇଥିବା ବେଳେ ଆଜି କୋର୍ଟ ଚାଲାଣ କରିବ ପେଣ୍ଠକଟା ମେରାଇନ ପୋଲିସ ।

ବାଲିଘାଟ ସୁଭଦ୍ରା ନଗର ହତ୍ୟାକାଣ୍ଡ ଘଟଣା: ଗିରଫ ହେଲା ମାତୃହନ୍ତା

ଏହା ମଧ୍ୟ ପଢନ୍ତୁ:-ମାଆକୁ କଟୁରୀରେ ହାଣି ହତ୍ୟା କଲା ପୁଅ, ବାପା-ଭାଇ-ସ୍ତ୍ରୀ ଗୁରୁତର

ସୂଚନା ଅନୁଯାୟୀ ଗତକାଲି ପୁରୀ ବାଲିଘାଟ ସୁଭଦ୍ରା ନଗରରେ ନିଶାସକ୍ତ ଆବସ୍ଥାରେ ପୁଅ ନିଜ ମା କୁ ହତ୍ୟା କରିବା ସହ ବାପା ଏବଂ ପତ୍ନୀ କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲା । ସକାଳ 7ଟା ସମୟରେ ଅଭିଯୁକ୍ତ ଜଣଙ୍କ ଏକ କଟୁର ରେ ମାକୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଥିଲା । ପରେ ନିଜ ବାପାଙ୍କ ତଣ୍ଟି ଚିପି ହତ୍ୟା କରିବାକୁ ଉଦ୍ୟମ କରି ପତ୍ନୀକୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲା ।

ପାରିବାରିକ କଳହକୁ କେନ୍ଦ୍ର କରି ଏହି ଅଭାବନୀୟ ହତ୍ୟାକାଣ୍ଡ ଘଟିଥିବା ବେଳେ ଅଭିଯୁକ୍ତ ବଡ଼ପୁଅ ମଧ୍ୟ ମେଡିକାଲରେ ଚିକିତ୍ସାଧିନ ରହିଥିଲା । 40ଲକ୍ଷ ଟଙ୍କା କରଜ କରି ଏକ ଗାଡି ସର୍ଭିସିଂ ସେଣ୍ଟର କରିଥିଲେ ଦୁଇ ଭାଇ । କରଜ ଧୀରେ ଧୀରେ ବଢ଼ିବାରୁ ମାନସିକ ଭାରସାମ୍ୟ ହରାଇ ବସିଥିଲା ବଡ଼ ପୁଅ | ଗତକାଲି ସକାଳୁ ମାଙ୍କ ସହ ଝଗଡା ଲାଗି ଥିବାରୁ ଏଭଳି କାଣ୍ଡ ଭିଆଇଥିଲା ବଡ ପୁଅ ବିଷ୍ଣୁପ୍ରସାଦ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Mar 17, 2022, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.