ETV Bharat / city

ସଜେଇ ହେଉଛି ଜାଗା ଆଖଡ଼ା: ଜମିବ କୁସ୍ତି, ଚମକିବେ ଯୋଦ୍ଧା - puri akhada modernization

ଶ୍ରୀମନ୍ଦିର ସହ ଓତଃପ୍ରୋତ ଭାବରେ ଜଡ଼ିତ ପୁରୀର ବିଭିନ୍ନ ଜାଗା ଆଖଡ଼ା । ବର୍ତ୍ତମାନ ଏହି ଆଖଡ଼ା ଗୁଡ଼ିକର ଉନ୍ନତିକରଣ ପାଇଁ ଅଣ୍ଟା ଭିଡି଼ଛି ଜିଲ୍ଲା ପ୍ରଶାସନ । ଜାଗା ଆଖଡାର ବ୍ୟାୟାମଶାଳା, ବ୍ୟାୟାମ ଉପକରଣ, ପାର୍କ ଓ ପୋଖରୀର ହେବ ଆଧୁନିକରଣ । ଅଧିକ ପଢ଼ନ୍ତୁ...

ପୁରୀ ଐତିହର ହେବ ପୁନଃରୁଦ୍ଧାର, ଯାଗା ଆଖଡ଼ାର ଆଧୁନିକିକରଣ କରିବ ପ୍ରଶାସନ

author img

By

Published : Oct 29, 2021, 8:25 PM IST

ପୁରୀ: ପୁରୀ ସହରରେ ଥିବା ବିଭିନ୍ନ ଜାଗା ଆଖଡ଼ାର ହେବ ପୁନରୁଦ୍ଧାର ଓ ଉନ୍ନତିକରଣ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଜାଗା ଆଖଡାର ପରମ୍ପରା ତଥା ପାରମ୍ପରିକ କୁସ୍ତିକ୍ରୀଡାକୁ ପ୍ରୋତ୍ସାହିତ କରିବା ଏହାର ମୂଳ ଉଦ୍ଦେଶ୍ୟ । ପ୍ରଶାସନ ପକ୍ଷରୁ ଜାଗା ଆଖଡ଼ାର ଗୃହ, ପୋଖରୀ, ବ୍ୟାୟାମାଶାଳାର ଉନ୍ନତିକରଣ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ମୁଖ୍ୟତଃ ଜାଗା ଆଖଡା ଗୁଡ଼ିକୁ କୁସ୍ତି କ୍ରୀଡ଼ାର ପ୍ରମୁଖ କେନ୍ଦ୍ର କରାଯିବ। ଜାଗା ଆଖଡ଼ା ପ୍ରତି ପ୍ରଶାସନର ଏହି ପ୍ରୟାସକୁ ସ୍ବାଗତ କରିଛନ୍ତି ସହରବାସିନ୍ଦା ।

ପୁରୀ ଐତିହର ହେବ ପୁନଃରୁଦ୍ଧାର, ଯାଗା ଆଖଡ଼ାର ଆଧୁନିକିକରଣ କରିବ ପ୍ରଶାସନ

ଜାଗା ଆଖଡ଼ା ସହ ଶ୍ରୀମନ୍ଦିରର ବହୁ ପୁରୁଣା ସମ୍ପର୍କ ରହିଛି । ଏଥିପାଇଁ ପୁରୀର ପ୍ରମୁଖ ସାତ ସାହିରେ ଶ୍ରୀକ୍ଷେତ୍ରର ସୁରକ୍ଷା ପାଇଁ ଗଢି ଉଠିଥିଲା ଜାଗା ଆଖଡ଼ା ବା କୋଟ । ଜାଗା ଆଖଡ଼ା ଉପରେ ପୂର୍ବକାଳରେ ଶତ୍ରୁମାନଙ୍କ ନଜର ପଡ଼ିଥିଲା । ଏହି ସମୟରେ ଯୁବ ସେବାୟତମାନେ ମଲ୍ଲ ଓ କୁସ୍ତି ଆଦି ଶିକ୍ଷା ଲାଭ କରି ବାହ୍ୟ ଶତ୍ରୁ ଆକ୍ରମଣରୁ ଶ୍ରୀମନ୍ଦିରକୁ ସୁରକ୍ଷା ଯୋଗାଉଥିଲେ ।

ଏହି କ୍ରମରେ ସହରରେ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଜାଗା ଆଖଡ଼ା ବା କୋଟ ଗଢ଼ି ଉଠିଥିଲା । ତେବେ ଅର୍ଥ ଅଭାବ ଓ ପରିଚାଳନାଗତ ସମସ୍ୟା ଯୋଗୁଁ ହେତୁ ଏବେ ମାତ୍ର ହାତଗଣତି କେତୋଟି ଜାଗା ଆଖଡ଼ା ନିଜ ପରମ୍ପରାକୁ ବଜାୟ ରଖି ପାରିଛନ୍ତି।

ଜାଗା ଆଖଡ଼ାରେ କୁସ୍ତି, ମଲ୍ଲ ବିଦ୍ୟା ଓ ଅନ୍ୟାନ୍ୟ ଶାରୀରିକ ବ୍ୟାୟାମ କରି ଯୁବଗୋଷ୍ଠୀମାନେ ନିଜକୁ ଫିଟ୍‌ ରଖୁଥିଲେ । ଏଠାରେ ତାଲିମ ନେଇ ଅନେକ କ୍ରୀଡ଼ାବିତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କୁସ୍ତି ଖେଳି ସୁନାମ ଅର୍ଜନ କରିଛନ୍ତି । ପ୍ରୋତ୍ସାହନ ଅଭାବରୁ କୁସ୍ତି ସଂସ୍କୃତି ବର୍ତ୍ତମାନ ଲୋପ ପାଇବାକୁ ବସିଛି । ବର୍ତ୍ତମାନ ଏଥିପ୍ରତି ପ୍ରଶାସନ ଧ୍ୟାନ ଦେଇଥିବାରୁ ଖୁସିବ୍ୟକ୍ତ କରିଛନ୍ତି ସହରବାସୀ ।

ପୁରୀର ଐତିହ ଓ ପରମ୍ପରାକୁ ବଜାୟ ରଖିବାକୁ ମନ ବଳାଇଛି ଜିଲ୍ଲା ପ୍ରଶାସନ । ମୁକ୍ତା ଯୋଜନାରେ ପୁରୀର ଅତୀତ ସଂସ୍କୃତି ପରମ୍ପରା ଯାଗା ଆଖଡା ଭିତ୍ତିଭୂମିର ଉନ୍ନତିକରଣ କରାଯିବ । ଏହାକୁ ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ବିଳମ୍ବରେ ହେଉ ପଛେ ଜାଗା ଆଖଡ଼ାର ଉନ୍ନତିକରଣ ପ୍ରତି ପ୍ରଶାସନ ଧ୍ୟାନ ଦେଇଛି । ଏହାର ଉନ୍ନତିକରଣ କାର୍ଯ୍ୟକୁ ନେଇ ପୁରୀ ସହରବାସୀ ସ୍ୱାଗତ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.