ETV Bharat / city

ଐତିହ୍ୟ ସ୍ମାରକୀ ଅଠରନଳା: ଭର୍ତ୍ତି ହୋଇଛି କୁଢକୁଢ ଆବର୍ଜନା, ଫେଲ ମାରିଛି କୋଟିକୋଟି ଟଙ୍କାର ପ୍ରୋଜେକ୍ଟ

ବିପର୍ଯ୍ୟସ୍ତ ଅବସ୍ଥାରେ ଶ୍ରୀକ୍ଷେତ୍ରର ପ୍ରବେଶ ପଥ ଅଠରନଳା । କୁଢ଼ କୁଢ଼ ଦଳ ଓ ଅଳିଆ ଆବର୍ଜନା ଭାସୁଥିବାବେଳେ ଗଛର ପତ୍ର ସବୁ ଶୁଖିଗଲାଣି । ସେପଟେ ମୂଷାନଈର ଅବସ୍ଥା ମଧ୍ୟ ସମାନ । ଦିନେ ଏହାର ପୁନରୁଦ୍ଧାର କରାଯିବା ନେଇ ପ୍ରଶାସନ ସ୍ବପ୍ନ ଦେଖୁଥିବାବେଳେ ଏବେ ନଈରେ ଦଳ ଭର୍ତ୍ତି ହେବା ସହତ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ....

author img

By

Published : Oct 14, 2021, 4:35 PM IST

ବିପର୍ଯ୍ୟସ୍ତ ଅବସ୍ଥାରେ ଶ୍ରୀକ୍ଷେତ୍ରର ପ୍ରବେଶ ପଥ ଅଠରନଳା

ପୁରୀ: ଜିଲ୍ଲାର ପ୍ରାଚୀନ ପୋଲ ବା ଐତିହାସିକ ସ୍ଥଳୀ ଅଠରନଳା । ଯାହା ଏବେ ବିପର୍ଯ୍ୟସ୍ତ ଅବସ୍ଥାରେ । ୨୦୨୧ ନୂତନ ବର୍ଷରେ ରଙ୍ଗୀନ୍ ଆଲୋକ ମାଳାରେ ପୁରୀର ପ୍ରବେଶ ଦ୍ୱାର ତଥା ଐତିହ୍ୟ ସ୍ମାରକୀ ଅଠରନଳା ଝଲସି ଉଠିଥିବାବେଳେ ଏବେ କିନ୍ତୁ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । ଦିନେ ପିଲାଠୁ ବୟସ୍କ ସମସ୍ତେ ଏଠାରେ ସେଲଫି ନେବା ସହ ସେଲଫି ପଏଣ୍ଟ ନାଁରେ ଏହାର ନାମକରଣ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହି ସ୍ଥାନରେ ପାଦ ମଧ୍ୟ ପକାଇବାକୁ ଲୋକେ ମନବଳାଉ ନାହାଁନ୍ତି ।

ନୂଆ ବର୍ଷରେ ଏହାର ସୌନ୍ଦର୍ଯ୍ୟ କରଣ କରାଯାଇ ରଙ୍ଗୀନ ଆଲୁଅରେ ଝଲସି ଉଠୁଥିଲା ଶ୍ରୀକ୍ଷେତ୍ରର ଏହି ପ୍ରବେଶ ଦ୍ବାର । ପ୍ରଶାସନର ଏଭଳି ବ୍ୟବସ୍ଥାକୁ ଦେଖି ସହରବାସୀ, ସ୍ଥାନୀୟ ବାସିନ୍ଦା, ପର୍ଯ୍ୟଟକ ବେଶ ଖୁସି ପ୍ରକଟ ମଧ୍ୟ କରିଥିଲେ । କିନ୍ତୁ ଏହି ଖୁସି ମାତ୍ର ବେଶୀଦିନ ପାଇଁ ରହିନଥିଲା । କିଛି ଦିନ ପରେ ପୁଣି ଅନ୍ଧକାର ଭିତରକୁ ଠେଲି ହୋଇଯାଇଥିଲା ଅଠରନଳା । ଏବେ ପାଣି ଭିତରେ କୁଢ଼ କୁଢ଼ ଦଳ ଓ ଅଳିଆ ଆବର୍ଜନା ଭାସୁଥିବା ବେଳେ ଗଛର ପତ୍ର ସବୁ ଶୁଖିଗଲାଣି। କେବଳ ସେତିକି ନୁହେଁ ଅଚଳ ଅବସ୍ଥାରେ ଜଳଫୁଆର ମଧ୍ୟ ପଡ଼ିରହିଛି । ସୌନ୍ଦର୍ଯ୍ୟକରଣ ନାଁରେ ପ୍ରଶାସନ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ପ୍ରକଳ୍ପ କାର୍ଯ୍ୟ ଫେଲ ମାରିବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ସେହିପରି ଅଠରନଳାର ଅନ୍ୟତମ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ମଧ୍ୟରୁ ମୂଷାନଈର ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଏକ ପ୍ରମୁଖ ପ୍ରକଳ୍ପ। ମୂଷାନଈର ପୁନରୁଦ୍ଧାର କରାଯାଇ ଏଠାରେ ବୋଟିଂ ବ୍ୟବସ୍ଥା ସହ ପର୍ଯ୍ୟଟକଙ୍କ ବସିବା ପାଇଁ ଏକ ସୁନ୍ଦର ପାର୍କ ନିର୍ମାଣର ଯୋଜନା କରିଥିଲା ପ୍ରଶାସନ। କିନ୍ତୁ ପ୍ରଶାସନର ଅବହେଳା ଯୋଗୁଁ ମୂଷାନଈର ଭାଗ୍ୟ ଏବେ ଅନ୍ଧକାର ଭିତରକୁ ଠେଲି ହୋଇଯାଇଛି । ନଈରେ ଦଳ ଭର୍ତ୍ତି ହୋଇସାରିଥିବାବେଳେ ଜଳ ବିଷାକ୍ତ ହୋଇ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ଅଠରନଳା ଓ ମୂଷାନଈର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଶାସନ କୋଟି କୋଟି ଟଙ୍କା ବିନିଯୋଗ କରୁଥିବାବେଳେ ଏହି ଅର୍ଥ କେଉଁ ଦିଗରେ ଖର୍ଚ୍ଚ ହୋଇଛି, ସେ ନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି । ଏପଟେ ଏହି ଦାୟିତ୍ୱ ଓବିସିସିର ବୋଲି କହି ନିଜ ମୁଣ୍ତରୁ ଦୋଷ ଖସାଇ ଦେଇଛନ୍ତି ଜିଲ୍ଲାପାଳ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.