ପୁରୀ: ଶ୍ରୀମନ୍ଦିର ଦକ୍ଷିଣ ଦ୍ବାରା ସାମ୍ନାରେ ଥିବା ପଞ୍ଜାବୀ ମଠ ଉଚ୍ଛେଦ । ମଠର ଶତକଡା 95 ଭାଗ ଉଚ୍ଛେଦ କରାଯାଇଛି । ଗତ 3ଦିନ ଧରି ମଠ ପରିସରରେ ଥିବା କୋଠା ଗୁଡିକୁ ଉଚ୍ଛେଦ କରୁଛି ପ୍ରଶାସନ ।
ତେବେ ଏହି ମଠର 90 ଭାଗ ଜମି ଶ୍ରୀମନ୍ଦିର ୭୫ ମିଟର ପରିଧି ଭିତରେ ରହିଛି । ଏହି ମଠର କୋଠା ଗୁଡ଼ିକୁ ଉଚ୍ଛେଦ କରାଯିବା ପରେ ପାଖାପାଖି ଦେଢ଼ ଏକର ଜମି ଫାଙ୍କା ହେବାର ଆଶା କରାଯାଉଛି । ମଠର ଶ୍ରୀରାମ ମନ୍ଦିର ଆଉ ଜଗମୋହନ ସୁରକ୍ଷିତ ରହିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ