ETV Bharat / city

ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଜମି ଅଧିଗ୍ରହଣ, ଅନୁଷ୍ଠିତ ହେଲା ଜନଶୁଣାଣି

author img

By

Published : May 6, 2022, 9:50 PM IST

ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଜମି ଅଧିଗ୍ରହଣ ପାଇଁ ଆଜି (ଶୁକ୍ରବାର) ଜନଶୁଣାଣି ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଜମି ଅଧିଗ୍ରହଣ, ଅନୁଷ୍ଠିତ ହେଲା ଜନଶୁଣାଣି
ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଜମି ଅଧିଗ୍ରହଣ, ଅନୁଷ୍ଠିତ ହେଲା ଜନଶୁଣାଣି

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ବାଲୁଖଣ୍ତ ମୌଜାରୁ ଜମି ଅଧିଗ୍ରହଣ ସଂକ୍ରାନ୍ତୀୟ ଜନ ଶୁଣାଣି ଆଜି(ଶୁକ୍ରବାର) ଅପରାହ୍ନରେ ବାଲିଗୁଆଳି ଗ୍ରାମ ସଭା ମଣ୍ତପ ପରିସରରେ ଅନୁଷ୍ଠିତ ହୋଇଛି । ଏହି ଜନଶୁଣାଣି ଅବସରରେ ଉପ ଜିଲ୍ଲାପାଳ ଭବତାରଣ ସାହୁଙ୍କ ଅନ୍ୟ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ ।

ବାଲୁଖଣ୍ତ-୧୫୧ ମୌଜାର ଖାତା ନଂ ୯୨ ଓ ୧୨୬ରୁ ୫.୦୨ ଏକର ଜମି ଅଧିଗ୍ରହଣ କରାଯିବ । ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ପକ୍ଷରୁ ଇଣ୍ଡଷ୍ଟ୍ରିଆଲ ମ୍ୟାନେଜମେଣ୍ଟ କନସଲଟାଣ୍ଟସ ଅଫ ଓଡିଶା ଦ୍ବାରା ଜମି ଅଧଗ୍ରହଣର ସାମାଜିକ ପ୍ରଭାବ ଆକଳନ କରାଯାଇଛି । ଉକ୍ତ ଦୁଇ ପ୍ଲଟର ପ୍ରଭାବିତ ପରିବାର ୭ ଏବଂ ପରିବାର ସଦସ୍ୟଙ୍କ ସଂଖ୍ୟା ୨୪ ରହିଛି । ବାଲୁଖଣ୍ତ ମୌଜାର ବାଲିଗୁଆଳି ଠାରେ ୬୫୦ ଶଯ୍ୟା ବିଶିଷ୍ଟ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଏବଂ ହସପିଟାଲ ନିର୍ମାଣ କରାଯାଇଛି । ଏହାଦ୍ବାରା କୌଣସି ପରିବାର ବିସ୍ଥାପିତ ହେଉ ନାହାଁନ୍ତି । ଏହି ପ୍ରକଳ୍ପକୁ ଗ୍ରାମବାସୀ ମାନେ ସ୍ବାଗତ କରିଛନ୍ତି ।

ଏହି ଜନଶୁଣାଣି ଅବସରରେ ଉପ ଜିଲ୍ଲାପାଳ ଭବତାରଣ ସାହୁ, ଭୂଅର୍ଜନ ସ୍ବତନ୍ତ୍ର ଅଧିକାରୀ କୈଳାଶ ଚନ୍ଦ୍ର ନାୟକ, ତହସିଲଦାର ରବିନ୍ଦ୍ର ପ୍ରଧାନ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଅଜିତ କୁମାର ମହାପାତ୍ର, ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଡଃ କୌଶିକ ମିଶ୍ର, ଅତିରିକ୍ତ ସୁପରିଣ୍ଟେଣ୍ଡେଣ୍ଟ ଡଃ ଅମିତ ପ୍ରିତମ ସ୍ବାଇଁ, ଭୂଅର୍ଜନ ଅଧିକାରୀ ପ୍ରଶାନ୍ତ କୁମାର ଜେନା, ବାଲିଗୁଆଳି ସରପଞ୍ଚ ସିଲୁ ସେନାପତି, ବାଲିଗୁଆଳି ସମିତି ସଭ୍ୟ ଶ୍ରୀମାମିନା ସାହୁ ମଧ୍ୟ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.