ଭୁବନେଶ୍ବର: ନାଗା ସାଧୁବାଦ ଶ୍ରୀ ବୈଷ୍ଣବ ପୁରୀଙ୍କ ଉପରେ ଲାଗିଥିବା ମିଥ୍ୟା ମାମଲା ପ୍ରତ୍ୟାହାର ଓ କାରାଗାରରୁ ମୁକ୍ତି ଦାବି ନେଇ ରାଜଧାନୀରେ ପ୍ରତିବାଦ । ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ଓଡିଶା ଧର୍ମରକ୍ଷା ମିଳିତ ସାମୁଖ୍ୟର କର୍ମକର୍ତ୍ତାମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦରେ ନାଗା ସାଧୁଙ୍କ ମୁକ୍ତି ଦାବି କରିଛନ୍ତି ।
ଜଗନ୍ନାଥ ସଂସ୍କୃତି ଉପରେ ରାଜ୍ୟ ସରକାରଙ୍କ ଅବହେଳାର ମୁଖା ଖୋଲିବା ସହ ଜଗନ୍ନାଥ ସଂସ୍କୃତି ବଞ୍ଚାଇବାକୁ ନାଗାସାଧୁ ବୈଷ୍ଣବ ପୁରୀ ଚେଷ୍ଟା କରିଆସୁଥିଲେ। ତେଣୁ ଏଥିରେ ପ୍ରତିଶୋଧ ପରାୟଣ ହୋଇ କିଛି ଦୋଷ ନଥାଇ ବି ସରକାର ପ୍ରଶାସନ ପକ୍ଷରୁ ତାଙ୍କୁ ଗିରଫ କରାଯିବା ସହ ଜେଲରେ ବନ୍ଦୀ କରି ରଖାଯାଇଛି । ଏମିତି କି କୋର୍ଟରେ ମଧ୍ୟ ନାଗାସାଧୁଙ୍କ ଜାମିନ ମାମଲାକୁ ସ୍ଥଗିତ ରଖାଯାଇଥିବା ଅଭିଯୋଗ କରିଛି ସଂଗଠନ । ଯାହା ବିରୁଦ୍ଧରେ ନାଗାସାଧୁ ଅନ୍ନ ଜଳ ତ୍ୟାଗ କରିବା ସହିତ ମୌନ ବ୍ରତ ଧାରଣ କରିଛନ୍ତି । ତାଙ୍କ ଉପରେ ଥିବା ସମସ୍ତ ମିଥ୍ୟା ଅଭିଯୋଗ ପ୍ରତ୍ୟାହାର କରିବା ସହ ତାଙ୍କୁ ତୁରନ୍ତ କାରାଗାରରୁ ମୁକ୍ତି ପାଇଁ ଓଡିଶା ଧର୍ମରକ୍ଷା ମିଳିତ ସାମୁଖ୍ୟ ପକ୍ଷରୁ ଦାବି ହୋଇଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ