ପୁରୀ: କେନ୍ଦ୍ର ସରକାରଙ୍କର ନୂଆ କୃଷି ଆଇନ ବିରୋଧରେ ସାରା ଦେଶରେ ବିକ୍ଷୋଭ ଓ ଧାରଣା ଜାରି ରହିଥିବାବେଳେ ଏଥିରେ ସାମିଲ ହୋଇଛି ପୁରୀ । ଏହି ଆଇନକୁ ତୁରନ୍ତ କେନ୍ଦ୍ର ସରକାର ପ୍ରତ୍ୟାହାର କରିବାକୁ ଦାବି । ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଜିଲ୍ଲାର ବିଭିନ୍ନ ବାମଦଳ ଓ ଚାଷୀ ।
ଆଜି ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଭିନ୍ନ ବାମ ଦଳ ପକ୍ଷରୁ କୃଷକମାନେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି । ତୁରନ୍ତ କେନ୍ଦ୍ର ସରକାର କୃଷି ବିରୋଧି ଆଇନକୁ ପ୍ରତ୍ୟାହାର ନକଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଆନ୍ଦୋଳକାରୀମାନେ ଚେତାବନୀ ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର ,ଇଟିଭି ଭାରତ