ETV Bharat / city

ନମୋଙ୍କୁ ନିଆରା ଜନ୍ମଦିନ ଶୁଭେଚ୍ଛା, 69ତମ ବାର୍ଥଡେ’ରେ 69 ପ୍ରତିମୂର୍ତ୍ତି ଗିଫ୍ଟ - Prime Minister Narendra Modi birthday

17 ସେପ୍ଟେମ୍ବର ପ୍ରଧାନମନ୍ତ୍ରୀ ମୋଦିଙ୍କ 69 ତମ ଜନ୍ମଦିନ। ଏନେଇ ମୋଦିଙ୍କ ଜଣେ ବଡ ପ୍ରସଂଶକ ନିଆରା ଢଙ୍ଗରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ଚଳିତଥର ସେ ମୋଦିଙ୍କ ଏକ ମନ୍ଦିର ପ୍ରତିକୃତି କରିଛନ୍ତି। ଯେଉଁ ଥିରେ ମୋଦିଙ୍କ 69 ଟି ପ୍ରତିମୂର୍ତ୍ତିକୁ ସେ ସ୍ଥାନ ଦେଇଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା ପୁରୀ
author img

By

Published : Sep 16, 2019, 11:41 PM IST

Updated : Sep 17, 2019, 5:57 PM IST

ପୁରୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ 69 ତମ ଜନ୍ମଦିନ। ଏନେଇ ମୋଦିଙ୍କ ଫ୍ୟାନ୍ସ ବିଭିନ୍ନ ଢଙ୍ଗରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ମୋଦିଙ୍କ ଜଣେ ବଡ ପ୍ରସଂଶକ ହେଉଛନ୍ତି ପୁରୀର ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ। ପ୍ରତିବର୍ଷ ଭଳି ଚଳିତବର୍ଷ ଜନ୍ମଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀଧର।

ନମୋଙ୍କୁ ନିଆରା ଜନ୍ମଦିନ ଶୁଭେଚ୍ଛା

ଚଳିତଥର ସେ ମୋଦିଙ୍କ ଏକ ମନ୍ଦିର ପ୍ରତିକୃତି କରିଛନ୍ତି। ଯେଉଁ ଥିରେ ମୋଦିଙ୍କ 69 ଟି ପ୍ରତିମୂର୍ତ୍ତିକୁ ସେ ସ୍ଥାନ ଦେଇଛନ୍ତି। ସେହିପରି ମୋଦିଙ୍କ ମା' ହୀରାବେନ ମୋଦିଙ୍କ ପ୍ରତିମୂର୍ତ୍ତି ମଧ୍ୟ ଏହି ମନ୍ଦିରରେ ସ୍ଥାନ ଦେଇଛନ୍ତି। 69 ତମ ଜନ୍ମ ଦିନ ମୋଦିଙ୍କର ହୋଇଥିବାରୁ ଶିଳ୍ପୀ ଶ୍ରୀଧର ଦାସ 69 ଟି ଛୋଟ ପ୍ରତିମୂର୍ତ୍ତି ଗଢିଛନ୍ତି।

ଏହି ମୂର୍ତ୍ତି ଗୁଡ଼ିକ ମାର୍ବଲ ଗୁଣ୍ଡରେ ତିଆରି ହୋଇଛି। ସେ ମୋଦିଙ୍କ ମା' ହୀରାବେନ ମୋଦିଙ୍କ ପ୍ରତିମୂର୍ତ୍ତି ଚନ୍ଦନ କାଠରେ ତିଆରି ହୋଇଛି। ଏହି ନିଆରା ଶୁଭେଚ୍ଛା ବାର୍ତ୍ତା ନିର୍ମାଣ ନେଇ 15 ଦିନ ସମୟ ଲାଗିଛି। ମୋଦି ପ୍ରଧାନମନ୍ତ୍ରୀ ହେବା ଦିନଠାରୁ ପ୍ରତିବର୍ଷ ନିଆରା ଢଙ୍ଗରେ ସେ ଜନ୍ମଦିନ ଶୁଭେଚ୍ଛା ଦେଇ ଆସୁଛନ୍ତି। ବିଶେଷ କରି ମୋଦିଙ୍କ କାର୍ଯ୍ୟଶୈଳୀ ଯୋଗୁ ଭାରତ ସାରା ବିଶ୍ବରେ ସ୍ବତନ୍ତ୍ର ସ୍ଥାନ ନେଇଥିବା ଶ୍ରୀଧର କହିଛନ୍ତି।

ନରେନ୍ଦ୍ର ମୋଦି ଦୀର୍ଘାୟୁ ହୋଇ ଭାରତ ନେତୃତ୍ବ ଓ ବିକାଶ କାର୍ଯ୍ୟ ଆଗେଇ ନିଅନ୍ତୁ ବୋଲି ସେ ବାର୍ତ୍ତା ଦେଇଛନ୍ତି। ସେହିପରି ଭାରତକୁ ପ୍ଲାଷ୍ଟିକ ମୁକ୍ତ କରିବା ନେଇ ମୋଦି ଆରମ୍ଭ କରିଥିବା ଉଦ୍ୟମ ସମସ୍ତେ ସାମିଲ ହୋଇ ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଶିଳ୍ପୀ ଶ୍ରୀଧର ଦାସ ଅନୁରୋଧ କରିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ମୋଦି ଙ୍କୁ ଜନ୍ମଦିନ ର ସୁଭେଛା

Body:17 ସେପ୍ଟେମ୍ବର ପ୍ରଧାନମନ୍ତ୍ରୀ ମୋଦି ଙ୍କ 69 ତମ ଜନ୍ମ ଦିନ। ମୋଦି ପ୍ରେମୀ ଶୁଭେଚ୍ଛା ଦେଇ ଛନ୍ତି ବିଭିନ୍ନ ଢଙ୍ଗରେ। ପୁରୀ ର ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ ମଧ୍ୟ ପ୍ରତିବର୍ଷ ଭଳି ଚଳିତ ଜନ୍ମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଙ୍କୁ ନିଆରା ଢଙ୍ଗରେ ଶୁଭେଛା ଜଣାଇ ଛନ୍ତି। ଚଳିତ ଥର ସେ ମୋଦି ଙ୍କ ଏକ ମନ୍ଦିର ପ୍ରତିକୃତି କରିଛନ୍ତି। ଯେଉଁ ଥିରେ କି ମୋଦି ଙ୍କ 69 ଟି ପ୍ରତିମୂର୍ତ୍ତି ସ୍ଥାନ ଦେଇ ଛନ୍ତି। ସେହିପରି ମୋଦି ଙ୍କ ମା ହୀରାବେନ ମୋଦି ଙ୍କ ପ୍ରତିମୂର୍ତ୍ତି ମଧ୍ୟ ଏହି ମନ୍ଦିର ରେ ସ୍ଥାନ ଦେଇ ଛନ୍ତି। 69 ତମ ଜନ୍ମ ଦିନ ମୋଦି ଙ୍କ ର ହୋଇ ଥିବାରୁ ଶିଳ୍ପୀ ଶ୍ରୀଧର ଦାସ 69 ଟି ଛୋଟ ପ୍ରତିମୂର୍ତ୍ତି ଗଢିଛନ୍ତି। ଏହି ମୂର୍ତି ଗୁଡ଼ିକ ମାର୍ବଲ ଗୁଣ୍ଡରେ ତିଆରି ହୋଇଛି। ସେ ମୋଦି ଙ୍କ ମା ହୀରାବେନ ମୋଦି ଙ୍କ ପ୍ରତିମୂର୍ତ୍ତି ଚନ୍ଦନ କାଠ ରେ ତିଆରି ହୋଇଛି। 15 ଦିନ ଲାଗିଛି ଏହି ନିଆରା ଶୁଭେଚ୍ଛା ବାର୍ତା ନିର୍ମାଣ ନେଇ। ଶିଳ୍ପୀ ଶ୍ରୀଧର ଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ବଡ଼ ପ୍ରଶଂସକ। ମୋଦି ପ୍ରଧାନମନ୍ତ୍ରୀ ହେବା ଦିନ ଠାରୁ ପ୍ରତିବର୍ଷ ନିଆରା ଢଙ୍ଗରେ ସେ ଜନ୍ମ ଦିନ ଶୁଭେଚ୍ଛା ଦେଇ ଆସୁଛନ୍ତି। ବିଶେଷ କରି ମୋଦି ଙ୍କ କାର୍ଯ୍ୟଶୈଳ ଯୋଗୁ ଭାରତ ସାରା ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ନେଇଥିବା ଶ୍ରୀଧର କହିଛନ୍ତି। ନରେନ୍ଦ୍ର ମୋଦି ଦୀର୍ଘାୟୁ ହୋଇ ଭାରତ ନେତୃତ୍ବ ଓ ବିକାଶ କାର୍ଯ୍ୟ ଆଗେଇ ନିଅନ୍ତୁ ବୋଲି ସେ ବାର୍ତା ଦେଇ ଛନ୍ତି। ସେହିପରି ଭାରତ କୁ ପ୍ଲାଷ୍ଟିକ ବ୍ୟବହାର ମୁକ୍ତ କରିବା ନେଇ ମୋଦି ଆରମ୍ଭ କରିଥିବା ଉଦ୍ୟମ ସମସ୍ତେ ସାମିଲ ହୋଇ ଦେଶ କୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଶିଳ୍ପୀ ଶ୍ରୀଧର ଦାସ ଅନୁରୋଧ କରିଛନ୍ତି।

ବାଇଟ,, ଶ୍ରୀଧର ଦାସ ,, ଭାସ୍କର୍ଯ୍ୟ ଶିଳ୍ପୀ ,,

Conclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର
Last Updated : Sep 17, 2019, 5:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.