ETV Bharat / city

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ନେଇ ପ୍ରସ୍ତୁତି ଜୋରଦାର

author img

By

Published : Nov 12, 2020, 2:11 PM IST

ଦୀର୍ଘ 25 ବର୍ଷ ପରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ଏଥିଲାଗି ଶ୍ରୀକ୍ଷେତ୍ରରେ ପ୍ରସ୍ତୁତି ଜୋରଦାର । ଅଧିକ ପଢନ୍ତୁ...

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ
ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

ପୁରୀ: ଦୀର୍ଘ 25 ବର୍ଷ ପରେ ନଭେମ୍ବର 27 ତାରିଖରେ ହେବାକୁ ଯାଉଥିବା ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ପାଇଁ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ହାତରେ ଆଉ ଖୁବ୍‌ କମ ଦିନ ଥିବାରୁ ନିର୍ମାଣ କରିବାରେ ଲାଗି ପଡିଛନ୍ତି ବେଶ କାରିଗର ।

ଦୀର୍ଘ 25 ବର୍ଷ ପରେ ଏହି ବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିପାଇଁ ବେଶ ଦାତା ସେବକ ବଳରାମ ଖୁଣ୍ଟିଆଙ୍କ ଘରେ ସମ୍ପୂର୍ଣ୍ଣ ପାରମ୍ପରିକ ବ୍ୟବସ୍ଥା ମଧ୍ୟରେ ବେଶ ନିର୍ମାଣ ଚାଲିଛି । ଏବେ ସୁଦ୍ଧା ଧେନୁ, ହାଣ୍ତିଆ ବନ୍ଧାବନ୍ଧି ହୋଇ ବିଭିନ୍ନ ଅସ୍ତ୍ରଶସ୍ତ୍ର ତିଆରି ଚାଲିଛି ।

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ନେଇ ପ୍ରସ୍ତୁତି ଜୋରଦାର

ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ପାଇଁ ଆବଶ୍ୟକ ସାମଗ୍ରୀକୁ ଶିଳ୍ପୀ ବସନ୍ତ କୁମାର ରଣା, ସତ୍ୟ ନାରାୟଣ ବେହେରା, ସନ୍ତୋଷ କୁମାର ମିଶ୍ର, ବାପି ମାଝି, ଲୋକନାଥ ମହାପାତ୍ର ଓ ରଘୁନାଥ ବେହେରା ପ୍ରମୁଖ ପ୍ରସ୍ତୁତ କରୁଛନ୍ତି । ପରମ୍ପରା ଅନୁଯାୟୀ ଯେଉଁ ବର୍ଷ କାର୍ତିକ ମାସରେ ପଞ୍ଚୁକ 5 ଦିନ ପରିବର୍ତ୍ତେ 6 ଦିନ ପଡିଥାଏ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ନାଗାର୍ଜୁନ ବେଶ ହୋଇଥାଏ ।

ପବିତ୍ର କାର୍ତ୍ତିକ ଦ୍ବାଦଶୀ ତିଥିରେ ଅର୍ଥାତ୍ ଚଳିତ ମାସ 27 ତାରିଖରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ । ଶେଷ ଥର ଏହି ବେଶ 1994 ମସିହାରେ ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁ ଶ୍ରୀଜଗନ୍ନଥଙ୍କ 32 ଟି ବେଶ ମଧ୍ୟରୁ ନାଗାର୍ଜୁନ ବେଶ ହେଉଛି ବିରଳ ଓ ଆକର୍ଷଣୀୟ ବେଶ । ଯାହାକୁ ଦେଖିବାକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତଙ୍କ ସହ ସାଧୁ ସନ୍ଥ ମାନେ ମଧ୍ୟ ଶ୍ରୀକ୍ଷେତ୍ରକୁ ଆସିଥାନ୍ତି । ତେବେ ଚଳିତ ବର୍ଷ କୋରୋନା କଟକଣା ପାଇଁ ଏହି ବେଶକୁ ବିନା ଭକ୍ତରେ କରାଯିବ ବୋଲି ଜଣାପଡିଛି ।

ପୂର୍ବରୁ 1966, 1967,1968 ଓ 1993ରେ ମଧ୍ୟ ଏହି ବେଶ ହୋଇଥିଲା । ଏହି ବେଶରେ ମହାପ୍ରଭୁଙ୍କୁ ଯୋଦ୍ଧା ବେଶରେ ସଜ୍ଜିତ କରାଯାଇଥାଏ । ମହାପ୍ରଭୁଙ୍କ ଅଣ୍ଟାରେ ନାଗାତାଟି ଭିଡାଯିବା ସହ ଧନୁଶର ପୂର୍ଣ୍ଣ ତୁଣୀର, କୁଟାରି, ଛୁରୀ, ବାଘନଖ, ଏରାପକ୍ଷୀର ପର ଦିଆଯିବା ସହିତ ମହାପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କ ବେଶ ପାଇଁ ଶ୍ରୀଭୁଜ, ଶ୍ରୀପୟର ଲାଗି ହୋଇଥାଏ ।

ବିଭିନ୍ନ ମାଳି ମହାପ୍ରଭୁ ପରିଧାନ କରିଥିବା ବେଳେ ଉଭୟ ହସ୍ତରେ ଦୁଇଟି ଓରାମାଳି ଧରିଥାନ୍ତି । ସେହିପରି ଦେବୀ ସୁଭଦ୍ରାଙ୍କ ମସ୍ତକରେ ସୁନାର ମୁକୁଟ, ଚନ୍ଦ୍ରିକା, କର୍ଣ୍ଣ ଅଳଙ୍କାର ମଧ୍ୟ ଲାଗି ହୋଇଥାଏ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.