ପୁରୀ: କୋଣାର୍କ ମହୋତ୍ସବ 2020 ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କୋରୋନା କଟକଣା ଭିତରେ କିଭଳି ଭାବରେ ମହୋତ୍ସବ ଅ।ୟୋଜନ କରାଯିବା ନେଇ ଅ।ଲୋଚନା କରାଯାଇଛି ।
କୋଣାର୍କ ମହୋତ୍ସବ ସହିତ ଇକୋ ରିଟ୍ରିଟ କାର୍ଯ୍ୟ କରିବା ପ୍ରଶାସନ ପାଇଁ ଏକ ରକମ ଚ୍ୟାଲେଞ୍ଜ ସୃଷ୍ଟି କରୁଥିବା ବେଳେ ସୁରୁଖୁରୁରେ କୋରୋନା କଟକଣା ଭିତରେ ସମସ୍ତ କାର୍ଯ୍ୟ ତ୍ଵରାନିତ ପାଇଁ ବ୍ୟବସ୍ଥା କରାଯାଉଛି । ଡିସେମ୍ଵର 1 ତାରିଖରୁ ଡିସେମ୍ଵର 5 ତାରିଖ ପର୍ଯ୍ୟନ୍ତ ଅ।ୟୋଜିତ ଏହି ମହୋତ୍ସବରେ ସାମାଜିକ ଦୂରତାକୁ ଗୁରୁତ୍ଵ ଦିଅ।ଯାଇ ରଙ୍ଗ ମଞ୍ଚରେ ଏକ ତୃତିୟାଂଶ ଦର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବ। ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ମାସ୍କ ଓ ସାନିଟାଇଜକୁ ଗୁରୁତ୍ଵ ଦିଅ।ଯିବ । ଏହା ସହିତ ଚନ୍ଦ୍ରଭାଗା ବେଳାଭୂମିରେ 20 ଟି ଷ୍ଟଲ ପାଇଁ ଅନୁମତି ମିଳିବ ବୋଲି ସ୍ଥିର କରାଯାଇଛି ।
ଏହା ସହିତ ଚଳିତ ବର୍ଷ ସୋସିଅ।ଲ ମିଡିଅ। ୟୁଟୁବ ଫେସବୁକ ଲାଇଭ ମାଧ୍ୟମରେ ଘରେ ରହି କୋଣାର୍କ ମହୋତ୍ସବ ଉପଭୋଗ ପାଇଁ ବ୍ୟବସ୍ଥା କରାଯିବାର ବ୍ୟବସ୍ଥା ରହିଛି । ଏହି ବୈଠକରେ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, କ୍ରୀଡାମନ୍ତ୍ରୀ ତୁଷାରିକାନ୍ତି ବେହେରା, ପର୍ଯ୍ୟଟନ ସଚିବ ଅ।ର ସଚିନ ଯାଦବ, ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ, ସୁଦର୍ଶନ ପଟ୍ଟନାୟକ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ପ୍ରମୁଖ ଉପସ୍ଥିତ ଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ