ETV Bharat / city

ମହାପ୍ରଭୁଙ୍କ ଅଣସରରେ ପଟି ଦିଅଁ ପୂଜା ନେଇ ପ୍ରସ୍ତୁତି

ଅଣସର ପିଣ୍ଡିରେ ମହାପ୍ରଭୁ ରହିବା ସମୟରେ ତାଙ୍କ ସ୍ଥାନରେ ପୂଜା ପାଇବେ ପଟିଦିଅଁ। ପଟିଦିଅଁ ଆଙ୍କୁଛନ୍ତି ଚିତ୍ରକର ସେବାୟତ । ଅଧିକ ପଢ଼ନ୍ତୁ...

author img

By

Published : Jun 23, 2021, 6:13 AM IST

Senapata bahuta niti, secret ritual of mahaprabhu jagannath, ସେନାପଟା ଲାଗି ନୀତି, ସେନାପଟା ବାହୁଟ ନୀତି, ଶ୍ରୀଅଙ୍ଗରେ ଲାଗେ ସେନାପଟା ବାହୁଟ, ଶ୍ରୀଅଙ୍ଗ ସୁରକ୍ଷାରେ ସେନାପଟା ବାହୁଟ, ରଥଯାତ୍ରା, ସ୍ନାନଯାତ୍ରା, ମହାପ୍ରଭୁଙ୍କ ସ୍ନାନଯାତ୍ରା, ଦେବସ୍ନାନ ପୂର୍ଣ୍ଣିମା
ମହାପ୍ରଭୁଙ୍କ ଅଣସରରେ ପଟି ଦିଅଁ ପୂଜା ନେଇ ପ୍ରସ୍ତୁତି

ପୁରୀ: ଗୁରୁବାର ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଦୁର୍ଲ୍ଲଭ ହାତୀବେଶ ଧାରଣ କରିବେ।ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରାଘବଦାସ ମଠ ଓ ଗୋପାଳତୀର୍ଥ ମଠରେ ମହାପ୍ରଭୁଙ୍କ ହାତୀବେଶ ପ୍ରସ୍ତୁତି ଚାଲିଛି।

ଅନ୍ୟପଟେ 108ଗଡୁ ସୁବାସିତ ଜଳରେ ଅତ୍ୟଧିକ ସ୍ନାନ ଯୋଗୁଁ ମହାପ୍ରଭୁ ଜ୍ବରରେ ପୀଡିତ ହୋଇ ଅଣସର ପିଣ୍ଡିରେ ବିଜେ କରିବେ। ତେବେ ଅଣସର ପିଣ୍ଡିରେ ମହାପ୍ରଭୁ ରହିବା ସମୟରେ ତାଙ୍କ ସ୍ଥାନରେ ପୂଜା ପାଇବେ ପଟିଦିଅଁ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ଥାନରେ ଅନନ୍ତ ନାରାୟଣ, ଭାଇ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ସ୍ଥାନରେ ପୂଜା ପାଇବେ ମା ଭୁବନେଶ୍ବରୀ। ସେଥିପାଇଁ ପଟିଦିଅଁ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ଅତ୍ୟନ୍ତ ନିଷ୍ଠାର ସହ ହବିଷାର୍ନ୍ନ ଗ୍ରହଣ କରି ପଟିଦିଅଁ ଆଙ୍କୁଛନ୍ତି ଚିତ୍ରକର ସେବାୟତ।

ସ୍ନାନବେଦୀରେ ୧୦୮ ଗରା ଜଳ ସ୍ନାନ କରିବା ପରେ ଜ୍ବରରେ ପୀଡିତ ମହାପ୍ରଭୁ ଅଣସର ପିଣ୍ଡିରେ ଗୁପ୍ତ ଉପଚାରରେ ରୁହନ୍ତି। ତାଙ୍କ ପ୍ରତିବଦଳରେ ପଟିଦିଅଁ ପୂଜା ପାଆନ୍ତି। ପଟିରେ ପାରମ୍ପରିକ ରଙ୍ଗ ତୁଳୀରେ ନିର୍ମିତ ଚିତ୍ରକର ସେବକଙ୍କ ଅଙ୍କିତ ଦାରୁ ଦେବତାଙ୍କ ପଟ୍ଟଚିତ୍ର ସ୍ଥାନିତ ହୋଇଥାଏ। ସେପଟେ ଶାଢ଼ୀବନ୍ଧା ଚିତ୍ରକର ସେବକମାନେ ପାରମ୍ପରିକ ବିଧିବିଧାନ ଅନୁଯାୟୀ ସାବିତ୍ରୀ ଅମାବାସ୍ୟା ଠାରୁ ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପଟିଦିଅଁ ପ୍ରସ୍ତୁତି କରିଥାନ୍ତି। ଜୟବିଜୟ ଦ୍ବାର ପଛପଟେ ଖଟ ଉପରେ ମଦନମୋହନ, ରାମକୃଷ୍ଣ ଶ୍ରୀଦେବୀ, ଭୂଦେବୀ, ଶ୍ରୀ ନୃସିଂହ ଓ ମାଧବଙ୍କ ସହିତ ପଟିଦିଅଁ ଶୋଭା ପାଇବେ। ସେପଟେ ଚିତ୍ରକର ସେବାୟତ ମାନେ ଅତ୍ୟନ୍ତ ନିଷ୍ଠାର ସହ ଏହି ପଟିଦିଅଁ ପ୍ରସ୍ତୁତ କରୁଥିବା ବେଳେ ମହାପ୍ରଭୁଙ୍କ ସେବାକରି ନିଜକୁ ବେଶ୍ ଧନ୍ୟମନେ କରିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.