ପୁରୀ: ଅଙ୍ଗନାବାଡି କେନ୍ଦ୍ରରେ ଶିଶୁଙ୍କୁ ଦିଆଯାଉଛି ନିମ୍ନ ମାନର ଛତୁଆ । ଛତୁଆରେ ଉପଯୁକ୍ତ ଖାଦ୍ୟ ସାମଗ୍ରୀ ମିଶା ଯାଉନାହିଁ । ଫଳରେ ଶିଶୁମାନେ ପୁଷ୍ଟିକର ଖାଦ୍ୟ ଖାଇବାରୁ ବଞ୍ଚିତ ହେଉଛନ୍ତି । ଏପରି ଅଭିଯୋଗ ଆସିଛି ପୁରୀ ମୋଚି ସାହି 13 ନମ୍ବର ୱାର୍ଡ ସ୍ଥିତ ଅଙ୍ଗନାବାଡି କେନ୍ଦ୍ରରୁ ।
ଏପରିକି ଛତୁଆ ଓଜନ ମଧ୍ୟ ଦେଢ଼ କେଜି ରହୁନାହିଁ । ଜୟଜଗନ୍ନାଥ ଛତୁଆ କ୍ଲଷ୍ଟର ନାମକ ଏକ ସ୍ବୟଂ ସହାୟକ ଗୋଷ୍ଠୀ ଏହି ଛତୁଆ ଦେଉଥିବା ଜଣାପଡିଛି ।
ଅନ୍ୟପଟେ ଯୁବ କଂଗ୍ରେସ କର୍ମୀମାନେ ଏହି ଘଟଣା ଜାଣିବା ପରେ ଅଙ୍ଗନାବାଡ଼ି କେନ୍ଦ୍ର ଯାଇ ଛତୁଆ ଦେଖିଥିଲେ । ନିମ୍ନମାନର ଛତୁଆ ଛୋଟ ଶିଶୁଙ୍କ ପାଇଁ ବିପଜ୍ଜନକ ବୋଲି ଯୁବ କଂଗ୍ରସ କହିଛି । ତୁରନ୍ତ ଜିଲ୍ଲାପାଳ ଘଟଣାର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେବାକୁ ପୁରୀ ଯୁବ କଂଗ୍ରେସ ଦାବି କରିଛି ।
ଅନ୍ୟପଟେ ନିମ୍ନ ମାନର ଛତୁଆ ପାଇଁ ଅଭିଭାବକମାନେ ଶିଶୁଙ୍କ ପାଇଁ ଛତୁଆ ନେବାକୁ ଭୟ କରୁଛନ୍ତି । ପ୍ରଶାସନ ଉଚିତ ପଦକ୍ଷେପ ନେଉ ବୋଲି ଅଭିଭାବକ ଦାବି କରିଥିବା ଜଣାପଡିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ