ପୁରୀ: ପିପିଲିରେ ନିର୍ବାଚନ ନେଇ ଦେଖାଦେଇଛି ରାଜନୈତିକ ଅଶାନ୍ତି । ବିଜେଡି କର୍ମୀମାନେ ବିଜେପି ପତାକା ଚିରିବା ସହ ପ୍ରଚାର ଗାଡ଼ିକୁ ବାଡେଇ ଥିବା ନେଇ ଅଭିଯୋଗ ହୋଇଛି । ସୂଚନାନୁସାରେ ପିପିଲି କଣ୍ଟି ବାରିମୂଳ ଛକଠାରେ ପ୍ରଚାର ଗାଡି ଡ୍ରାଇଭରଙ୍କୁ ବିଜେଡ଼ି କର୍ମୀମାନେ ମାଡ ମାରିବା ଅଭିଯୋଗରେ ପିପିଲି ଜଟଣୀ ରାସ୍ତାକୁ ବିଜେପି କର୍ମୀମାନେ ଅବରୋଧ କରିଛନ୍ତି ।
ଏନେଇ ଘଟଣାସ୍ଥଳରେ ପିପିଲି ପୋଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ବିଜେପି କର୍ମୀଙ୍କୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଛି । ତେବେ ବିଜେଡ଼ି ଦଳର ଏଭଳି ଆଚରଣ ଆଗକୁ ଜାରି ରହିଲେ ପିପିଲି ଉପନିର୍ବାଚନରେ ବିଜେଡି ପକ୍ଷରୁ କୌଣସି ଗାଡି ପ୍ରଚାର କରିପାରିବ ନାହିଁ ବୋଲି କହିଛନ୍ତି ବିଜେପି ନେତା ଦୃଢୋକ୍ତି ଦେଇଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ