ETV Bharat / city

ରାତି ପାହିଲେ ରଥଯାତ୍ରା, ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିଜିପି - ପୋଲିସ ଡିଜି ଅଭୟ

ରାତି ପାହିଲେ ରଥଯାତ୍ରା । ପୁରୀରେ ରଥଯାତ୍ରା ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୋଲିସ ଡିଜି ଅଭୟ । ଅଧିକ ପଢନ୍ତୁ...

ରାତି ପାହିଲେ ରଥଯାତ୍ରା, ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିଜିପି

author img

By

Published : Jul 11, 2021, 7:05 PM IST

ପୁରୀ: ରାତି ପାହିଲେ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା । ରତ୍ନ ବେଦୀ ଛାଡି ଜନ୍ମ ବେଦୀକୁ ଯିବେ ମହାପ୍ରଭୁ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି(ରବିବାର) ପୋଲିସ ଡିଜି ଅଭୟ ପୁରୀରେ ପହଞ୍ଚି ରଥଯାତ୍ରାର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି । ପୋଲିସ ଅଧିକାରୀମାନେ କିଭଳି ଡ୍ୟୁଟି ସଠିକ ଭାବେ ପାଳନ କରିବେ ଏବଂ ଆଉ କଣ ସବୁ ସୁବିଧା ଦିଆଯାଇ ପାରିବ ସେନେଇ ଆଲୋଚନା କରିଛନ୍ତି । କୋଭିଡ କଟକଣା ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ଶେଷ କରିବାକୁ ଡିଜିପି କହିଛନ୍ତି ।

ରାତି ପାହିଲେ ରଥଯାତ୍ରା, ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଡିଜିପି

ପୂର୍ବ ବର୍ଷ ପରି ଏଥର ମଧ୍ୟ ବିନା ଭକ୍ତରେ ରଥଯାତ୍ରା ହେଉଥିବାବେଳେ ଏନେଇ ପୋଲିସ ଡିଜି ପୁରୀବାସୀଙ୍କ ସମର୍ଥନ ଲୋଡିଛନ୍ତି । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଟକଣା ମାନି ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରାକୁ ସଫଳ କରିବାକୁ ପୁରୀବାସୀଙ୍କୁ ସେ ନିବେଦନ କରିଛନ୍ତି । ରଥଯାତ୍ରା ପାଇଁ ସହରକୁ ମୋଟ 12ଟି ଜୋନରେ ବିଭକ୍ତ କରାଯାଇଥିବାବେଳେ 65 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ । ସେହିପରି ରବିବାର ରାତି 8ଟାରୁ ମଙ୍ଗଳବାର ରାତି 8 ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ଏଥିସହ ପୁରୀର ସମସ୍ତ ପ୍ରବେଶ ପଥ ସିଲ କରାଯାଇଥିବେଳେ ବଡଦାଣ୍ଡକୁ ସଂଯୋଗ କରୁଥିବା ରାସ୍ତାଗୁଡିକ ମଧ୍ୟ ସିଲ ହୋଇଛି ।

ପୋଲିସ ଏଡିଜେ ରାଧାକୃଷ୍ଣ ଶର୍ମା, ଆଇଜି ନରସିଂହ ଭୋଳଙ୍କ ଭଳି ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.