ETV Bharat / city

ବାପା ନାଁରେ କଳଙ୍କ, ଜନ୍ମ କଲା ଝିଅକୁ ଅସଦାଚରଣ ଅଭିଯୋଗ - ପୁରୀରେ ନିଜ ଝିଅକୁ ଅସଦାଚରଣ କଲା ବାପା

ପିଶାଚ ସାଜିଲା ବାପା । ନିଜ ୨ ବର୍ଷ ଶିଶୁ କନ୍ୟା ସହ ବାପା ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ପୁରୀ ଜିଲ୍ଲାରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଅଧିକ ପଢ଼ନ୍ତୁ

police detained father allegedly molested his two year daughter in puri
ବାପା ନାଁରେ କଳଙ୍କ, ଜନ୍ମ କଲା ଝିଅକୁ ଅସଦାଚରଣ ଅଭିଯୋଗ
author img

By

Published : Jan 25, 2022, 7:21 PM IST

Updated : Jan 25, 2022, 7:33 PM IST

ପୁରୀ: ପିଶାଚ ସାଜିଲା ବାପା । ନିଜ ୨ ବର୍ଷ ଶିଶୁ କନ୍ୟା ସହ ବାପା ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ପୁରୀ ଜିଲ୍ଲାରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଘଟଣା ପୁରୀ ଜିଲ୍ଲାରେ ଏବେ ଚାଞ୍ଚଲ୍ୟ ଖେଳାଇଥିବାବେଳେ ଏଭଳି ଆଉ ଏକ ଘଟଣାକୁ ନେଇ ବିଭିନ୍ନ ମହଲରେ ତୀଵ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ବାପା ନାଁରେ କଳଙ୍କ, ଜନ୍ମ କଲା ଝିଅକୁ ଅସଦାଚରଣ ଅଭିଯୋଗ

୨ ବର୍ଷର ଶିଶୁ କନ୍ୟାକୁ ତାର ବାପା ଅସଦାଚରଣ କରିଥିବା ଶିଶୁ କନ୍ୟାର ମାଆ ଅଭିଯୋଗ କରିଛି । ଏହି ଘଟଣାକୁ ଅତ୍ୟନ୍ତ ଗୁରୁତର ସହ ନେଇ ଶିଶୁର ବାପାକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ତାଙ୍କର ଡାକ୍ତର ମାଇନା କରାଯାଇଛି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ତାଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା ।

ପୂର୍ବରୁ ସମ୍ପୃକ୍ତ ଶିଶୁକନ୍ୟାକୁ ଅଭିଯୁକ୍ତ ମାରିଦେବା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗରେ ମଧ୍ୟ ଅଭିଯୁକ୍ତ ଜଣକୁ ପୋଲିସ ଗିରଫ କରିଥିଲା । ତେବେ ପରେ ସେ ବେଲ୍‌ରେ ଆସି ପୁର୍ନବାର ନିଜ ଶିଶୁ କନ୍ୟାକୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jan 25, 2022, 7:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.