ETV Bharat / city

ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନଯାତ୍ରା, ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସର ପ୍ରସ୍ତୁତି ବୈଠକ

ଆସନ୍ତାକାଲି ବିଶ୍ଵନିୟନ୍ତାଙ୍କ ସ୍ନାନଯାତ୍ରା । ଚଳିତ ବର୍ଷ ଭକ୍ତଙ୍କ ଗହଣରେ ସ୍ନାନଯାତ୍ରା ହେଉଥିବାରୁ ଦର୍ଶନ, ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ ନେଇ ପୋଲିସ ପକ୍ଷରୁ ପ୍ରସ୍ତୁତି ବୈଠକ । ଅଧିକ ପଢ଼ନ୍ତୁ

author img

By

Published : Jun 13, 2022, 8:06 PM IST

କାଲି ମହାପ୍ରଭୁଙ୍କ ସ୍ନାନଯାତ୍ରା, ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସର ପ୍ରସ୍ତୁତି ବୈଠକ

ପୁରୀ: ଆସନ୍ତାକାଲି ବିଶ୍ଵନିୟନ୍ତାଙ୍କ ସ୍ନାନଯାତ୍ରା । ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ସ୍ନାନଯାତ୍ରା ହେଉଥିବାରୁ ଦର୍ଶନ, ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ ନେଇ ପୋଲିସ ପକ୍ଷରୁ ଆଜି(ସୋମବାର) ଏକ ପ୍ରସ୍ତୁତି ବୈଠକ ହୋଇଛି ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଜିକ୍‌ଜାକ୍‌ ବ୍ୟାରିକେଡ ବ୍ୟବସ୍ଥା ସହ ପର୍ଯ୍ୟାପ୍ତ ସିସିଟିଭି, ୫୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ । ସ୍ନାନଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସ୍ନାନଯାତ୍ରା ପାଇଁ ଆଜି(ସୋମବାର) ମହାପ୍ରଭୁଙ୍କ ସେନାପଟା ଲାଗି କାର୍ଯ୍ୟ କରିଛନ୍ତି ଦଇତାପତି । ଆସନ୍ତାକାଲି(ମଙ୍ଗଳବାର) ସ୍ନାନ ବେଦୀରେ ପ୍ରତ୍ୟକ୍ଷ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ଦୁଇବର୍ଷ ପରେ ଶ୍ରଦ୍ଧାଳୁ ସ୍ନାନଯାତ୍ରା ଦେଖିବା ସହ ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିବାର ସୁଯୋଗ ପାଇବେ । ଶ୍ରୀକ୍ଷେତ୍ରରେ ପ୍ରବଳ ଭକ୍ତଙ୍କ ସମାଗମ ହେବା ନେଇ ଆଶା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଆଇନଶୃଙ୍ଖଳା, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥା ପାଇଁ ଅନୁଷ୍ଠିତ ହୋଇଥିଲା ସ୍ବତନ୍ତ୍ର ସମୀକ୍ଷା ବୈଠକ । ଚଳିତ ବର୍ଷ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ସ୍ବତନ୍ତ୍ର ଭାବେ ତିନିଜଣ କମାଣ୍ଡାଣ୍ଟ, ୧୧ ଅତିରିକ୍ତ ଏସପି, ୨୧ ଡିଏସପି, ୫୦ ଇନ୍ସପେକ୍ଟର, ୨୭୦ ସବ୍ ଇନ୍ସପେକ୍ଟର, ଏକ ହଜାର କନଷ୍ଟେବଳ ସହ ୫୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ।

ଶ୍ରୀମନ୍ଦିର ସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ୪୦ରୁ ଊର୍ଦ୍ଧ୍ବ ସିସିଟିଭି ସ୍ଥାପନ କରାଯାଇ ଏକ ସ୍ବତନ୍ତ୍ର ପୋଲିସ କଣ୍ଟ୍ରୋଲ ରୁମ୍ କାମ କରିବ । ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଜିକ୍‌ଜାକ୍ ବ୍ୟାରିକେଡ ବ୍ୟବସ୍ଥା ଓ ପରମାଣିକ ଟିକେଟ ଧାରୀଙ୍କ ପାଇଁ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଥିବା ପୋଲିସ ଅତିରିକ୍ତ ଡିଜି ଆର. କେ. ଶର୍ମା ସୂଚନା ଦେଇଛନ୍ତି । ସ୍ନାନ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନ ସହ ବିଶେଷ କରି ବେଳାଭୂମିରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତଙ୍କ ପାଇଁ ବିଭିନ୍ନ ସ୍ଥାନରେ ପାର୍କିଂର ବ୍ୟବସ୍ଥା ସହ ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା କରିଛି ପ୍ରଶାସନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.