ETV Bharat / city

ଶ୍ରୀମନ୍ଦିର ଗର୍ଭଗୃହରୁ ଖସିଲା ପ୍ଲାଷ୍ଟର, ASI କରିବ ଅନୁଧ୍ୟାନ

author img

By

Published : Aug 3, 2022, 12:58 PM IST

Updated : Aug 3, 2022, 2:30 PM IST

ଶ୍ରୀମନ୍ଦିର ଗର୍ଭଗୃହରୁ ପଥର ଖସିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଗର୍ଭଗୃହରୁ ପଥର ନୁହେଁ ପ୍ଲାଷ୍ଟର ଖସିଥିବା କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ଗର୍ଭଗୃହରୁ ଖସିଲା ପ୍ଲାଷ୍ଟର, ASI କରିବ ଅନୁଧ୍ୟାନ
ଶ୍ରୀମନ୍ଦିର ଗର୍ଭଗୃହରୁ ଖସିଲା ପ୍ଲାଷ୍ଟର, ASI କରିବ ଅନୁଧ୍ୟାନ

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହରୁ ପଥର ଖସିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଭକ୍ତଙ୍କ ମହଲେ ଅସନ୍ତୋଷ ପ୍ରକାଶ ପାଇଥିଲା । ଗର୍ଭଗୃହରୁ ପଥର ନୁହେଁ ପ୍ଲାଷ୍ଟର ଖସିଥିବା କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା । ଗର୍ଭ ଗୃହରେ ଆଦ୍ରତା ଅଧିକ ରହୁଥିବା ରତ୍ନ ସିଂହାସନରୁ ବଡଠାକୁର ବଳଭଦ୍ରଙ୍କ ପଛପଟରୁ ପ୍ଲାଷ୍ଟର ଖଣ୍ଡ ଖସିଥିବା ସ୍ବୀକାର କରଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ । ଏନେଇ କୌଣସି ସମସ୍ୟା ନାହିଁ ASI (Archaeological Survey of India)କୁ ଜଣା ଦିଆଯାଇଛି । ପରୀକ୍ଷା ନିରୀକ୍ଷା କରି ASI ପଦକ୍ଷେପ ନେବ ବୋଲି କହିଛନ୍ତି ଉନ୍ନୟନ ପ୍ରଶାସକ ।

ଶ୍ରୀମନ୍ଦିର ଗର୍ଭଗୃହରୁ ଖସିଲା ପ୍ଲାଷ୍ଟର

ମଙ୍ଗଳବାର ସକାଳ ଧୂପ ପରେ ଗର୍ଭଗୃହ ରତ୍ନବେଦିରେ ବଡ ଠାକୁର ବଳଭଦ୍ରଙ୍କ ପଛପଟୁ ପ୍ଳାଷ୍ଟର ଖଣ୍ଡ ଖସିଥିଲା । ଏହାର ଓଜନ ପାଖାପାଖି ଏ କିଲୋ ହେବ । ଖସି ପଡିଥିବା ଖଣ୍ଡକୁ ନେଇ ନାନା କଳ୍ପନାଜଳ୍ପନା କରାଯାଉଥିଲା । ପ୍ଳାଷ୍ଟର ଖଣ୍ଡକୁ ଠାବ କରାଯାଇ ରଖାଯାଇଛି । ଘଟଣା ବାବଦରେ ASIକୁ ଜଣାଇଛୁ ପରୀକ୍ଷା ନିରୀକ୍ଷା କରି ASI ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଉନ୍ନୟନ ପ୍ରଶାସକ ।

ପଥର ଖସିବାକୁ ନେଇ ଚର୍ଚ୍ଚା ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ପଥର ନୁହେଁ ପ୍ଳାଷ୍ଟର ହୋଇଥିବା ପ୍ରଶାସନ କହିଛି । ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରା କରିବା ପରେ ଏଏସଆଇ ଓ ବିଶେଷଜ୍ଞ ଟିମ୍ ଦ୍ବାରା ଗର୍ଭଗୃହ ଯାଞ୍ଚ ହେବା ସହ ମରାମତି କରାଯାଇଥିଲା । ତେବେ ଯେଉଁ ମରାମତି କାର୍ଯ୍ୟ କରାଯାଇଥିଲା ସେଥିପାଇଁ ପ୍ଲାଷ୍ଟର ଖସିଥିବା ଅନୁମାନ କରାଯାଉଛି । ସେପଟେ ପ୍ଲାଷ୍ଟର ଖସିବାକୁ ନେଇ ଶ୍ରୀଅଙ୍ଗ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଶ୍ରୀଅଙ୍ଗ ଉପରେ କୌଣସି ବିପଦ ନଥିବା କହିଛନ୍ତି ଏଏସଆଇ ଅଧିକାରୀ ଜ୍ୟୋତି ପ୍ରଧାନ ।

Last Updated : Aug 3, 2022, 2:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.