ETV Bharat / city

ପିପିଲି ଉପନିର୍ବାଚନ; ପୋଷ୍ଟାଲ ବାଲାଟ ଭୋଟ ପ୍ରକ୍ରିୟା ଶେଷ

author img

By

Published : Apr 14, 2021, 9:51 AM IST

Updated : Apr 14, 2021, 10:03 AM IST

ପିପିଲି ଉପନିର୍ବାଚନ ପାଇଁ ପୋଷ୍ଟାଲ ବାଲାଟ ପ୍ରକ୍ରିୟା ଶେଷ । 8212 ଜଣ ଦିବ୍ୟାଙ୍ଗ ଓ ବୃଦ୍ଧ ବ୍ୟକ୍ତିଙ୍କୁ ନେଇ ହୋଇଥିବା ବାଲାଟ ଭୋଟିଂରେ 1052 ଜଣ ଭୋଟ ଦେଇଛନ୍ତି । ଅଧିକ ପଢନ୍ତୁ...

ପୋଷ୍ଟାଲ ବାଲାଟ ଭୋଟ ପ୍ରକ୍ରିୟା ଶେଷ
ପୋଷ୍ଟାଲ ବାଲାଟ ଭୋଟ ପ୍ରକ୍ରିୟା ଶେଷ

ପୁରୀ: ପିପିଲି ଉପନିର୍ବାଚନ ପାଇଁ ପୋଷ୍ଟାଲ ବାଲାଟ ପ୍ରକ୍ରିୟା ଶେଷ । 80 ବର୍ଷରୁ ଊର୍ଦ୍ଧ୍ବ ଓ ଦିବ୍ୟାଙ୍ଗ ପାଇଁ ପୋଷ୍ଟାଲ ବାଲାଟରେ କରାଯାଇଥିଲା ଭୋଟ ଗ୍ରହଣ। ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୮୨୧୨ ଜଣ ଦିବ୍ୟାଙ୍ଗ ଓ 80 ବର୍ଷରୁ ଊର୍ଦ୍ଧ୍ବ ବୃଦ୍ଧ ରହିଛନ୍ତି । 1052 ଜଣ ଭୋଟ ଦେଇଛନ୍ତି। ଡେଲାଙ୍ଗରେ ୭୧୨ ଓ ପିପିଲିରେ ୩୬୫ ଜଣ ଭୋଟ ପଡିଛି ।

ପିପିଲି ଉପନିର୍ବାଚନ

ପ୍ରଥମେ ପୋଷ୍ଟାଲ ବାଲାଟାରେ ଭୋଟ ଦେବାକୁ ୧୦୭୭ ଜଣ ରାଜି ହୋଇଥିଲେ ସୁରକ୍ଷା ବଳୟ ଓ ସିଲ ମଧ୍ୟରେ ଏହି ପୋଷ୍ଟାଲ ବାଲାଟ ଜିଲ୍ଲା ଟ୍ରେଜେରୀରେ ସଂରକ୍ଷିତ କରି ରଖାଯାଇଛି। ୧୬ ତାରିଖ ଦିନ ଏହା ଷ୍ଟ୍ରଙ୍ଗ ରୁମକୁ ଯିବ।

ମତଦାନର ୪୮ ଘଣ୍ଟା ପୂର୍ବରୁ କୌଣସି ବାଇକ ରାଲି ହୋଇପାରିବ ନାହିଁ। ୩୦ଜଣ ମାଇକ୍ରୋ ଅବଜରଭରଙ୍କୁ ତାଲିମ ଦିଆଯାଇଛି। ପୋଲିଂ ପାର୍ଟି ୧୬ ତାରିଖ ସକାଳୁ ପୋଲିସ ସୁରକ୍ଷା ମଧ୍ୟରେ ନିର୍ଦ୍ଧାରିତ ସମୟରେ ନିଜ ନିଜ ପୋଲିଂ କେନ୍ଦ୍ରକୁ ଯିବେ। ସମସ୍ତ ପୋଲିଂ କର୍ମଚାରୀ କୋଭିଡ ୧୯ ନିର୍ଦ୍ଦେଶକୁ ଅନୁପାଳନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Apr 14, 2021, 10:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.