ETV Bharat / city

ପିପିଲି ଉପନିର୍ବାଚନ: ରୁଦ୍ରଙ୍କ ଜୋରଦାର ପ୍ରଚାର ଆରମ୍ଭ - ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଖବର

ପିପିଲି ଉପନିର୍ବାଚନରେ ପ୍ରଚାର ଆରମ୍ଭ କଲେ ଦିଂବଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ । ନବୀନ ସରକାରର ସ୍ବଚ୍ଛ ଓ ବିକାଶ ମୂଳକ ଶାସନ ପାଇଁ ପୁଣି ଲୋକ ମାନେ ତାଙ୍କୁ ବିପୁଳ ଭୋଟରେ ଜିତାଇବେ ବୋଲି ସେ ଆଶା ରଖିଛନ୍ତି । ଅଧିକ ପଢନ୍ତୁ...

pipili byelection campaign started by BJD Candidate Rudrapratap maharathy
ପିପିଲି ଉପନିର୍ବାଚନ: ରୁଦ୍ରଙ୍କ ଜୋରଦାର ପ୍ରଚାର ଆରମ୍ଭ
author img

By

Published : Mar 31, 2021, 1:47 PM IST

ପୁରୀ: ପ୍ରଚାର ଆରମ୍ଭ କଲେ ଦିଂବଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ । ଆଜି ଲୋକଙ୍କ ପ୍ରବଳ ଗହଳି ମଧ୍ୟରେ ଉପନିର୍ବାଚନରେ ପ୍ରଚାର ଆରମ୍ଭ କରିଛନ୍ତି । ଦଳୀୟ କର୍ମୀ ନେତାଙ୍କ ପ୍ରବଳ ଉତ୍ସହ ମଧ୍ୟରେ ପ୍ରଚାରରେ ସମସ୍ତେ ସାମିଲ ହୋଇଥିଲେ ।

ପିପିଲି ଉପନିର୍ବାଚନ: ରୁଦ୍ରଙ୍କ ଜୋରଦାର ପ୍ରଚାର ଆରମ୍ଭ

ନାମାଙ୍କନ ପତ୍ର ଦାଖଲ ପରେ ପିପିଲିରେ ବିଜେଡିର ପ୍ରଚାର ଆରମ୍ଭ ହୋଇଛି। ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହରଥୀ ବାଇକ ରାଲି କରି ପ୍ରଚାର ଆରମ୍ଭ କରିଛନ୍ତି। ଜସୁଆପୁର, ବୀରପୁରୁଷତ୍ତୋମପୁର, ତେଇସିପୁର ଓ ରୂପଦେଇପୁର ପଞ୍ଚାୟତରେ କ୍ୟାମ୍ପେନିଂ କରାଯାଇଛି। ଶହ ଶହ କର୍ମୀଙ୍କ ଗହଣରେ ପ୍ରଚାର କରାଯାଇଛି। ମହିଳା ମାନେ ବିଭିନ୍ନ ଗାଁ ସମ୍ବର୍ଦ୍ଧିତ କରିଛନ୍ତି। ସେହିପରି ଗାଁ ମନ୍ଦିରରେ ରୁଦ୍ର ପ୍ରତାପ ମୁଣ୍ଡିଆ ମାରି ବାଇକ ରାଲି କରିଛନ୍ତି। ପିପିଲିର ନିର୍ବାଚନ ମଣ୍ଡଳୀ ସର୍ବାଙ୍ଗୀନ ବିକାଶ ତାଙ୍କର ପ୍ରମୁଖ ଲକ୍ଷ ରହିଛି। ନବୀନ ସରକାରର ସ୍ବଚ୍ଛ ଓ ବିକାଶ ମୂଳକ ଶାସନ ପାଇଁ ପୁଣି ଲୋକମାନେ ତାଙ୍କୁ ବିପୁଳ ଭୋଟରେ ଜିତାଇବେ ବୋଲି ସେ ଆଶା ରଖିଛନ୍ତି ।

ସୂଚନାଥାଉକି ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଏହି ଆସନ ଖାଲି ପଡିଛି । ଏହି ଆସନରେ ଆସନ୍ତା ଅପ୍ରେଲ 17 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ମେ 2ରେ ଫଳାଫଳ ଗଣତି ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.