ବ୍ରହ୍ମଗିରି: ପଞ୍ଚୁଦୋଳ ମେଳନ ପାଇ ସ୍ଥିର ହେଲା ତାରିଖ। ପୁରୀ ଜିଲ୍ଲା ବ୍ରହ୍ମଗିରିର ପଞ୍ଚୁଦୋଳ ମେଳନ ଜିଲ୍ଲାରେ ଏକ ସ୍ୱତନ୍ତ୍ର ସ୍ଥାନ ମଣ୍ଡନ କରିଛି। ମେଳନରେ ପାଣ୍ଡବ ପାଞ୍ଚ ଭାଇଙ୍କ ସହିତ ଥାନପତି ଗୋପୀନାଥ ଦେବ ଏବଂ ଅଞ୍ଚଳର ପ୍ରାୟ 90 ଠାକୁରଙ୍କ ଦୋଳ ଏକତ୍ରିତ ହୋଇଥାନ୍ତି। ଏକ ସ୍ଥାନରେ ହରି ହର ମିଳନର ଦୁଲ୍ଲବ ଦୂରସ୍ୟକୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ।
ଦୋକାନ ବଜାରର ମେଳା ଲାଗିଥାଏ। କୋଭିଡ କଟକଣା ପାଇଁ ଦୁଇ ବର୍ଷ ମେଳନ ବନ୍ଦ ପରେ ଚଳିତ ବର୍ଷ ମେଳନ କରାଯିବା ପାଇଁ ପ୍ରଶାସନ ଓ ମେଳନ କମିଟି ସ୍ଥିର କରିଛି। ତେବେ ଚଳିତ ମାସ 23 ତାରିଖରୁ 26 ତାରିଖ ପର୍ଯ୍ୟନ୍ତ ଏହି ମେଳନ କରାଯିବ ବୋଲି ସୁଚନା ମିଳିଛି। ଏଥି ପାଇଁ ଏକ ପ୍ରସ୍ତୁତି ବୈଠକ ଡକାଯାଇଥିଲା। ଏହି ବୈଠକରେ ସ୍ଥାନୀୟ ତହସିଲଦାର, ପଞ୍ଚାୟତ ସମିତି ଅଧ୍ୟକ୍ଷା, ବ୍ରହ୍ମଗିରି ସରପଞ୍ଚ, ପୋଲିସ ପ୍ରଶାସନ, ମେଳନ କମିଟି ଏବଂ ବ୍ରହ୍ମଗିରିର ମୁରବିମାନେ ଉପସ୍ଥିତ ରହି ମେଳନ କରିବାର ତାରିଖ ଧାର୍ଯ୍ୟ କରାଯାଇଥିଲା ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ