ETV Bharat / city

ଶ୍ରୀମନ୍ଦିର ରକ୍ଷାଣବେକ୍ଷଣ ସ୍ଥିତି ଯାଞ୍ଚ କଲେ ଆମିକସକ୍ୟୁରି, ୨୭ରେ ରତ୍ନଭଣ୍ଡାର ଖୋଲିବା ନେଇ ଆଲୋଚନା - ପୁରୀରେ ହାଇକୋର୍ଟଙ୍କ ଆମିକସକ୍ୟୁରି

ଶ୍ରୀମନ୍ଦିର ରକ୍ଷାଣବେକ୍ଷଣର ସ୍ଥିତି ଯାଞ୍ଚ କରିଛନ୍ତି ହାଇକୋର୍ଟଙ୍କ ଆମିକସକ୍ୟୁରି । ଏ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ରକ୍ଷାଣବେକ୍ଷଣ ସ୍ଥିତି ଯାଞ୍ଚ କଲେ କୋର୍ଟ ମିତ୍ର, ୨୭ରେ ରତ୍ନଭଣ୍ଡାର ଖୋଲିବା ନେଇ ଆଲୋଚନା

author img

By

Published : Sep 17, 2022, 5:56 PM IST

ପୁରୀ: ହାଇକୋର୍ଟଙ୍କ ଆମିକସକ୍ୟୁରି ତଥା କୋର୍ଟ ମିତ୍ର ଏନ.କେ ମହାନ୍ତି (Orissa High Court appointed amicus curiae NK Mohanty) ଆଜି ଶ୍ରୀମନ୍ଦିରର ରକ୍ଷାଣବେକ୍ଷଣର (Maintenance of Srimandir) ସ୍ଥିତିର ସମୀକ୍ଷା କରିଛନ୍ତି । ଏ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ (Shri Jagannath Temple Administration) ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରୀମନ୍ଦିରରେ ଆଗକୁ କଣ ସବୁ କାମ ହେବାର ଅଛି ସେ ନେଇ ଆଲୋଚନା ହୋଇଥିବାବେଳେ, ରତ୍ନଭଣ୍ଡାର ଖୋଲିବା ନେଇ ଆସନ୍ତା ୨୭ରେ ହେବାକୁ ଥିବା ବୈଠକରେ ଆଲୋଚନା ହେବ ବୋଲି କୋର୍ଟ ମିତ୍ର ମହାନ୍ତି କହିଛନ୍ତି ।

ଶ୍ରୀମନ୍ଦିର ରକ୍ଷାଣବେକ୍ଷଣ ସ୍ଥିତି ଯାଞ୍ଚ କଲେ କୋର୍ଟ ମିତ୍ର, ୨୭ରେ ରତ୍ନଭଣ୍ଡାର ଖୋଲିବା ନେଇ ଆଲୋଚନା

ଏହି ସ୍ବତନ୍ତ୍ର ବୈଠକରେ ଶ୍ରୀମନ୍ଦିର ପ୍ରଶାସନ, ଏଏସଆଇ (ASI) ଟିମ୍ ମଧ୍ୟ ଉପସ୍ଥିତ ଥିଲେ । ପରେ ଆମିକସକ୍ୟୁରି ଶ୍ରୀମନ୍ଦିର ଯାଇ ବିଭିନ୍ନ କାର୍ଯ୍ୟର ସ୍ଥିତି ପରଖିଥିଲେ । ଆମିକସକ୍ୟୁରିଙ୍କ ସୁଚନା ଅନୁଯାୟୀ ଆସନ୍ତା ମାର୍ଚ୍ଚ ସୁଦ୍ଧା ଶ୍ରୀମନ୍ଦିର ନାଟ ମଣ୍ଡପରେ ଥିବା ଫାଟ ମରାମତି କରାଯିବ । ସେହିପରି ଜଗମୋହନର ମଧ୍ୟ କେତେକ କାର୍ଯ୍ୟ ମରାମତି କରାଯିବ । ସେହିପର ଶ୍ରୀମନ୍ଦିରର ରୋଷ ଘର, ସ୍ନାନ ମଣ୍ଡପ, ଆଦି ଅଞ୍ଚଳରେ ପୁରୁଣା ପଥର ପରିବର୍ତ୍ତନ କରି ନୂଆ ପଥର ଲଗାଯାଇ ଥିବାବେଳେ, ଆଉ କିଛି କାର୍ଯ୍ୟ ରହିଛି । ତାହାର ପ୍ଲାନ୍ ତିଆରି କରାଯାଇ କାମ କରାଯିବ ।

ଏହା ବି ପଢନ୍ତୁ- ୧୨୧୩ଟି ମାଟି ଚା ଗ୍ଲାସରେ ବାଲୁକାକଳା କରି ମୋଦିଙ୍କୁ ନିଆରା ଶୁଭେଚ୍ଛା ଦେଲେ ସୁଦର୍ଶନ

ତେବେ ରତ୍ନ ଭଣ୍ଡାରର ସ୍ଥିତି ଓ ଏହାର ମରାମତି ନେଇ କୌଣସି ଆଲୋଚୋନା ହୋଇ ନାହିଁ । ରତ୍ନ ଭଣ୍ଡାର ଯାଞ୍ଚ ଓ ମରାମତି ଦାୟିତ୍ଵ ରାଜ୍ୟ ସରକାରଙ୍କର । ଆଗାମୀ ୨୭ ତାରିଖରେ ହେବାକୁ ଥିବା ବୈଠକରେ ରତ୍ନ ଭଣ୍ଡାର ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହେବ । ପରେ ଏନେଇ ସରକାରଙ୍କୁ ଅବଗତ କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ: ASIର ଚିଠି ପରେ ରତ୍ନ ଭଣ୍ଡାର ଖୋଲିବାକୁ ଦାବି କଲେ ଜଗନ୍ନାଥ ପ୍ରେମୀ

ସୂଚନା ଥାଉ କି, ଗତ ୨୦୧୮ ମସିହା ମାର୍ଚ୍ଚ ୨୨ରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭିତର ରତ୍ନଭଣ୍ଡାର ଖୋଲାଯିବା ନେଇ ସରକାରଙ୍କ ପକ୍ଷରୁ ଯୋଜନା ହୋଇଥିଲା । ହେଲେ ରତ୍ନଭଣ୍ଡାର ଚାବି ହଜିଯାଇ ଥିବା ନେଇ ଜିଲ୍ଲାପାଳ ସୂଚନା ଦେବା ପରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ପାରିନଥିଲା କିମ୍ବା ସ୍ଥିତି ମଧ୍ୟ ଯାଞ୍ଚ ହୋଇପାରି ନଥିଲା । ରତ୍ନଭଣ୍ଡାର ଖୋଲିବାକୁ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି ।

ଏହା ମଧ୍ୟ ପଢ଼ନ୍ତୁ: ପୁରୀ: 117 ବର୍ଷ ପରେ ହୋଇପାରେ ମହାପ୍ରଭୁଙ୍କ ଦୁର୍ଲଭ ରଘୁନାଥ ବେଶ !

ତୁରନ୍ତ ସରକାର ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ଖୋଲି ସ୍ଥିତି ଯାଞ୍ଚ କରିବା ସହ ମହାପ୍ରଭୁଙ୍କ ଅଳଙ୍କାରର ଗଣତି କରିବାକୁ ପୁରୀ ସହରବାସୀ, ଜଗନ୍ନାଥ ପ୍ରେମୀ ଦାବି କରି ଆସୁଛନ୍ତି । ସେପଟେ ଭିତର ରତ୍ନ ଭଣ୍ଡାର ଖୋଲା ଯାଉନଥିବା କାରଣରୁ ମହାପ୍ରଭୂଙ୍କ ରଘୁନାଥ ବେଶ ଭଳି ଅନେକ ଦୁର୍ଲଭ ବେଶ ମଧ୍ୟ ହୋଇ ପାରୁନଥିବା ଅଭିଯୋଗ ହେଉଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.