ପୁରୀ: ଭାରତ ବଞ୍ଚାଓ ପାଇଁ ଆଉ ଏକ ଅଗଷ୍ଟ କ୍ରାନ୍ତି ଜରୁରୀ । ଏନେଇ ଆଜି(ସୋମବାର) କ୍ରାନ୍ତି ଦିବସ ସ୍ମାରକୀ ଅବସରରେ ପୁରୀ ସହରରେ ଭାରତ ବଞ୍ଚାଓ ଅଭିଯାନର ଆହ୍ବାନ ଦେଇଛି ବାମ ଦଳ । ସହରର କଚେରୀ ଛକଠାରୁ ସିପିଏମ, ସିପିଆଇ, ସିପିଆଇଏମଏଲ ଲିବରେସନ ବାମଦଳ ତରଫରୁ ଧାରଣା ଦିଆଯାଇଛି ।
ସେପଟେ ଦେଶରେ ମୋଦି ସରକାରଙ୍କ ଦ୍ବାରା ପ୍ରଚଳିତ 44ଟି ଶ୍ରମ ଆଇନକୁ ବଦଳାଇ ଶ୍ରମିକ ବିରୋଧୀ ଭାବେ 4ଟି ଶ୍ରମ କୋଡ଼ ଲାଗୁ କରିବା ଫଳରେ ଠିକା ଶ୍ରମିକ ଠାରୁ ନିୟମିତ ଶ୍ରମିକଙ୍କ ମଜୁରୀ ଓ ସାମାଜିକ ନିରାପତ୍ତା ବିପନ୍ନ ହୋଇଛି ।
ସେହିପରି ତିନୋଟି କଳା କୃଷି ଆଇନ ବିରୁଦ୍ଧରେ ଦିଲ୍ଲୀରେ 252ଦିନ ଧରି ଆନ୍ଦୋଳନରେ 1000ରୁ ଅଧିକ ଚାଷୀ ପ୍ରାଣବଳି ଦେଇଛନ୍ତି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ସଂଶୋଧନ କରି ମୋଦି ସରକାର ଦର ବଢ଼ାଇବା ସହ ପେଟ୍ରୋଲ ଡିଜେଲ ଗ୍ୟାସ ଦର ବୃଦ୍ଧି ଯୋଗୁଁ ଲୋକେ ଅତିଷ୍ଠ ହୋଇ ପଡିଲେଣି ।
ଆଉ ଏହା ବିରୁଦ୍ଧରେ ଆଉ ଏକ କ୍ରାନ୍ତି ଦେଶବ୍ୟାପୀ ହେବ ବୋଲି ଚେତାବନୀ ଦେଇଛି ବାମ ଦଳ । ଏହି କାର୍ଯ୍ୟକ୍ରମରେ ବାମପନ୍ଥୀ ନେତା ଶରତ କୁମାର ରାୟଗୁରୁ, ଜଗନାଥ ଦେଓ, ଅଶୋକ ପ୍ରଧାନ, ପ୍ରଦୀପ୍ତ ମହାନ୍ତି, କୃଷ୍ଣ ରାଉତ,କିଷାନ ପଟନାୟକ ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ