ETV Bharat / city

ଭଉଣୀ ଘରୁ ଫେରୁଥିଲା ଭାଇ, ଦୁର୍ଘଟଣାରେ ଚାଲିଗଲା ଜୀବନ - ପୁରୀରେ ସଡକ ଦୁର୍ଘଟଣା

ଖଡିସ ରାସ୍ତାରେ ସଡକ ଦୁର୍ଘଟଣା, ଭଉଣୀ ଘରୁ ଫେରୁଥିବା ବେଳେ ଅଜଣା ଗାଡି ଧକ୍କାରେ ଚାଲିଗଲା ଭାଇର ଜୀବନ । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲାରେ । ଅଧିକ ପଢନ୍ତୁ

ଭଉଣୀ ଘରୁ ଫେରୁଥିଲା ଭାଇ, ଦୁର୍ଘଟଣାରେ ଚାଲିଗଲା ଜୀବନ

author img

By

Published : Aug 22, 2022, 12:39 PM IST

ପୁରୀ: ଗୋପ ଥାନା ଅଧିନ ଖଡିସ ଠାରେ ଅଘଟଣ । ଭଉଣୀ ଘରୁ ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଭାଇର ଜୀବନ । ଖଡିସ ରାସ୍ତାରେ ବାଇକ ଯୋଗେ ଯାଉଥିବା ବେଳେ ଏକ ଅଜଣା ଗାଡି ଧକ୍କା ଦେବାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା । ମୃତ ଯୁବକ ଜଣକ ହେଉଛନ୍ତି ଛଣିଜଙ୍ଗ ଖୋରଡ଼ ଗ୍ରାମର ନିରଞ୍ଜନ ନାୟକ ।

ଭଉଣୀ ଘରୁ ଫେରୁଥିଲା ଭାଇ, ଦୁର୍ଘଟଣାରେ ଚାଲିଗଲା ଜୀବନ

ମିଳିଥିବା ସୂଚନା ଅନୁଯାୟୀ, ନିରଞ୍ଜନ ପୋଇତାର ଗାଁରେ ତାଙ୍କ ଭଉଣୀ ଘରକୁ ଶୁଦ୍ଧିକ୍ରିୟା କାର୍ଯ୍ୟରେ ଯାଇ ବାଇକ ଯୋଗେ ନିଜ ଗ୍ରାମକୁ ଫେରୁଥିଲେ । ଏହି ସମୟରେ ଖଡିସ ରାସ୍ତାରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା ।ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ ଗୋପ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଏପର୍ଯ୍ୟନ୍ତ ଧକ୍କା ଦେଇଥିବା ଗାଡିର କୌଣସି ପତ୍ତା ମିଳିପାରିନଥିବା ଗୋପ ପୋଲିସ ସୂଚନା ଦେଇଛି । ଅନ୍ୟପଟେ ରୋଜଗାରିଆ ପୁଅକୁ ହରାଇ ଚିନ୍ତାରେ ପରିବାର ଲୋକେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.