ETV Bharat / city

ଉତ୍ତର ପ୍ରଦେଶରେ ଅଦିନିଆ ରଥଯାତ୍ରାକୁ ବିରୋଧ, ସିଂହଦ୍ବାର ଥାନାରେ ଏତଲା - ପୁରୀ ସିଂହଦ୍ବାର ଥାନାରେ ଏତଲା

ମହାପ୍ରଭୁଙ୍କ ପରମ୍ପରା, ସଂସ୍କୃତି ଓ ନିୟମ ଭଙ୍ଗ କରି ଉତ୍ତର ପ୍ରଦେଶର ଗାଜିଆବାଦରେ ଆସନ୍ତା 29 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ରଥଯାତ୍ରା । ଏହାକୁ ଜଗନ୍ନାଥ ସେନା ପକ୍ଷରୁ ବିରୋଧ କରାଯାଇଛି । ଅଧିକ ଖବର ପଢନ୍ତୁ...

on-seasonal-ratha-yatra
ଉତ୍ତରପ୍ରଦେଶର ଅଦିନିଆ ରଥଯାତ୍ରାକୁ ବିରୋଧ,ସିଂହଦ୍ବାର ଥାନାରେ ଏତଲା
author img

By

Published : Dec 6, 2019, 7:58 PM IST

ପୁରୀ: ଉତ୍ତର ପ୍ରଦେଶର ଅଦିନିଆ ରଥଯାତ୍ରାକୁ ନେଇ ବଢୁଛି ବିବାଦ। ଏହି ରଥଯାତ୍ରାକୁ ବିଭିନ୍ନ ମହଲରେ ବିରୋଧ କରାଯିବା ସହ ଜଗନ୍ନାଥ ସେନା ପକ୍ଷରୁ ଏନେଇ ପୁରୀ ସିଂହ ଦ୍ବାର ଥାନାରେ ଏତଲା ଦିଆଯାଇଛି । ତେବେ ଆସନ୍ତା 29 ତାରିଖରେ ଉତ୍ତର ପ୍ରଦେଶର ଗାଜିଆବାଦରେ ଶ୍ରୀମଦ ନାରଦୀୟ ଭଗବତ ନିକୁଞ୍ଜ ଟ୍ରଷ୍ଟ ପକ୍ଷରୁ ଏହି ରଥଯାତ୍ରା ଅନୁଷ୍ଠିତ ହେବ।

ଉତ୍ତରପ୍ରଦେଶର ଅଦିନିଆ ରଥଯାତ୍ରାକୁ ବିରୋଧ,ସିଂହଦ୍ବାର ଥାନାରେ ଏତଲା

ଏହି ରଥଯାତ୍ରା ମହାପ୍ରଭୁଙ୍କ ପରମ୍ପରା, ସଂସ୍କୃତି ଓ ନିୟମ ଭଙ୍ଗ କରୁଛି । ଏନେଇ ଉକ୍ତ ସଂଗଠନ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଦାବି କରିଛି ଜଗନ୍ନାଥ ସେନା । ସେନା କହିଛି ଯେ ପ୍ରତ୍ୟେକ ଧର୍ମରେ ବିଭିନ୍ନ ଯାନୀଯାତ୍ରା ପାଳନ ପାଇଁ ନିର୍ଦ୍ଧିଷ୍ଟ ତିଥି ଓ ତାରିଖ ରହିଛି । ଏହାକୁ ଉଲ୍ଲଙ୍ଘନ କରାଗଲେ ଧର୍ମ ପାଇଁ କୁଠାର ଘାତ ବୋଲି ସେନା କହିଛି।

ସୂଚନା ଅନୁସାରେ, ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ହୋଇଥାଏ । କିନ୍ତୁ ଅନେକ ସଂଗଠନ ଏହାକୁ ବ୍ୟବସାୟ କରିବା ଉଦ୍ଦେଶ୍ୟରେ ଅଦିନିଆ ରଥଯାତ୍ରା ପାଳନ କରୁଛନ୍ତି । ଏଣୁ ତୁରନ୍ତ ପୋଲିସ ପ୍ରଶାସନ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ନେବାକୁ ଜଗନ୍ନାଥ ସେନା ଦାବି କରିଛି ।

ସେହିପରି ଏକ ଦାବି ପତ୍ର ମଧ୍ୟ ଜଗନ୍ନାଥ ସେନା ପକ୍ଷରୁ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କୁ ଦିଆଯାଇଛି । ଅନ୍ୟପଟେ ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି ଏହି ଘଟଣାକୁ ସେ ଦୃଷ୍ଟି ଦେଇ ଯାହାକିଛି ନିୟମ ଥିବ ଉପଯୁକ୍ତ ପଦକ୍ଷେପ ନେବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ରଥଯାତ୍ରା ବିବାଦBody:ଅସନ୍ତା 29 ତାରିଖରେ ଉତ୍ତର ପ୍ରଦେଶ ର ଗଜିଆ ବାଦ ରେ ଶ୍ରୀମଦ ନାରଦୀୟ ଭଗବତ ନିକୁଞ୍ଜ ଟ୍ରଷ୍ଟ ପକ୍ଷରୁ ରଥଯାତ୍ରା ଅନୁଷ୍ଠିତ ହେବ। ତେବେ ଅଦିନିଆ ରଥଯାତ୍ରା କୁ ନେଇ ବିଭିନ୍ନ ମହଲରେ ବିରୋଧ ର ସ୍ୱର ବଢ଼ି ବାରେ ଲାଗିଛି। ଜଗନ୍ନାଥ ସେନା ପକ୍ଷରୁ ଏ ନେଇ ପୁରୀ ସିଂହ ଦ୍ୱାର ଥାନା ରେ ଏତଲା ଦିଆଯାଇଛି। ମହାପ୍ରଭୁଙ୍କ ପରମ୍ପରା, ସଂସ୍କୃତି ଓ ନିୟମ ଭଙ୍ଗ କରୁଥିବା ସଂଗଠନ ବିରୋଧ କଡା କାର୍ଯ୍ୟନୁଷ୍ଠାନ ଦାବି କରିଛି ଜଗନ୍ନାଥ ସେନା। ସେନା କହିଛି ଯେ ପ୍ରତେକ ଧର୍ମ ରେ ବିଭିନ୍ନ ଯାନୀ ଯାତ୍ରା ପାଳନ ନିମନ୍ତେ ନିର୍ଦିଷ୍ଟ ତିଥି ଓ ତାରିଖ ରହିଛି। ଏହାକୁ ଉଲଘଂନ କରାଗଲେ ଧର୍ମ ପାଇଁ କୁଠାର ଘାତ। ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ହୋଇ ଥାଏ। କିନ୍ତୁ ଅନେକ ସଂଗଠନ ଏହାକୁ ବ୍ୟବସାୟ କରିବା ଉଦ୍ଧେଶ୍ୟରେ ଅଦିନିଆ ରଥଯାତ୍ରା ପାଳନ କରୁଛନ୍ତି। ଏଣୁ ତୁରନ୍ତ ପୋଲିସ ପ୍ରଶାସନ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ନେବାକୁ ଜଗନ୍ନାଥ ସେନା ଦାବି କରିଛି। ସେହିପରି ଏକ ଦାବି ପତ୍ର ମଧ୍ୟ ଜଗନ୍ନାଥ ସେନା ପକ୍ଷରୁ ଶ୍ରୀମନ୍ଦିର ନୀତି ପ୍ରଶାସକ ଙ୍କୁ ଦିଆଯାଇଛି। ଅନ୍ୟପଟେ ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି ଏହି ଘଟଣା କୁ ସେ ଦୃଷ୍ଟି ଦେଇ ଯାହାକିଛି ନିୟମ ଥିବ ଉପଯୁକ୍ତ ପଦକ୍ଷେପ ନିଆଯିବ।

ବାଇଟ1,, ପ୍ରିୟ ଦର୍ଶନ ପଟ୍ଟନାୟକ,, ଆବାହକ,, ଜଗନ୍ନାଥ ସେନା

ବାଇଟ,, 2,, ଗେଲ୍ଲୀ ସାହୁ, ସିଂହ ଦ୍ୱାର ଥାନା ଅଧିକାରୀ
ବାଇଟ,, 3,, ଜିତେନ୍ଦ୍ର ସାହୁ ,, ଶ୍ରୀମନ୍ଦିର ନୀତି ପ୍ରଶାସକ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.