ETV Bharat / city

ଗୋପରେ ପ୍ରାକୃତିକ ଗ୍ୟାସ ଓ ତୈଳ ସନ୍ଧାନ, ଚାଷୀଙ୍କୁ ଅର୍ଥ ରାଶି ପ୍ରଦାନ କଲା Oil India - ଚିତ୍ରା ଗ୍ରାମରେ ତୈଳ ଓ ଗ୍ୟାସ ସନ୍ଧାନ

ଗୋପରେ ପ୍ରାକୃତିକ ଗ୍ୟାସ ଓ ତୈଳ ସନ୍ଧାନ । ମହଲପଡ଼ା ପଞ୍ଚାୟତର ଚିତ୍ରା ଗ୍ରାମରେ ତୈଳ ଓ ଗ୍ୟାସ ସନ୍ଧାନ ମିଳିବା ପରେ ଖନନ କାର୍ଯ୍ୟ ନିମନ୍ତେ ପ୍ରସ୍ତୁତି ଆରମ୍ଭ କଲା ଅଏଲ ଇଣ୍ଡିଆ । ଅଧିକ ପଢନ୍ତୁ

ଗୋପରେ ପ୍ରାକୃତିକ ଗ୍ୟାସର ସନ୍ଧାନ,  ଚାଷୀଙ୍କୁ ଅର୍ଥ ରାଶି ପ୍ରଦାନ କଲା Oil India

author img

By

Published : Oct 11, 2022, 7:50 PM IST

ପୁରୀ: ଗୋପ ଅଞ୍ଚଳରେ ପ୍ରାକୃତିକ ଗ୍ୟାସ ଓ ତୈଳ ସନ୍ଧାନ ମିଳିବା ଘଟଣା । ସନ୍ଧାନ ପରେ ଖନନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ପୁରୀ ଜିଲ୍ଲାର ଗୋପ ବ୍ଲକର ଦ୍ଵିତୀୟ ସ୍ଥାନ ଭାବେ ମହଲପଡ଼ା ପଞ୍ଚାୟତର ଚିତ୍ରା ଗ୍ରାମରେ ତୈଳ ଓ ଗ୍ୟାସ ସନ୍ଧାନ ମିଳିବା ପରେ ଏବେ ଏଠାରେ ଖନନ କାର୍ଯ୍ୟ ନିମନ୍ତେ ସମସ୍ତ ପ୍ରସ୍ତୁତି ଚାଲିଛି । ଏଥିପାଇଁ ମହଲପଡ଼ା ପଞ୍ଚାୟତର ଚିତ୍ରା ଗ୍ରାମ ନିକଟରେ ୮ ଏକର ଜମିକୁ ଲିଜ୍ ନିଆଯାଇଥିବା ବେଳେ ସମୁଦାୟ ୧୩୦ ଚାଷୀଙ୍କୁ ଲିଜ ଚୁକ୍ତି ଅନୁଯାୟୀ ଅର୍ଥ ରାଶି ପ୍ରଦାନ କରାଯାଉଛି ।

ଗୋପରେ ପ୍ରାକୃତିକ ଗ୍ୟାସର ସନ୍ଧାନ

ପ୍ରଥମ ପର୍ଯ୍ୟାୟରେ ୭୭ ଜଣ ଚାଷୀଙ୍କୁ ଚେକ୍ ପ୍ରଦାନ କରାଯାଇଥିଲା । ଆସନ୍ତା ଦୁଇ ଦିନ ମଧ୍ୟରେ ସମସ୍ତ ଚାଷୀଙ୍କୁ ସେମାନଙ୍କର ଚେକ୍ ପ୍ରଦାନ କରାଯିବ ବୋଲି ଅଏଲ୍ ଇଣ୍ଡିଆ ଚିଫ୍ ମ୍ୟାନେଜର୍ ବି ଏନ୍ ସାହୁ କହିଛନ୍ତି (Oil India Chief Manager B N Sahu)। ସମସ୍ତ ଜମି ମାଲିକଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଚୁକ୍ତି କରାଯାଇ ଗୁଣ୍ଠ ପିଛା ୧୦ ହଜାର ଟଙ୍କା ହିସାବରେ ୩୦ହଜାର ଟଙ୍କା ବଜାର ଦର ଅନୁଯାୟୀ ଅର୍ଥ ଦିଆଯାଇଛି । ଭାରତ ସରକାରଙ୍କ ତୈଳ କମ୍ପାନୀ ଅଏଲ୍ ଇଣ୍ଡିଆ ତରଫରୁ ୨୦୨୦ ନଭେମ୍ବର ୨୦ରେ ତୈଳ ଓଗ୍ୟାସ ସନ୍ଧାନ ନିମନ୍ତେ ସର୍ବେକ୍ଷଣ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଗୋପରେ ମିଳିଲା ପ୍ରାକୃତିକ ଗ୍ୟାସର ସନ୍ଧାନ, 8 ଏକର ଜମିରେ ହେବ ଡ୍ରିଲିଂ

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଡ୍ରିଲିଂ କରାଯାଇ ସର୍ଭେ କରାଯାଇଥିଲା । ରାଜ୍ୟର ୫ଟି ବ୍ଲକରେ ତୈଳ ଓ ଗ୍ୟାସ୍‌ ମିଳିବା ସମ୍ଭାବନା ଥିବାବେଳେ ଗୋପ ବ୍ଲକର ଦୁଇଟି ସ୍ଥାନରେ ହିଁ ଖନନ କରାଗଲେ କମ୍ପାନୀ ଲାଭବାନ ହୋଇପାରିବ ବୋଲି ଜଣାପଡ଼ିଥିଲା | ଏଣୁ କୁଶୁପୁରୁ ସ୍ଥିତ କୁଶଭଦ୍ରା ନଦୀବନ୍ଧକୁ ଲାଗିଥିବା ଜମି ଓ ମହଲପଡ଼ା ପଞ୍ଚାୟତର ଚିତ୍ରା ମୌଜାରେ ଥିବା ଜମି ଚିହ୍ନଟ କରାଯାଇଛି । ତୈଳସନ୍ଧାନ ଯୋଗୁଁ ଗୋପ ଅଞ୍ଚଳବାସୀ ମଧ୍ୟ ବେଶ ଖୁସି ଅଛନ୍ତି । ତେଲ ବାହାର କରାଗଲେ ସ୍ଥାନୀୟ ଅଧିବାସୀଙ୍କ ଅର୍ଥନୈତିକ ଉନ୍ନତି ହେବା ସହ ନିଯୁକ୍ତି ସୁଯୋଗ ରହିବ ବୋଲି ସ୍ଥାନୀୟ ବାସିନ୍ଦା ଆଶା ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଗୋପରେ ପ୍ରାକୃତିକ ଗ୍ୟାସର ସନ୍ଧାନ, କାର୍ଯ୍ୟ ଆରମ୍ଭ କଲା Oil India

ଏହା ପୂର୍ବରୁ ଗୋପ କୁଶୁପୁର ଠାରେ ପ୍ରାକୃତିକ ଗ୍ୟାସ ଓ ତୈଳ ସନ୍ଧାନ କାର୍ଯ୍ୟକୁ ଆରମ୍ଭ କରିଥିଲା ଅଏଲ୍ ଇଣ୍ଡିଆ(Oil India) । ପ୍ରାଥମିକ ପର୍ଯ୍ୟାୟରେ ୩ଟି ପୋଖରୀ ଖୋଳା ଆରମ୍ଭ ହୋଇଥିଲା । ବୋରିଂ ପରେ ମାଟି ତଳୁ ବାହାରିଥିବା ପଙ୍କକୁ ଏହି ପୋଖରୀରେ ରଖାଯିବ । ପ୍ରାକୃତିକ ଗ୍ୟାସ ଓ ତୈଳ ଆବଶ୍ୟକତା ଅନୁଯାୟୀ ବାହାରିଲେ ଏହା ଉତ୍ତୋଳନ କରାଯିବ । ଗୋପର କୁଶୁପୁରରେ ପ୍ରାକୃତିକ ଗ୍ୟାସ ଓ ପେଟ୍ରୋଲ ସନ୍ଧାନ ମିଳିବା ପରେ ଗତ ଅଗଷ୍ଟ ମାସରେ ଅଏଲ ଇଣ୍ଡିଆ ପକ୍ଷରୁ ଚାଷୀଙ୍କୁ ଚେକ୍‌ ବଣ୍ଟନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ୟାସ ଓ ତୈଳ ସନ୍ଧାନ ନେଇ ଡ୍ରିଲିଂ ଆରମ୍ଭ ହେବାକୁ ନେଇ ଏହି ଚେକ ଦିଆଯାଇଥିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.